ସାବଧାନ! ଆମିଷ ଦୋକାନୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌, ଆମିଷ ବର୍ଜ୍ୟ ଏଣେତେଣେ ପକାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬।୧ବନ୍ଦନା ସେଠୀ): ଜନସ୍ବାସ୍ଥ୍ୟ, ପରିବେଶ ପରିମଳ ଏବଂ ବିମାନ ଚଳାଚଳ ଆଦିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆମିଷ ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି କରାଯାଇଛି । ମାଛ, ମାଂସ, କୁକୁଡ଼ା ଦୋକାନ, କଂସେଇଖାନା ଆଦିରୁ ବାହାରୁଥିବା ବର୍ଜ୍ୟ ଏଣେତେଣେ ପକାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଥିବାବେଳେ ଫେବୃଆରୀ ୧ରୁ ଚଢ଼ାଉ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ବିଏମ୍‌ସିର ସୂଚନାନୁସାରେ, ପ୍ରତ୍ୟେକ ମାଛ, ମାଂସ, ଅଣ୍ଡା ଦୋକାନ ଓ କଂସେଇଖାନା ପରିସରରେ ଆମିଷ ବର୍ଜ୍ୟ ସଂରକ୍ଷଣ କରିବା ବାଧ୍ୟତାମୂଳକ। ବର୍ଜ୍ୟଗୁଡ଼ିକୁ ଖୋଲାପାତ୍ର, ବାସ୍କେଟ୍‌ କିମ୍ବା ଅନାବୃତ ପାତ୍ରରେ ରଖାଯିବ ନାହିଁ। ସେହିପରି ରାସ୍ତା, ନାଳ, ଖୋଲାସ୍ଥାନ, ଜଳାଶୟ କିମ୍ବା ପଡ଼ିଆ ଜମିରେ ଆମିଷ ବର୍ଜ୍ୟ ନିଷ୍କାସନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସର୍ବନିମ୍ନ ୧୨୦ ମାଇକ୍ରୋନ୍‌ ମୋଟା ଜୈବ ବିଘଟନଯୋଗ୍ୟ ଆବର୍ଜନା ବ୍ୟାଗରେ ଏସବୁକୁ ସଂରକ୍ଷଣ କରି ରଖିବା ସହ କେବଳ ବିଏମ୍‌ସି ସଫେଇ ଗାଡ଼ିକୁ ହସ୍ତାନ୍ତର କରାଯିବ। ଏହାଦ୍ୱାରା ଏହାକୁ ବିଜ୍ଞାନସମ୍ମତ ସଂଗ୍ରହ ଓ ନିଷ୍କାସନ କରାଯାଇପାରିବ। ଆମିଷ ବ୍ୟବସାୟୀମାନେ ଆସନ୍ତା ଫେବୃଆରୀ ୧ ସୁଦ୍ଧା ଉପରୋକ୍ତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଅନୁପାଳନ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅମାନ୍ୟ କଲେ କଠିନ ବର୍ଜ୍ୟ ପରିଚାଳନା ନିୟମ, ୨୦୧୬ ପୌରପାଳିକା ଅଧିନିୟମ ଏବଂ ପ୍ରଯୁଜ୍ୟ ସୁରକ୍ଷିତ ବିମାନ ଚଳାଚଳ ନିୟମ ଅନୁଯାୟୀ ସମ୍ପୃକ୍ତ ଉଲ୍ଲଘଂନକାରୀଙ୍କ ବିରୋଧରେ ବିଭିନ୍ନ ପଦକ୍ଷେପ ଭାବେ ବାଣିଜ୍ୟ ଲାଇସେନ୍ସ ରଦ୍ଦ କରିବା, ଦୋକାନ ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଦି ଗ୍ରହଣ କରାଯିବ। ବିଏମ୍‌ସିର ଜୋନାଲ କମିଶନର, ସ୍ବାସ୍ଥ୍ୟ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର ଏବଂ ପ୍ରବର୍ତ୍ତନ ଟିମ୍‌ ୟୁନିଟ-୧, ୟୁନିଟ୍‌-୪ ଏବଂ ଅନ୍ୟାନ୍ୟ ସଂପୃକ୍ତ ବଜାର ଅଞ୍ଚଳଗୁଡ଼ିକରେ ବିଶେଷ ଧ୍ୟାନ ଦେଇ କଠୋର ତଦାରଖ, ବ୍ୟାପକ ପ୍ରଚାର ଓ ଏହି ଆଦେଶର ଉପଯୁକ୍ତ କାର୍ଯ୍ୟକାରିତାକୁ ନିଶ୍ଚିତ କରିବାକୁ କୁହାଯାଇଛି।
ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆମିଷ ବର୍ଜ୍ୟବସ୍ତୁର ଅନୁପଯୁକ୍ତ ପରିବହନ, ପରିଚାଳନା ଓ ନିଷ୍କାସନ ପାଇଁ ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଛି। ଏହାଦ୍ୱାରା ପକ୍ଷୀମାନଙ୍କର ସମାବେଶ ହେଉଛି। ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଚଳାଚଳ ସମୟରେ ପକ୍ଷୀ ମାଡ଼ ହୋଇ ଗୁରୁତର ବିପଦ ସୃଷ୍ଟି କରିବାର ସମ୍ଭାବନା ରହୁଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

କିଏ ହେବେ ମୁମ୍ବାଇର ପରବର୍ତ୍ତି ମେୟର? ରେସରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୭।୧: ମୁମ୍ବାଇ ନଗର ନିଗମ ନିର୍ବାଚନରେ ଭାଜପା ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ମୁମ୍ବାଇରେ ଶିବସେନାର ପ୍ରାୟ ତିନି ଦଶନ୍ଧି ଧରି ରହିଥିବା...

ମୃତବ୍ୟକ୍ତିଙ୍କ ନାଁରେ ଉଠାଯାଉଛି ଟଙ୍କା: ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୭ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ରତାଖଣ୍ଡି ପଞ୍ଚାୟତ ଅଧୀନ ରତାଖଣ୍ଡି ଗ୍ରାମର ରାଉତ ବରିହାଙ୍କ ଗତ ଜୁଲାଇରେ ମୃତ୍ୟୁ ଘଟିଛି। କିନ୍ତୁ ପଞ୍ଚାୟତ ପକ୍ଷରୁ...

ମୁମ୍ବାଇ ଟିମକୁ ବଡ଼ ଝଟକା, ହଠାତ ରଣଜୀ ଟ୍ରଫିରୁ ଓହରିଗଲେ ଅଜିଙ୍କ୍ୟ ରାହାଣେ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୧: ମୁମ୍ବାଇର ଅଭିଜ୍ଞ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେ ରଣଜୀ ଟ୍ରଫିରେ ଖେଳିବେ ନାହିଁ। ସେ ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ)କୁ ସୂଚନା ଦେଇଛନ୍ତି ଯେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri