ବର୍ବରକାଣ୍ଡ : ଶ୍ରମିକଙ୍କୁ ତେଲ ଢାଳି ମାରିଦେଇଥିଲେ ଦିଆସିଲି, ତଦନ୍ତ ଆରମ୍ଭ କଲେ ପୋଲିସ, ଜିଲା ଶ୍ରମ ଅଧିକାରୀ

ଖଡ଼ିଆଳ,୧୭।୧(ସୁଜିତ କୁମାର ପ୍ରଧାନ) : ନୂଆପଡ଼ା ଜିଲା ଖଡ଼ିଆଳ ଥାନା ଜୁନାପାଣି ଖଲିଆଭଟା ଗ୍ରାମର ବିଦ୍ୟାଧର ମାଝୀଙ୍କୁ ଟ୍ରେନରୁ ଉଠାଇ ନେଇ କରେଣ୍ଟ ଦେଇ ତେଲଢାଳି ଦିଆସିଲି ମାରି ଦେଇଥିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ପ୍ରକାଶ ହେବା ପରେ ଶୁକ୍ରବାର ଜିଲା ଶ୍ରମ ଅଧିକାରୀ ଓ ଖଡ଼ିଆଳ ପୋଲିସ ବିଦ୍ୟାଧର ମାଝୀଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ଉପରେ ସ୍ଥାନୀୟ ଶ୍ରମିକ ଦଲାଲ ଓ ଇଟାଭାଟି ମାଲିକଙ୍କୁ ଗିରଫ କରିବାକୁ ଖଡ଼ିଆଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଗୁରୁତର ଶ୍ରମିକ ମାଝୀଙ୍କ ଘରକୁ ଜିଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଖଡ଼ିଆଳ ଏସ୍ଡିପିଓ ଉପେନ୍ଦ୍ର ପ୍ରଧାନ, ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ, ଖଡ଼ିଆଳ କଂଗ୍ରେସ ଯୁବନେତା କମଳ ଚରଣ ତାଣ୍ଡି ପହଞ୍ଚି ଶ୍ରମିକ ସହ ଘଟଣା ଉପରେ ଆଲୋଚନା କରିଥିଲେ। ମାଝୀଙ୍କ ସହିତ ହୋଇଥିବା ଘଟଣା ଉପରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ। ଏହି ଘଟଣାକୁ ନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣାର ତଦନ୍ତ କରି ସ୍ଥାନୀୟ ଦଲାଲ ହିତେଶ କୁମାର ଓ ଇଟାଭାଟି ମାଲିକ ଏ.ଆର୍‌. ମାଧବ ମାରିବା ପାଇଁ ଉଦ୍ୟମ କରୁଥିଲେ। ସେଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ସହ ତୁରନ୍ତ ଗିରଫ କରାଯାଉ ବୋଲି ଅଭିଯୋଗ କରାଯାଇଛି। ଏହା ଘଟଣା ଉପରେ ଜିଲା ଶ୍ରମ ଅଧିକାରୀ ଗୁରୁତର ମାଝୀଙ୍କ ସ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଶ୍ରମିକଙ୍କ ଘରକୁ ଯାଇ ତଦନ୍ତ କରାଯାଇଛି। ଶ୍ରମିକଙ୍କୁ ଏଭଳି ବର୍ବରକାଣ୍ଡ କରିବା କଥା ନୁହେଁ, ବିନା ପଞ୍ଜୀକରଣରେ ଶ୍ରମିକଙ୍କୁ ନେଇଥିବାରୁ ଦଲାଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଶ୍ରମିକଙ୍କୁ ରେଡ଼କ୍ରସରୁ ସହାୟତା ଦିଆଯିବ ବୋଲି କହିଛନ୍ତି।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ କର୍ତ୍ତବ୍ୟ ପଥରେ ସେନାର ବୀରତ୍ୱ ସହ ଦୃଷ୍ଟି ଆକର୍ଷଣ କରିବ ‘ବାକ୍ଟ୍ରିଅନ୍‌ ଓଟ’

ନୂଆଦିଲ୍ଲୀ,୧୭।୧: ଚଳିତ ବର୍ଷ, ଗଣତନ୍ତ୍ର ଦିବସ ପରେଡ ଦେଶର ସାମରିକ ଶକ୍ତି, ଭୌଗୋଳିକ ବିବିଧତା ଏବଂ ବୀରତ୍ୱପୂର୍ଣ୍ଣ ଦକ୍ଷତାକୁ ଏପରି ଭାବରେ ପ୍ରଦର୍ଶନ କରିବ ଯାହା...

ଚେତାବନୀ ଦେଲେ ମାଲିକ ସଂଘ, ୨୪ରୁ ବଡ଼ିବନି ଘରୋଇ ବସ୍‌ !

ଭୁବନେଶ୍ୱର,୧୭।୧: ୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ...

୨୬ ଜାନୁଆରୀ ପୂର୍ବରୁ ଆକ୍ରମଣ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ, ଦିଲ୍ଲୀ ସମେତ କିଛି ରାଜ୍ୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୧୭।୧: ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ...

୬ମିନିଟ୍‌ ଯାଏ କିଟ୍‌କିଟ୍‌ ଅନ୍ଧାର, ଦିନ ୧୨ଟାରେ ଗାଏବ ହୋଇଯିବେ ସୂର୍ଯ୍ୟ!

ପୃଥିବୀରେ ବହୁତ କମ ଲୋକ ଫେବୃଆରୀ 2026 ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି...

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ଗ୍ରୀନ ସିଗନାଲ ଦେଲେ ମୋଦି, ଜାଣନ୍ତୁ କେଉଁ ରାଜ୍ୟକୁ ମିଳିବ ଏହାର ଲାଭ

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୭ ତାରିଖରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଟି...

୩ ଲକ୍ଷର ଓ୍ବାଟର ପ୍ୟୁରିଫାୟାର ଧରି ବୁଲୁଛନ୍ତି ଗିଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ ଦଳ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ପାଇଁ ଇନ୍ଦୋରରେ ପହଞ୍ଚିଛି। ଇନ୍ଦୋର ସମ୍ପ୍ରତି ଏଠାରେ ଥିବା ଦୂଷିତ ପାଣି ଯୋଗୁ ସାରା...

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି...

ବେଆଇନ ଗୋରୁ ମାଫିଆଙ୍କ ଘରେ ବଡ଼ଧରଣର ଚଢାଉ

କେନ୍ଦୁଝର,୧୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସମେତ ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନରେ ସମନ୍ବିତ ଚଢାଉ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri