ବଙ୍ଗରୁ ଓଡ଼ିଶା ଆସିବ ନିବେଶ

ଭୁବନେଶ୍ୱର,୧୭ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଦୁଇଦିନିଆ ନିବେଶକ ସମ୍ମିଳନୀରୁ ଶନିବାର ବିପୁଳ ପରିମାଣର ନିବେଶ ଓଡ଼ିଶା ଆସିବା ସମ୍ଭାବନା ରହିଛି ବୋଲି ଜଣାଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେକ୍ଟୋରାଲ ରାଉଣ୍ଡଟେବୁଲ ମାଧ୍ୟମରେ ବିଭିନ୍ନ ଶିଳ୍ପୋଦ୍ୟୋଗୀ ଏବଂ ଶିଳ୍ପପତିଙ୍କ ସହିତ ‘ଓ୍ବାନ୍‌ ଟୁ ଓ୍ବାନ୍‌’ ଆଲୋଚନା କରିଛନ୍ତି। ସେଥିମଧ୍ୟରେ ଆଇଟି କ୍ଷେତ୍ରଠାରୁ ଆରମ୍ଭକରି ଡାଉନ୍‌ଷ୍ଟ୍ରିମ୍‌ ଲୌହ ଇସ୍ପାତ ପର୍ଯ୍ୟନ୍ତ ରହିଛି। ଓଡ଼ିଶାରେ ଅନୁକୂଳ ଶିଳ୍ପ ପରିବେଶ ସାଙ୍ଗକୁ ଲୋକଙ୍କ ସରକାର ରହିଥିବାରୁ ନିବେଶକମାନେ ଏହାକୁ ଖୁବ୍‌ ପସନ୍ଦ ମନେକରୁଛନ୍ତି। ଏହି ଦୃଷ୍ଟିରୁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଅଧିକ ପୁଞ୍ଜି ନିବେଶ ସାଙ୍ଗକୁ ନିଯୁକ୍ତି ସୁଯୋଗ ଆସିବ ବୋଲି ରହିଛି। ସୂଚନାଯୋଗ୍ୟ, ନିକଟରେ ହାଇଦ୍ରାବାଦ୍‌ଠାରେ ହୋଇଥିବା ନିବେଶ ସମ୍ମିଳନୀରେ ଓଡ଼ିଶାକୁ ୬୭ ହଜାର କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୫୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା। ସେଥିମଧ୍ୟରେ ହସ୍ତତନ୍ତ, ବୟନଶିଳ୍ପ, ଆଇଟି ଓ ଉତ୍ପାଦନ କ୍ଷେତ୍ର ରହିଥିଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘର ବାହାରେ ଦେଖୁଛନ୍ତି କି ଏସବୁ ପକ୍ଷୀ, ଜାଣି ରଖନ୍ତୁ ମାଡ଼ି ଆସୁଛି ଘୋର ବିପତ୍ତି!

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ଶାସ୍ତ୍ରକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହା ଅନୁଯାୟୀ, ଆମ ଚାରିପାଖରେ ପଶୁ ଏବଂ ପକ୍ଷୀଙ୍କ ଗତିବିଧି ଆମକୁ ଭବିଷ୍ୟତର...

ବିଜେଡି ନେତାଙ୍କ ସସପେଣ୍ଡ ଉପରେ ଚାଞ୍ଚଲ୍ୟକର ବୟାନ ଦେଲେ ଜୟନାରାୟଣ: କହିଲେ ମୋତେ ଦୁଃଖ ଲାଗୁଛି…

ଭୁବନେଶ୍ୱର, ୧୭।୧: ବିଜେଡି ନେତାଙ୍କ ସସପେଣ୍ଡ ନେଇ ଜୟନାରାୟଣ ମିଶ୍ର ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା।...

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ୬ ଗିରଫ, ଖୋଲିଲା ସ୍କୁଲ, କଲେଜ

ସୁନ୍ଦରଗଡ,୧୭।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଘଟିଥିବା ୨ ଗୋଷ୍ଠୀ ସଂଘର୍ଷ ଘଟଣାରେ ଟାଉନଥାନା ପୋଲିସ ଶୁକ୍ରବାର ରାତିରେ ଉଭୟ ପକ୍ଷରୁ ୬ ଜଣଙ୍କୁ ଗିରଫ କରି...

ନବୀନଙ୍କ ପଛରେ ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର: ବଡ଼ ଗୁମର ଖୋଲିଲେ ଏହି ନେତା

ଭୁବନେଶ୍ୱର,୧୭।୧: ବିଜେଡି ନିକଟରେ ଦଳରୁ କିଛି ଟାଣୁଆ ନେତାଙ୍କୁ ନିଲମ୍ବନ କରିବା ପରେ ମୁଁହ ଖୋଲିଲେ ଲେନିନ ମହାନ୍ତି। ସେ କହିଛନ୍ତି, ମିଡ ଡେ’ ଅପରେଶନ...

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri