ଆନନ୍ଦପୁର, ୧୭।୧(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଏସପିଙ୍କ ନେତୃତ୍ୱରେ ୪୬ଟି ଟିମ ଜିଲା ତଥା ଜିଲା ବାହାରର ବିଭିନ୍ନ ଗୋ ମାଫିଆଙ୍କ ଉପରେ ଚଢାଉ ଜାରି ରଖିଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲାରେ ୮ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି। ଆନନ୍ଦପୁରର ଘଷିପୁରା ଥାନା ଗୁହାଳିଆ ଗ୍ରାମର ଜିତେନ୍ଦ୍ର ଜେନାଙ୍କ ଘରେ ଚଢାଉ ହୋଇଥିବାବେଳେ ଆନନ୍ଦପୁର ଥାନା ମୋଚିନ୍ଦା ଗାଁରେ ମଧ୍ୟ ଚଢାଉ ଚାଲିଛି। ମୋଚିନ୍ଦା ଗାଁରେ ସତୁରା ସାହୁଙ୍କ ଘରୁ ୪ ଲକ୍ଷରୁ ଅଧିକ ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଓ ଏକ ନୂଆ କିଆ କେରେନ୍ସ ଗାଡି ଜବତ କରାଯାଇଛି। ବର୍ତ୍ତମାନ ତାଙ୍କର ଏକ ଲୁଗା ଶୋ ରୁମ ଉପରେ ଚଢ଼ାଉ ଚାଲିଛି । ସମ୍ପୃକ୍ତ ଅଭିଯୁକ୍ତଙ୍କ ଘର ସ୍ପେଶାଲ ସ୍କ୍ବାର୍ଡ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, ଦୁଇ ଜଣ ଆଇଆଇସି, ୪ ଜଣ ଏସଆଇଙ୍କ ମିଳିତ ଉଦ୍ୟମ ଦ୍ୱାରା ଚଢ଼ାଉ ଚାଲିବା ସହ ଘର, ଦୋକାନ ମାପ ଜୁପ କରିଛନ୍ତି। ସେହିଭଳି ଘଷିପୁରା ଥାନା ଗୁହାଳିଆ ଗାଁରେ ଜଣେ ଅଭିଯୁକ୍ତଙ୍କ ଘରୁ ଗୋଟିଏ ପିକଅପ ଭ୍ୟାନ ସହିତ ବୋଲେରୋ ଗାଡି ଜବତ କରାଯାଇଛି। ଉଭୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଜଣାପଡିଛି।

