ବିଜେଡି ନେତା, ଠିକାଦାର, ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ: ଆଲମିରା ଭର୍ତ୍ତି ଟଙ୍କା ଦେଖି ଇଡି ତାଜୁବ

ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)/ଭୁବନେଶ୍ୱର,୧୭ା୧(ସତ୍ୟଜିତ ରାଉତ): ଗଞ୍ଜାମ ଜିଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶୁକ୍ରବାର ବଡ଼ଧରଣର ଏକାକାଳୀନ ଚଢ଼ାଉ କରାଯାଇଛି। ଏହି ସମୟରେ ଜଣେ ବ୍ୟବସାୟୀଙ୍କ ଘରୁ ଆଲମିରା ଭର୍ତ୍ତି ଟଙ୍କା ଜବତ ହୋଇଛି, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି। ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ରହ୍ମପୁର ସହର ସମେତ କନିଶି, ଶେରଗଡ଼ ଓ ଆସିକା ଅଞ୍ଚଳରେ ଇଡି ଅଧିକାରୀମାନେ ଚଢ଼ାଉ କରି ବହୁ କାଗଜପତ୍ର ଜବତ କରିଛିନ୍ତି। ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ର ବିଜେଡି ନେତା ତଥା ଠିକାଦର ହୃଷୀକେଶ ପାଢ଼ୀ ଓ ତାଙ୍କ ପୁଅ ସଚିନ ପାଢ଼ୀଙ୍କ ଘର, ଆସିକାର ବାଲି ବ୍ୟବସାୟୀ ଭଗବାନ୍‌ ସାହୁ, ବ୍ରହ୍ମପୁର କନିଶିର ସୁନୀଲ ପାତ୍ର, ଶୁୁଭାଶିଷ ସାହୁ ଓରଫ ବଣ୍ଟି, ଲାଞ୍ଜିପଲ୍ଲୀ ଉମନଗର ଅଞ୍ଚଳର ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଘରେ ଚଢ଼ାଉ କରାଯାଉଛି। ସେହିପରି ଏହି କ୍ରାଇମ୍‌ ସିଣ୍ଡିକେଟ୍‌ ଲିଙ୍କ୍‌ରେ ବ୍ରହ୍ମପୁରସ୍ଥିତ ସନ୍ତୋଷ ଦଳେଇଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଇଛି। ତେବେ ଶେରଗଡ଼ର ହୃଷୀକେଶ ଓ ତାଙ୍କ ପୁଅ ସଚିନ ଠିକାଦର ହୋଇଥିବା ବେଳେ ଅନ୍ୟମାନେ ବାଲି ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି। ଆଲମିରା ଭର୍ତ୍ତି ଟଙ୍କା ଜବତ ହୋଇଥିବା ଘର କାହାର ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ଏମାନଙ୍କ ସହଯୋଗୀଙ୍କ ଘର ବୋଲି ସୂଚନା ମିଳିଛି। ଏହି ଟଙ୍କା ୫୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ସହଯୋଗୀ ଜଣକ ବଡ଼ ବାଲି ବ୍ୟବସାୟୀ ହୋଇ ନ ଥିବା ବେଳେ ତାଙ୍କଘରୁ ଏତେ ପରିମାଣର ଟଙ୍କା ଜବତ ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ବିଶ୍ୱାସ କରିପାରୁନାହାନ୍ତି। ଏହି ସିଣ୍ଡିକେଟରେ ଥିବା ବହୁ ବଡ଼ ବ୍ୟବସାୟୀମାନେ ସନ୍ତୋଷଙ୍କ ଘରେ କିଛିଦିନ ହେବ ଏହି ଟଙ୍କା ଗଚ୍ଛିତ କରି ରଖିଥିଲେ ବୋଲି ଚର୍ଚ୍ଚା ହେଉଛି। ଜବତ ଟଙ୍କାକୁ ବ୍ୟାଙ୍କ ଅଧିକାରୀମାନେ ନେଇ ଗଣତି ଆରମ୍ଭ କରିଛନ୍ତି। ତେବେ ଚଢ଼ାଉ କରାଯାଇଥିବା ବାଲି ବ୍ୟବସାୟୀଙ୍କ ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ ଓ ଯାଞ୍ଚ କରାଯାଉଥିବା ଜଣାପଡିଛି। ଏମାନେ ବେନାମୀ ଲୋକଙ୍କ ନଁାରେ ବାଲିଘାଟ ଟେଣ୍ଡର ନେଇ ବ୍ୟବସାୟ କରୁଥିବା ଅଭିଯୋଗ ରହିଛି। ଏପରିକି ସେମାନେ ଦୀର୍ଘଦିନ ହେବ ବେଆଇନ ଭାବେ ବାଲି ଖନନ କରି ବିପୁଳ ଟଙ୍କା ରୋଜଗାର କରିଥିବା ବେଳେ ଟିକସ ମଧ୍ୟ ପୈଠ କରୁ ନ ଥିଲେ। କିଛିଦିନ ହେବ ଇଡି ପକ୍ଷରୁ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ପରେ ସର୍ଚ୍ଚ ୱାରେଣ୍ଟ ସହ ଇଡି ପକ୍ଷରୁ ଏହି ବଡ଼ ଧରଣର ରେଡ୍‌ କରାଯାଉଛି।
ଏନେଇ ଇଡି ପକ୍ଷରୁ ପ୍ରେସ ରିଲିଜ୍‌ ଜରିଆରେ କୁହାଯାଇଛି, ବେଆଇନ ଓ ଅନଧିକୃତ ଭାବେ ବାଲି ଓ କଳା ପଥର ଖନନ ଏବଂ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଏହି ଚଢ଼ାଉ କରାଯାଉଛି। ବ୍ୟବସାୟୀମାନେ ଅପରାଧୀ ଶ୍ରେଣୀୟ ହୋଇଥିବାବେଳେ ବାହୁବଳ ଜରିଆରେ ଜବରଦଖଲ କରି ବେଆଇନ ଭାବେ ଲଘୁ ଖଣିଜ ଖନନ କରିବା ସହ ସ୍ଥାନୀୟ ଲୋକଙ୍କୁ ଶୋଷଣ ଓ ଭୟଭୀତ କରି ରଖୁଛନ୍ତି। ସେମାନେ ଜାଲ କାଗଜପତ୍ର ଜରିଆରେ ଏହି କାରବାର କରିଆସୁଛନ୍ତି। ଏହାଦ୍ୱାରା ରାଜସ୍ବ ହାନି ଘଟିଛି। ଜବତ ହୋଇଥିବା ଟଙ୍କାର ନିର୍ଦ୍ଦିଷ୍ଟ ପରିମାଣ ଓ ଅନ୍ୟାନ୍ୟ ବିବରଣୀ ବିଷୟରେ ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି...

ବେଆଇନ ଗୋରୁ ମାଫିଆଙ୍କ ଘରେ ବଡ଼ଧରଣର ଚଢାଉ

କେନ୍ଦୁଝର,୧୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନରେ ସମନ୍ବିତ ଚଢାଉ କରିଛି...

ଘର ବାହାରେ ଦେଖୁଛନ୍ତି କି ଏସବୁ ପକ୍ଷୀ, ଜାଣି ରଖନ୍ତୁ ମାଡ଼ି ଆସୁଛି ଘୋର ବିପତ୍ତି!

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ଶାସ୍ତ୍ରକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହା ଅନୁଯାୟୀ, ଆମ ଚାରିପାଖରେ ପଶୁ ଏବଂ ପକ୍ଷୀଙ୍କ ଗତିବିଧି ଆମକୁ ଭବିଷ୍ୟତର...

ବିଜେଡି ନେତାଙ୍କ ସସପେଣ୍ଡ ଉପରେ ଚାଞ୍ଚଲ୍ୟକର ବୟାନ ଦେଲେ ଜୟନାରାୟଣ: କହିଲେ ମୋତେ ଦୁଃଖ ଲାଗୁଛି…

ଭୁବନେଶ୍ୱର, ୧୭।୧: ବିଜେଡି ନେତାଙ୍କ ସସପେଣ୍ଡ ନେଇ ଜୟନାରାୟଣ ମିଶ୍ର ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା।...

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ୬ ଗିରଫ, ଖୋଲିଲା ସ୍କୁଲ, କଲେଜ

ସୁନ୍ଦରଗଡ,୧୭।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଘଟିଥିବା ୨ ଗୋଷ୍ଠୀ ସଂଘର୍ଷ ଘଟଣାରେ ଟାଉନଥାନା ପୋଲିସ ଶୁକ୍ରବାର ରାତିରେ ଉଭୟ ପକ୍ଷରୁ ୬ ଜଣଙ୍କୁ ଗିରଫ କରି...

ନବୀନଙ୍କ ପଛରେ ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର: ବଡ଼ ଗୁମର ଖୋଲିଲେ ଏହି ନେତା

ଭୁବନେଶ୍ୱର,୧୭।୧: ବିଜେଡି ନିକଟରେ ଦଳରୁ କିଛି ଟାଣୁଆ ନେତାଙ୍କୁ ନିଲମ୍ବନ କରିବା ପରେ ମୁଁହ ଖୋଲିଲେ ଲେନିନ ମହାନ୍ତି। ସେ କହିଛନ୍ତି, ମିଡ ଡେ’ ଅପରେଶନ...

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri