ବାଲ୍ୟ ବିବାହ ମୁକ୍ତ ଯୋଜନା: ୧୦୦ ଦିନ ଧରି ଦେଶରେ ଚାଲିବ ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର,୧୬।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସିଡ଼ିପିଓ କାର୍ଯ୍ୟାଳୟ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ବାଲ୍ୟ ବିବାହ ଏବଂ ମହିଳା ଓ ଶିଶୁ ନିର୍ଯାତନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ସିଡିପିଓ ମିଲୀମା କୁମାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଉପରେ କହିଥିଲେ। ଗତ ନଭେମ୍ବର ମାସ ୨୭ରୁ ଏହି ସଚେତନତା କାର୍ଯ୍ୟକ୍ରମ ସମଗ୍ର ଦେଶରେ ଚାଲିଛି। ଏହା ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ବିଶ୍ବ ମହିଳା ଦିବସ ପର୍ଯ୍ୟନ୍ତ ୧୦୦ ଦିନ ଧରି ଚାଲିବ। ବାଲ୍ୟ ବିବାହ ରୋକିବା ଲକ୍ଷ୍ୟ ନେଇ ସମସ୍ତ କିଶୋର କିଶୋରୀମାନଙ୍କୁ ଏନେଇ ସଚେତନତା କରାଯାଉଛି ।
ମାର୍ଚ୍ଚ ୮ ତାରିଖ ସୁଦ୍ଧା ଦେଶରୁ ବାଲ୍ୟ ବିବାହ ମୁକ୍ତ କରିବା ଯୋଜନା ଲକ୍ଷ୍ୟ ରଖାଯାଇଛି। ଏହାକୁ ଆଖି ଆଗରେ ରଖି ଯୋଜନା ହାତକୁ ନିଆଯାଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ସଚେତନତା କାର୍ଯ୍ୟକ୍ରମ ଚାଲିଛି ବୋଲି ସିଡିପିଓ ପଣ୍ଡା କହିଥିଲେ। ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ନିକଟରେ ଖୋଲିଥିବା ସଖି କେନ୍ଦ୍ରର ପରାମର୍ଶଦାତା
ପ୍ରତିଭା ରାଣୀ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସଖି କେନ୍ଦ୍ର ମହିଳାମାନଙ୍କ ପାଇଁ କିଭଳି କାମରେ ଆସୁଛି ସେନେଇ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରାଇଥିଲେ। ଅନେକ ମହିଳା ଓ ଶିଶୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି। କିନ୍ତୁ ବେଳେବେଳେ ସେମାନଙ୍କୁ ଆଇନର ସହାୟତା ପାଇଁ ଉପଯୁକ୍ତ ପରାମର୍ଶ ଓ ଥଇଥାନ ସୁବିଧା ମିଳିନଥାଏ। ଫଳରେ ସେମାନେ ଉକ୍ତ ସମୟରେ ମାନସିକ ଅସ୍ଥିରତା ମଧ୍ୟରେ ଥାଆନ୍ତି। ସମସ୍ତ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଉକ୍ତ କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ର ୨୪ ଘଣ୍ଟିଆ ଖୋଲା ରହୁଛି। ଯେତେବେଳେ ଯାହାର ସହଯୋଗ ଲୋଡ଼ା ଆମେ ସହାୟତା ପାଇଁ ପ୍ରସ୍ତୁତ ଅଛୁ ବୋଲି ନାୟକ କହିଥିଲେ। ସୁପର ଭାଇଜର ଗୀତାଞ୍ଜଳି ପଟ୍ଟନାୟକ, ଅଧ୍ୟାପିକା ମାମାଲି ନାୟକ, ମିକି ନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଥିଲେ। ଶାଖା ୨ ଯୋଜନା ଅଧିକାରୀଣୀ ସସ୍ମିତା କୁମାରୀ ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ଶାଖା ୧ ଅଧିକାରୀ ବି ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହା ପୁର୍ବରୁ ଅଞ୍ଚଳର ବହୁ ଅଙ୍ଗନୱାଡ଼ି ଛାତ୍ରୀଛାତ୍ରଙ୍କ ସହ ମିଶି ବାଲ୍ୟ ବିବାହ ମୁକ୍ତ ଭାରତ  ସଚେତନତା କାର୍ଯ୍ୟକ୍ରମରେ ଶପଥ ପାଠ କରିଥିଲେ । ଏଥିସହ ଜାତୀୟ ସେବା ଯୋଜନା ପୋଷ୍ୟ ଗ୍ରାମ ଅଞ୍ଚଳର ଲୋକଙ୍କୁ ବାଲ୍ୟ ବିବାହ ବିରୋଧରେ ସଚେତନତା କରାଯାଇଥିଲା । ଏଥିସହ ଗୁରୁବାର ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ଜଳବାୟୁ ପରିବର୍ତ୍ତନ ଓ ତାହାର କୁପ୍ରଭାବ ଉପରେ ଛାତ୍ରୀ ଛାତ୍ରଙ୍କୁ ସଚେତନ କରିଥିବା ବେଳେ ସମାଜସେବୀ ଶୂଳପାଣି ଶତପଥି ବୁଧବାର ନିଶା ନିବାରଣ ସମେତ ଅନ୍ୟାନ୍ୟ ବିଷୟରେ ଛାତ୍ରୀଛାତ୍ର ଙ୍କୁ ସଚେତନ କରାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

ଗୋ ମାଫିଆଙ୍କ ଘରେ ରେଡ୍‌: ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଜବତ

ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି ।...

ସୁନାଥାଳିରେ ଖାଇବେ! ୨୯ରୁ ୩୧ ଭିତରେ ଧନୀ ହେବେ ୩ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

କିଏ ହେବେ ମୁମ୍ବାଇର ପରବର୍ତ୍ତି ମେୟର? ରେସରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୭।୧: ମୁମ୍ବାଇ ନଗର ନିଗମ ନିର୍ବାଚନରେ ଭାଜପା ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ମୁମ୍ବାଇରେ ଶିବସେନାର ପ୍ରାୟ ତିନି ଦଶନ୍ଧି ଧରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri