ସନାତନ, ଅରବିନ୍ଦଙ୍କ ପରେ ପୁଣି ନିଲମ୍ବନ ହେଲେ ବିଜେଡିର ଏହି ନେତ୍ରୀ: ଚର୍ଚ୍ଚାରେ…

ଧର୍ମଶାଳା,୧୬।୧(ଶିବ ପ୍ରସାଦ ମହାନ୍ତି): ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ କରାଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ନଳୀନି ପ୍ରଭା ଜେନାଙ୍କୁ ନିଲମ୍ବନ କରିଛନ୍ତି ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।
ନିକଟରେ ଦଳ ବିରୋଧି କାର୍ଯ୍ୟ ଲାଗି ବିଜେଡିରୁ ୨ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ କରାଯାଇଛି। ଭଲ ଭାବେ ଅନୁଧ୍ୟାନ ସହ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଦୁହେଁ।
ଅରବିନ୍ଦ କହିଛନ୍ତି ଯେ, ମୁଁ ଜାଣିନି କାହିଁକି ମୋ’ ଉପରେ ଆକ୍ସନ ନିଆଯାଇଛି। କାହା ସହ ମୋର ମନ୍ତାନ୍ତର ନ ଥିଲା। ମୁଁ କୌଣସି ଦଳ ବିରୋଧୀ କାମ କରିନି। ମୁଁ ଦଳକୁ ଅସୁବିଧାରେ ପକାଇବା ଭଳି ବୟାନ ମଧ୍ୟ ଦେଇ ନାହିଁ। ମୋ’ ବାପା ସ୍ବତନ୍ତ୍ର, ସେ ଜଣେ ପରିଚିତ ନେତା। ସେ ମୋ’ କାମରେ ମୁଣ୍ଡ ପୁରାନ୍ତି ନାହିଁ।  ସେ ଯାହା କରିବେ ତାଙ୍କ ବ୍ୟାପାର। କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ନିଆଯାଇଛି ସେ ବିଷୟରେ ଜାଣିବା ପରେ ବିସ୍ତୁତ ପ୍ରତିକ୍ରିୟା ଗଣମାଧ୍ୟମରେ ରଖିବି ବୋଲି ସେ କହିଛନ୍ତି।

ସେହିଭଳି ସନାତନ କହିଛନ୍ତି ଯେ, ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ। ୧୩ ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନି, ବିରୋଧରେ ମଧ୍ୟ କିଛି କହିନି। ବିଜେଡି ସମୟରେ କେନ୍ଦୁଝର ବିକାଶ ହୋଇନି କହିଥିଲି। ଯଦି ଏତିକିରେ ସସପେଣ୍ଡ କରିବେ ତାହେଲେ ମୁଁ କିଛି କହିପାରିବିନି। ସସପେଣ୍ଡ କରିବା ପୂର୍ବରୁ ଡାକିଥିଲେ ନିଶ୍ଚିତ ଯାଇଥାନ୍ତି। ସସପେଣ୍ଡ କରିବା ପରେ ସଭାପତିଙ୍କୁ ଦେଖା କରିବା ଠିକ ହେବନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ ମାଫିଆଙ୍କ ପାଖରେ ଏତେ ଟଙ୍କା! ୮ ସ୍ଥାନରେ ଏକକାଳୀନ ଚଢାଉ ଜାରି, ଜବତ ହେଲା…

ଆନନ୍ଦପୁର, ୧୭।୧(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଏସପିଙ୍କ ନେତୃତ୍ୱରେ ୪୬ଟି ଟିମ ଜିଲା ତଥା ଜିଲା ବାହାରର ବିଭିନ୍ନ ଗୋ ମାଫିଆଙ୍କ ଉପରେ ଚଢାଉ...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

ବଙ୍ଗରୁ ଓଡ଼ିଶା ଆସିବ ନିବେଶ

ଭୁବନେଶ୍ୱର,୧୭ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ଦୁଇଦିନିଆ ନିବେଶକ ସମ୍ମିଳନୀରୁ ଶନିବାର ବିପୁଳ ପରିମାଣର ନିବେଶ ଓଡ଼ିଶା ଆସିବା ସମ୍ଭାବନା ରହିଛି...

ପୁଣିଥରେ ସମଗ୍ର ବିଶ୍ବକୁ ଟାରିଫ ଧମକ ଦେଲେ ଟ୍ରମ୍ପ, କହିଲେ- ସମର୍ଥନ ନ କଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଟାରିଫ୍‌ ଲଗାଇ ଧମକ ଦେଇଛନ୍ତି। ଏଥର ଏହି ଧମକ ୟୁରୋପୀୟ ଦେଶଗୁଡ଼ିକ ପ୍ରତି ନିର୍ଦ୍ଦେଶିତ, କାରଣ...

ଆଜି ପ୍ରକାଶ ପାଇବ ଓଡ଼ିଆ ଭାଷା ପରୀକ୍ଷାଫଳ

କଟକ,୧୭।୧(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଦ୍ୱିତୀୟ ଦଶମ ଷ୍ଟାଣ୍ଡାର୍ଡ ଏକକ ବିଷୟ ଓଡ଼ିଆ ଭାଷା ଏବଂ ଦ୍ୱିତୀୟ ଅର୍ଦ୍ଧ ବାର୍ଷିକ ଅଷ୍ଟମ...

ପଶ୍ଚିମା ଝଡ଼ ପ୍ରଭାବ: ଦୁଇଦିନ ପରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୧୭ା୧(ବନ୍ଦନା ସେଠୀ): ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ଶୀତ ଲହରି ଜାରି ରହିବ। ଏଥିପାଇଁ ୧୬ ଜିଲାକୁ ୟେଲୋ...

ବିଜେଡି ନେତା, ଠିକାଦାର, ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ: ଆଲମିରା ଭର୍ତ୍ତି ଟଙ୍କା ଦେଖି ଇଡି ତାଜୁବ

ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)/ଭୁବନେଶ୍ୱର,୧୭ା୧(ସତ୍ୟଜିତ ରାଉତ): ଗଞ୍ଜାମ ଜିଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ...

ଏଥର ୨୪ ମାସର ପ୍ରସ୍ତୁତି: ଆଜି ପ୍ରାକ୍‌ ବଜେଟ ଆଲୋଚନା

ଭୁବନେଶ୍ୱର,୧୭ା୧ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ଶନିବାରଠାରୁ ପ୍ରାକ୍‌ ବଜେଟ ଆଲୋଚନା ଆରମ୍ଭ ହେବ। ଦୁଇଦିନ ଧରି ହେବାକୁଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri