ମୃତବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଟଙ୍କା: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୭ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ରତାଖଣ୍ଡି ପଞ୍ଚାୟତ ଅଧୀନ ରତାଖଣ୍ଡି ଗ୍ରାମର ରାଉତ ବରିହାଙ୍କ ଗତ ଜୁଲାଇରେ ମୃତ୍ୟୁ ଘଟିଛି। କିନ୍ତୁ ପଞ୍ଚାୟତ ପକ୍ଷରୁ ଗ୍ରାମର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାମରେ ମୃତ ରାଉତ ଗୋଟିଏ ସପ୍ତାହ କାମ କରିଥିବା ନେଇ ମାଷ୍ଟରରୋଲରେ ହାଜରା ପକାଇ ଟଙ୍କା ଉଠାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇ-ଅଭିଯୋଗରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ବଲାଙ୍ଗୀର ପିଡି ଡିଆର୍‌ଡିଏ କାର୍ଯ୍ୟାଳୟର କର୍ମଚାରୀ ଓ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ ଉକ୍ତ ପଞ୍ଚାୟତକୁ ଯାଇ ତଦନ୍ତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରତାଖଣ୍ଡି ଗ୍ରାମର ଗୁଏପିଟା ଡଙ୍ଗରରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଷ୍ଟେଗର୍ଡ ଟ୍ରେଞ୍ଚ କାମ ହୋଇଛି। ଏହି ପ୍ରକଳ୍ପର ୱାର୍କ କୋଡ୍‌ ନଂ ୨୪୦୯୦ ୧୦୦୧୪/ ୧୧୧୯୩୫୫୧ ରହିଛି। ଗଁା ସାଥୀ ବା ମେଟ୍‌ ସୁଲଖ୍ନା ବରିହାଙ୍କ ତତ୍ତ୍ୱାବଧାନରେ କାମ କରାଯାଇଛି। ପ୍ରକଳ୍ପର ମାଷ୍ଟର ରୋଲ ନମ୍ବର ୮୬୭୯ରେ ୨୦୨୫ ଡିସେମ୍ବରେ ଗୋଟିଏ ସପ୍ତାହ ଧରି ୧୦ ଜଣ ଜବକାର୍ଡଧାରୀ ଶ୍ରମିକ ଉକ୍ତ ପ୍ରକଳ୍ପରେ କାମ କରିଛନ୍ତି। ଶ୍ରମିକ ପାଉଣା ବାବଦକୁ ସେମାନଙ୍କୁ ମୋଟ ୧୯ ହଜାର ୧୧୦ ଟଙ୍କା ପଇଠ ହୋଇଛି। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କାମ କରିଥିବା ଶ୍ରମିକଙ୍କ ମଧ୍ୟରେ ମୃତକ ରାଉତ ବରିହାଙ୍କ ନାମ ରହିଛି। ୨୦୨୫ ଜୁଲାଇ ୪ରେ ରାତଉଙ୍କ ମୃତ୍ୟୁ ଘଟିଛି। ହେଲେ ୨୦୨୫ ଡିସେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଉତ କାମ କରିଥିବା ନେଇ ଉକ୍ତ ମାଷ୍ଟର ରୋଲରେ ଦର୍ଶାଯାଇଛି। ୭ ଦିନ କାମ କରିଥିବା ମୃତ ଶ୍ରମିକଙ୍କୁ ଦୈନିକ ୨୭୩ ଟଙ୍କା ହିସାବରେ ୧୯୧୧ ଟଙ୍କା ପାଉଣା ଦିଆଯାଇଛି। ବ୍ଲକ୍‌ ଅଧୀନ ଏସ୍‌ବିଆଇ ଆକାଉଣ୍ଟରେ ମୃତ ଶମିକଙ୍କ ଟଙ୍କା ପଇଠ କରାଯାଇଛି। ପଞ୍ଚାୟତର ସରପଞ୍ଚ, ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ ଗଁାସାଥୀଙ୍କ ମଧୁଚନ୍ଦ୍ରିକାରେ ଅନିୟମିତତା କରି ଅନୁଦାନ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଗ୍ରାମର ସୁଶାନ୍ତ ବରିହା ୨୦୨୫ ଡିସେମ୍ବର ୨୮ରେ ମୁଖ୍ୟମନ୍ତ୍ରୀ, ବଲାଙ୍ଗୀର ଜିଲାପାଳ, ଜିଲା ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସ୍ଥାନୀୟ ବ୍ଲକ ପ୍ରଶସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇଥିଲେ ସୁଦ୍ଧା ଉପଯୁକ୍ତ ତଦନ୍ତ କରା ନ ଯାଇ ତାଙ୍କ ଉପରେ ମାନସିକ ଚାପ ପ୍ରୟୋଗ ପାଇଁ ଉଦ୍ୟମ କରାଯାଇଥିଲା। ଏହାପରେ ସୁଶାନ୍ତ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଇ-ଅଭିଯୋଗ ଦାଖଲ କରିବାରୁ ଶୁକ୍ରବାର ବଲାଙ୍ଗୀର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ଓ ବ୍ଲକର ଅଧିକାରୀ ପୁଣି ତଦନ୍ତ କରିଥିବା ସେ ଜଣାଇଛନ୍ତି। ଏସମ୍ପର୍କରେ ସରପଞ୍ଚ ହିମାଞ୍ଚଳ ମେହେରଙ୍କୁ ପଚାରିବାରୁ ମୃତକ ରାଉତଙ୍କ ନାମରେ ମାଷ୍ଟରରୋଲରେ ୭ ଦିନର ହାଜରା ପକାଇ ଟଙ୍କା ଉଠାଣକୁ ସେ ସ୍ବୀକାର କରିଛନ୍ତି। ବଲାଙ୍ଗୀର ଏବଂ ବ୍ଲକର ଅଧିକାରୀ ତଦନ୍ତ ପାଇଁ ଆସି ପଇଠ ଟଙ୍କା ସରକାରୀ ଆକାଉଣ୍ଟକୁ ଫେରସ୍ତ କରାଯିବ ବୋଲି ସେ କହିଛନ୍ତି। ଏସମ୍ପର୍କରେ ବ୍ଲକ୍‌ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ରିସିପ୍‌ କରି ନ ଥିଲେ। ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ କେତେଜଣ ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ଯୋଜନା ବାଟବଣା ହୋଇପଡିଛି। ଏହି ଅନିୟମିତତାରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ସେନାର ବୀରତ୍ୱ ସହ ଦୃଷ୍ଟି ଆକର୍ଷଣ କରିବ ‘ବାକ୍ଟ୍ରିଅନ୍‌ ଓଟ’

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷ, ଗଣତନ୍ତ୍ର ଦିବସ ପରେଡ ଦେଶର ସାମରିକ ଶକ୍ତି, ଭୌଗୋଳିକ ବିବିଧତା ଏବଂ ବୀରତ୍ୱପୂର୍ଣ୍ଣ ଦକ୍ଷତାକୁ ଏପରି ଭାବରେ ପ୍ରଦର୍ଶନ କରିବ ଯାହା...

ଚେତାବନୀ ଦେଲେ ମାଲିକ ସଂଘ, ୨୪ରୁ ବଡ଼ିବନି ଘରୋଇ ବସ୍‌ !

ଭୁବନେଶ୍ୱର,୧୭।୧: ୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ...

୨୬ ଜାନୁଆରୀ ପୂର୍ବରୁ ଆକ୍ରମଣ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ, ଦିଲ୍ଲୀ ସମେତ କିଛି ରାଜ୍ୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭।୧: ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ...

୬ମିନିଟ୍‌ ଯାଏ କିଟ୍‌କିଟ୍‌ ଅନ୍ଧାର, ଦିନ ୧୨ଟାରେ ଗାଏବ ହୋଇଯିବେ ସୂର୍ଯ୍ୟ!

ପୃଥିବୀରେ ବହୁତ କମ ଲୋକ ଫେବୃଆରୀ 2026 ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି...

ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର: ଭୁଲ ଭୁଲେୟା କାହାଣୀ…

ଭୁବନେଶ୍ୱର,୧୭।୧:ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ...

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ଗ୍ରୀନ ସିଗନାଲ ଦେଲେ ମୋଦି, ଜାଣନ୍ତୁ କେଉଁ ରାଜ୍ୟକୁ ମିଳିବ ଏହାର ଲାଭ

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୭ ତାରିଖରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଟି...

୩ ଲକ୍ଷର ଓ୍ବାଟର ପ୍ୟୁରିଫାୟାର ଧରି ବୁଲୁଛନ୍ତି ଗିଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ ଦଳ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ପାଇଁ ଇନ୍ଦୋରରେ ପହଞ୍ଚିଛି। ଇନ୍ଦୋର ସମ୍ପ୍ରତି ଏଠାରେ ଥିବା ଦୂଷିତ ପାଣି ଯୋଗୁ ସାରା...

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri