ଜି.ଉଦୟଗିରି ନଗର-ବ୍ଲକ ବିଜେଡି ସଭାପତି ହେଲେ ଅନୀଲ କୁମାର, ଲିଙ୍ଗରାଜ

ଜି.ଉଦୟଗିରି,୧୬।୧(ଚିନ୍ମୟ କୁମାର ସେଠୀ): ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କନ୍ଧମାଳ ଜିଲାରେ ବିଭିନ୍ନ ବ୍ଲକ ଓ ଏନ୍‌ଏସିରେ ଥିବା ସଂଗଠନକୁ ମଜଭୁତ କରିବା ନିମନ୍ତେ ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ ଜି.ଉଦୟଗିରି ନଗର ସଭାପତି ଭାବେ ଅନିଲ କୁମାର ଦଳବେହେରା ଓ ବ୍ଲକ ସଭାପତି ଭାବେ ଲିଙ୍ଗରାଜ ପ୍ରଧାନଙ୍କୁ ବିଜୁ ଜନତା ଦଳ ତରଫରୁ ତୃଣମୂଳ ସ୍ତରରୁ ଦଳ କୁ ସୁଦୃଢ଼ କରିବା ପାଇଁ ଦାୟିତ୍ୱ ମିଳିଛି। ଅନିଲ ପୂର୍ବରୁ କାର୍ଯ୍ୟକାରୀ ସଭାପତି ରହିଥିବା ବେଳେ ଏଥର ଦଳ ତାଙ୍କ ନେତୃତ୍ୱ ଉପରେ ଭରଷା କରି ଗୁରୁ ଦାୟିତ୍ୱ ପ୍ରଦାନ କରିଛି। ସେହିପରି ଲିଙ୍ଗରାଜ ଗତ ଥର ବ୍ଲକ ସଭାପତି ଥିଲେ ଏବଂ ଏଥର ମଧ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇବେ। ସ୍ଥାନୀୟ ବିଜେଡି ଦଳର ସଭାପତି ଭାବେ ଘୋଷଣା ହେବା ପରେ ସବୁଆଡ଼ୁ ଉଭୟ ସଭାପତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏହି ପଦବୀର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଉଭୟଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପୁଣି ଜନତାଙ୍କ ସମର୍ଥନ ପାଇବ ବୋଲି ଜିଲା ସଭାପତି ପଦ୍ମନାଭ ବେହେରା ସୁଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

ଗୋ ମାଫିଆଙ୍କ ଘରେ ରେଡ୍‌: ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଜବତ

ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି ।...

ମୃତବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଟଙ୍କା: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୭ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ରତାଖଣ୍ଡି ପଞ୍ଚାୟତ ଅଧୀନ ରତାଖଣ୍ଡି ଗ୍ରାମର ରାଉତ ବରିହାଙ୍କ ଗତ ଜୁଲାଇରେ ମୃତ୍ୟୁ ଘଟିଛି। କିନ୍ତୁ ପଞ୍ଚାୟତ ପକ୍ଷରୁ...

ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…

ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି...

ଗୋ ମାଫିଆଙ୍କ ପାଖରେ ଏତେ ଟଙ୍କା! ୮ ସ୍ଥାନରେ ଏକକାଳୀନ ଚଢାଉ ଜାରି, ଜବତ ହେଲା…

ଆନନ୍ଦପୁର, ୧୭।୧(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଏସପିଙ୍କ ନେତୃତ୍ୱରେ ୪୬ଟି ଟିମ ଜିଲା ତଥା ଜିଲା ବାହାରର ବିଭିନ୍ନ ଗୋ ମାଫିଆଙ୍କ ଉପରେ ଚଢାଉ...

ବ୍ୟବସାୟୀ ହତ୍ୟା ଘଟଣାର ଫିଟିଲା ଗୁମର: ବଡ଼ଭାଇ ସୁପାରି ଦେଇ…

ବଲାଙ୍ଗୀର,୧୭/୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ତେଲ ନଦୀ ବ୍ରିଜ ତଳୁ ଜାନୁଆରୀ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ...

ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri