ବିବାହ ନ କରିବାରୁ ପ୍ରେମିକାଙ୍କୁ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇଥିଲେ ପ୍ରେମିକ, ଘଟଣାରେ ପ୍ରେମିକଙ୍କୁ ହେଲା ଆଜୀବନ ଜେଲ ଦଣ୍ଡ

ଛତ୍ରପୁର, ୧୭।୧ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ପ୍ରେମିକ ବିବାହ ନ କରିବାରୁ ପ୍ରେମିକାଙ୍କୁ ସ୍ପିରିଟ ଢାଳି ନିଆଁ ଲଗାଇ ହତ୍ୟା ଘଟଣାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି । ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଅଭିଯୁକ୍ତ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କରି ରାୟରେ ପ୍ରକାଶ କରିଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ୨୪ ଜଣ ଓ ମୁଦୁଲାଙ୍କ ପକ୍ଷରୁ ୨ ଜଣ ସମୁଦାୟ ୨୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏହାସହ ପୋଲିସ ଓ ଏକ୍ୟୁଜିଭିଟ ମାଜିଷ୍ଟ୍ରେଟ ତଥା ପୁରୁଷୋତ୍ତମପୁର ପ୍ରାକ୍ତନ ତହସିଲଦାର ନୀତୀଶ ତ୍ରିପାଠୀଙ୍କ ଉପସ୍ଥିତିରେ ରେକର୍ଡ କରାଯାଇଥିବା ମୃତ୍ୟୁକାଳନୀ ବୟାନ ଏବଂ ଘଟଣାସ୍ଥଳର ପରିପାର୍ଶ୍ୱରୁ ବିଭିନ୍ନ ତଥ୍ୟକୁ ଆଧାର କରି ମକଦ୍ଦମାକୁ ସରକାରଙ୍କ ପକ୍ଷରୁ କ୍ୟାଡର ଆଡିସନାଲ ପିପି ନିହାର ରଞ୍ଜନ ଜେନା ଓ ସହଯୋଗୀ ଭାବେ ସରକାରୀ ଓକିଲ ଗଙ୍ଗାଧର ପଣ୍ଡା ପରିଚାଳନା କରିଥିଲେ । ଗତ ୨୦୨୧ ଜୁଲାଇ ୨୭ ତାରିଖରେ ମୁଜାଗଡ଼ ହସ୍ପିଟାଲର ଲ୍ୟାବ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଶୁଭସ୍ମିତା ଖାଡଙ୍ଗା ଓ ପ୍ରତାପରୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ପ୍ରଥମେ ଉଭୟ ପରସ୍ପରକୁ ପ୍ରେମ କରୁଥିଲେ । ଏହା ମଧ୍ୟରେ କୃଷ୍ଣଚନ୍ଦ୍ର ବିବାହ ପାଇଁ ବହୁବାର ଶୁଭସ୍ମିତାଙ୍କୁ ପ୍ରସ୍ତାବ ଦେଇଆସୁଥିଲେ । କିନ୍ତୁ ଶୁଭସ୍ମିତାଙ୍କ ଘର ଲୋକେ ରାଜି ହେଉନଥିଲେ l ପରେ ଶୁଭସ୍ମିତାଙ୍କୁ କୃଷ୍ଣଚନ୍ଦ୍ର ପୁରୁଷୋତ୍ତମପୁର ଥାନା ପ୍ରତାପପୁର ସ୍ଥିତ ଏକ ପରିତ୍ୟକ୍ତ ଘରକୁ ଡାକି ଆଣି ସ୍ପିରିଟ ପକାଇ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ତାଙ୍କରି ପ୍ରାୟ ୯୫ ପ୍ରତିଶତ ଶରୀର ନିଆଁରେ ପୋଡି ହୋଇଯାଇଥିଲା । ଖବରପାଇ ପୋଲିସ ଓ ଏକ୍ୟୁଜିଟିଭ ମାଜିଷ୍ଟ୍ରେଟ ଭାବେ ପୁରୁଷୋତମପୁର ତହସିଲଦାରଙ୍କ ଉପସ୍ଥିତିରେ ଶୁଭସ୍ମିତାଙ୍କ ମୃତ୍ୟୁକାଳୀନ ବୟାନ ରେକର୍ଡ କରାଯାଇଥିଲା। ଏହି ଘଟଣା ସଂପର୍କରେ ମୃତ ଶୁଭସ୍ମିତାଙ୍କ ବାପା ପ୍ରଶାନ୍ତ କୁମାର ଖାଡଙ୍ଗା ଅଭିଯୋଗ କ୍ରମେ ପୁରୁଷୋତ୍ତମପୁର ଥାନାରେ ୩୩୪/୨୦୨୧ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଜଗନ୍ନାଥ ମଲ୍ଲିକ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲେ। ଜିଆର ନଂ ୩୩୧ରେ ପରେ ଏସଟି ୮ /୨୨ ନଂ ମାମଲା କୋର୍ଟରେ ବିଚାର ଚାଲିଥିଲା l

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି...

ବେଆଇନ ଗୋରୁ ମାଫିଆଙ୍କ ଘରେ ବଡ଼ଧରଣର ଚଢାଉ

କେନ୍ଦୁଝର,୧୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନରେ ସମନ୍ବିତ ଚଢାଉ କରିଛି...

ଘର ବାହାରେ ଦେଖୁଛନ୍ତି କି ଏସବୁ ପକ୍ଷୀ, ଜାଣି ରଖନ୍ତୁ ମାଡ଼ି ଆସୁଛି ଘୋର ବିପତ୍ତି!

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ଶାସ୍ତ୍ରକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହା ଅନୁଯାୟୀ, ଆମ ଚାରିପାଖରେ ପଶୁ ଏବଂ ପକ୍ଷୀଙ୍କ ଗତିବିଧି ଆମକୁ ଭବିଷ୍ୟତର...

ବିଜେଡି ନେତାଙ୍କ ସସପେଣ୍ଡ ଉପରେ ଚାଞ୍ଚଲ୍ୟକର ବୟାନ ଦେଲେ ଜୟନାରାୟଣ: କହିଲେ ମୋତେ ଦୁଃଖ ଲାଗୁଛି…

ଭୁବନେଶ୍ୱର, ୧୭।୧: ବିଜେଡି ନେତାଙ୍କ ସସପେଣ୍ଡ ନେଇ ଜୟନାରାୟଣ ମିଶ୍ର ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା।...

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ୬ ଗିରଫ, ଖୋଲିଲା ସ୍କୁଲ, କଲେଜ

ସୁନ୍ଦରଗଡ,୧୭।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଘଟିଥିବା ୨ ଗୋଷ୍ଠୀ ସଂଘର୍ଷ ଘଟଣାରେ ଟାଉନଥାନା ପୋଲିସ ଶୁକ୍ରବାର ରାତିରେ ଉଭୟ ପକ୍ଷରୁ ୬ ଜଣଙ୍କୁ ଗିରଫ କରି...

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri