Posted inଜାତୀୟ

ଲିଭିଯାଉଛି ଅଙ୍ଗୁଳି କାଳି

ମୁମ୍ବାଇ,୧୬ା୧: ବ୍ରିହନ୍‌ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି) ସମେତ ମହାରାଷ୍ଟ୍ରର ୨୯ ମହାନଗର ନିଗମ ପାଇଁ ଗୁରୁବାର ସନ୍ଧ୍ୟାରେ ଭୋଟ ଗ୍ରହଣ ଶେଷ ହୋଇଛି। କିନ୍ତୁ ପ୍ରାୟ ୩ ବର୍ଷ ବିଳମ୍ବରେ ଅନୁଷ୍ଠିତ ଏହି ନିର୍ବାଚନ ବେଳେ ମତଦାନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକ୍‌ରେ ଅଭିଯୋଗ ଆଣିଛନ୍ତି। ଏହାବ୍ୟତୀତ ରାଜ୍ୟର ଅନ୍ୟ କେତେକ ମହାନଗର ନିଗମ ନିର୍ବାଚନ ବେଳେ ମଧ୍ୟ କାଳି ପରିବର୍ତ୍ତେ ମାର୍କର ପେନ୍‌ ବ୍ୟବହାର ହୋଇଥିବା ଏବଂ ଅଙ୍ଗୁଳିରୁ ଅଲିଭା କାଳି ସହଜରେ ଲିଭିଯାଇଥିବା ଅଭିଯୋଗ ଆସିଛି।
୭୪,୪୦୦ କୋଟି ଟଙ୍କାର ବଜେଟ୍‌ ଥିବା ବିଏମ୍‌ସି ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟା ୩୦ରେ ମତଦାନ ଆରମ୍ଭ ହୋଇଥିଲା। ସୁରୁଖୁରୁରେ ଭୋଟ ଗ୍ରହଣ ଲାଗି ମୋଟ ୧୦,୨୩୧ ବୁଥ୍‌ କରାଯାଇଥିଲା। ଏଥିରେ ୬୪,୩୭୫ ଅଫିସର ଓ କର୍ମଚାରୀ ନିୟୋଜିତ ହୋଇଥିଲେ। ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଗାଡ଼ିଗୁଡ଼ିକର ଗତିବିଧି ଅନୁଧ୍ୟାନ ପାଇଁ ମହାନଗର ନିଗମ ନିର୍ବାଚନରେ ପ୍ରଥମ ଥର ଜିଓ-ଫେନ୍ସି ଓ ଲାଇଭ୍‌ ଭେହିକିଲ ଟ୍ରାକିଂ ସିଷ୍ଟମ୍‌ ଆରମ୍ଭ କରାଯାଇଥିଲା। ନିର୍ବାଚନ ପରିଚାଳନା ପାଇଁ ୧,୦୨୩ ବିଇଏସ୍‌ଟି ବସ୍‌, ୧୦୧ ରାଜ୍ୟ ପରିବହନ ନିଗମ ବସ୍‌, ୧,୧୬୦ ଘରୋଇ ବସ୍‌ ଏବଂ ୫୮୧ ଟ୍ୟାକ୍ସି ସମେତ ୨,୮୬୫ ଯାନବାହନ ନିୟୋଜିତ ହୋଇଥିଲା। ୨୨୭ ଆସନ ପାଇଁ ୧,୭୦୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ। ଅପରାହ୍ନ ୫ଟା ୩୦ ସୁଦ୍ଧା ୪୬-୫୦% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ (ଏସ୍‌ଇସି) ଦୀନେଶ ଓ୍ବାଘମରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏତେ ବନ୍ଦୋବସ୍ତ ସତ୍ତ୍ୱେ କେତେକ ସ୍ଥାନରେ ଅଙ୍ଗୁଳିର ଅଲିଭା କାଳି ଲିଭିଯାଇଥିବା ଅଭିଯୋଗ ଆଣି ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍‌ କହିଛନ୍ତି, ଶାସକ ମହାୟୁତିକୁ ସୁହାଇଲା ଭଳି ଅସାଧୁ ଉପାୟ ଅବଲମ୍ବନ କରାଯାଇଛି। ପୂରା ପ୍ରଶାସନ ସରକାରଙ୍କୁ ଜିତାଇବା ପାଇଁ ଲାଗିପଡ଼ିଛି। କ୍ଷମତା ଦୁରୁପଯୋଗର ବି ସୀମା ଥାଏ। ତେବେ ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକ ଏପରି କାର୍ଯ୍ୟ କରୁଥିଲେ ଏମ୍‌ଏନ୍‌ଏସ୍‌ କର୍ମୀମାନେ ସତର୍କ ହୁଅନ୍ତୁ ବୋଲି ରାଜ୍‌ ଆହ୍ବାନ ଦେଇଥିଲେ। ସେହିପରି ଶିବସେନା ମୁଖ୍ୟ ଉଦ୍ଧବ କହିଛନ୍ତି, ରାଜ୍ୟରେ ମହାନଗର ନିଗମ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି। ସାନିଟାଇଜର ଲଗାଇଲେ ଭୋଟରଙ୍କ ଅଙ୍ଗୁଳିରୁ ସହଜରେ କାଳି ଲିଭିଯାଉଛି। ଏହା ଗଣତନ୍ତ୍ରର ହତ୍ୟା ଉଦ୍ୟମ ସଦୃଶ। ଭାଜପାର ବର୍ବର, ଠକ, ଦୁର୍ନୀତିଗ୍ରସ୍ତ ଓ ଏକଚ୍ଛତ୍ରବାଦୀ ଶାସନକୁ ହଟାଇବା ପାଇଁ ଉଦ୍ଧବ ଆହ୍ବାନ ଦେଇଥିଲେ। ଏସ୍‌ଇସି ଓ୍ବାଘମରେ ସରକାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିଥିବାରୁ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ବୋଲି ଉଦ୍ଧବ ଦାବି କରିଛନ୍ତି।
ଭୋଟିଂ ବେଳେ ପୁଣେସ୍ଥିତ ଭାଜପାର କେତେକ ଅଫିସରେ କାଳି ଲିଭା ମାର୍କର ଠାବ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) କର୍ମୀମାନେ ଭାଜପା ଅଫିସକୁ ଧସେଇ ପଶି କାଳି ଲିଭାଇବା ପାଇଁ ଉଦ୍ଦିଷ୍ଟ କ୍ଲିନର୍‌ ବୋତଲ ଠାବ କରିଥିଲେ। ଏପରି କି ଭାଜପା କର୍ମୀମାନେ କେତେଜଣ ମହିଳା ଭୋଟରଙ୍କ ଅଙ୍ଗୁଳିର କାଳି ହଟାଇ ପୁଣି ମତଦାନ କରିବାକୁ ପ୍ରବର୍ତ୍ତାଉଥିଲେ ବୋଲି ଏନ୍‌ସିପି ନେତା ରୂପାଲୀ ଚକନକାର କହିଛନ୍ତି। ଏନେଇ ଏନ୍‌ସିପି ପକ୍ଷରୁ ଭାଜପା ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ଏହାବାଦ୍‌ ଅନେକ ବୁଥ୍‌ରେ ମତଦାତାମାନେ ଭୋଟର ଲିଷ୍ଟରେ ସେମାନଙ୍କ ନାମ ନ ଥିବା ଅଭିଯୋଗ ଆଣିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ ବେଳେ ଭୋଟ ଦେଇଥିବା ମତଦାତା ମହାନଗର ନିଗମ ନିର୍ବାଚନ ବେଳେ ତାଲିକାରେ ସେମାନଙ୍କ ନାମ ନ ପାଇ ଘରକୁ ଫେରିଯାଇଥିବା ଅଭିଯୋଗ ହୋଇଛି। ବିଏମ୍‌ସି କମିଶନର ଭୂଷଣ ଗଗରାନି କହିଛନ୍ତି, କାଳିକୁ ନେଇ ଆସିଥିବା ଅଭିଯୋଗ ଉପରେ ଆମେ ତଦନ୍ତ କରିବୁ। ନଖରେ ଲାଗିଥିବା କାଳିକୁ ଲିଭାଯାଇପାରିବ କିନ୍ତୁ ସ୍କିନ୍‌ରୁ କାଳି ହଟାଯାଇପାରିବ ନାହିଁ ବୋଲି ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଛି। ଭୋଟରଙ୍କ ହାତରୁ ଯେପରି କାଳି ନ ଲିଭିବ ତାହା ରିଟର୍ନିଂ ଅଫିସରମାନେ ସୁନିଶ୍ଚିତ କରନ୍ତୁ ବୋଲି ଏସ୍‌ଇସି ଓ୍ବାଘମରେ କହିଥିଲେ। ଏପରି କି ଯେଉଁ ଭୋଟରମାନେ ନିଜ ଅଙ୍ଗୁଳିରୁ କାଳି ଲିଭାଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ୨ ଥର ଭୋଟ ଦେବା ଏକ ଅପରାଧ।
ଯେ, ଏହା ପୂର୍ବରୁ ୨୦୧୭ ଫେବୃଆରୀରେ ବିଏମ୍‌ସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୨୨ରେ ୫ ବର୍ଷିଆ ଅବଧି ପୂରଣ ହୋଇଥିଲା। କିନ୍ତୁ ଓବିସି ସଂରକ୍ଷଣ ବିବାଦ, ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗ ଓ କୋଭିଡ୍‌-୧୯ ମହାମାରୀ ଯୋଗୁ ନିର୍ବାଚନକୁ ବାରମ୍ବାର ସ୍ଥଗିତ ରଖାଯାଇଥିଲା। ଗତ ୪ ବର୍ଷ ହେଲା ସରକାର-ନିଯୁକ୍ତ ପ୍ରଶାସକଙ୍କ ଦ୍ୱାରା ବିଏମ୍‌ସି ପରିଚାଳିତ ହେଉଥିଲା। ମୁମ୍ବାଇ ସହ ଛତ୍ରପତି ସମ୍ଭାଜୀନଗର, ନଭି ମୁମ୍ବାଇ, ଭସାଇ-ଭିରାର, କଲ୍ୟାଣ-ଦୋମ୍ବିଭ୍ଲି, କୋହ୍ଲାପୁର, ନାଗପୁର, ସୋଲାପୁର, ଅମରାବତୀ, ଅକୋଲା, ନାଶିକ, ପିମ୍ପରି-ଚିଞ୍ଚଓ୍ବାଡ୍‌, ପୁଣେ, ଉହ୍ଲାସନଗର, ଠାଣେ, ଚନ୍ଦ୍ରପୁର, ପରଭାନି, ମୀରା-ଭୟଣ୍ଡର, ନାନ୍ଦେଡ-ଓ୍ବାଘଲା, ପନ୍‌ଭେଲ, ଭିଓ୍ବଣ୍ଡି-ନିଜାମପୁର, ଲାତୁର, ମାଲେଗାଓଁ, ସାଙ୍ଗ୍‌ ଲି-ମିରାଜ-କୁପଓ୍ବାଡ୍‌, ଜଲଗାଓଁ, ଅହିଲ୍ୟାନଗର, ଧୁଲେ, ଜଲ୍‌ନା ଓ ଇଚାଲକରଞ୍ଜି ମହାନଗର ନିଗମ ପାଇଁ ମଧ୍ୟ ଭୋଟ ଗ୍ରହଣ ହୋଇଛି। ତେବେ ବିଏମ୍‌ସି ସମେତ ୨୯ ମହାନଗର ନିଗମ ମଧ୍ୟରୁ କାହା ଦଖଲକୁ କେଉଁଟା ଯାଉଛି ତାହା ଶୁକ୍ରବାର ଭୋଟ ଗଣତି ପରେ ସ୍ପଷ୍ଟ ହେବ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ଗ୍ରୀନ ସିଗନାଲ ଦେଲେ ମୋଦି, ଜାଣନ୍ତୁ କେଉଁ ରାଜ୍ୟକୁ ମିଳିବ ଏହାର ଲାଭ

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୭ ତାରିଖରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନଟି...

୩ ଲକ୍ଷର ଓ୍ବାଟର ପ୍ୟୁରିଫାୟାର ଧରି ବୁଲୁଛନ୍ତି ଗିଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ ଦଳ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ପାଇଁ ଇନ୍ଦୋରରେ ପହଞ୍ଚିଛି। ଇନ୍ଦୋର ସମ୍ପ୍ରତି ଏଠାରେ ଥିବା ଦୂଷିତ ପାଣି ଯୋଗୁ ସାରା...

ସ୍କୁଲରେ ପିଟାପିଟି ହୋଇ ୨ ଶିକ୍ଷୟିତ୍ରୀ ଲହୁଲୁହାଣ: ତଦନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଲେ ବିଡିଓ

ସମ୍ବଲପୁର, ୧୭।୧(ପ୍ରମୋଦ ବହିଦାର): ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି...

ଘର ବାହାରେ ଦେଖୁଛନ୍ତି କି ଏସବୁ ପକ୍ଷୀ, ଜାଣି ରଖନ୍ତୁ ମାଡ଼ି ଆସୁଛି ଘୋର ବିପତ୍ତି!

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ଶାସ୍ତ୍ରକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏହା ଅନୁଯାୟୀ, ଆମ ଚାରିପାଖରେ ପଶୁ ଏବଂ ପକ୍ଷୀଙ୍କ ଗତିବିଧି ଆମକୁ ଭବିଷ୍ୟତର...

ବିଜେଡି ନେତାଙ୍କ ସସପେଣ୍ଡ ଉପରେ ଚାଞ୍ଚଲ୍ୟକର ବୟାନ ଦେଲେ ଜୟନାରାୟଣ: କହିଲେ ମୋତେ ଦୁଃଖ ଲାଗୁଛି…

ଭୁବନେଶ୍ୱର, ୧୭।୧: ବିଜେଡି ନେତାଙ୍କ ସସପେଣ୍ଡ ନେଇ ଜୟନାରାୟଣ ମିଶ୍ର ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେଡିର ବହୁତ ଜଣଙ୍କ ମନରେ କ୍ଷୋଭ ଥିଲା।...

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ: ୬ ଗିରଫ, ଖୋଲିଲା ସ୍କୁଲ, କଲେଜ

ସୁନ୍ଦରଗଡ,୧୭।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଘଟିଥିବା ୨ ଗୋଷ୍ଠୀ ସଂଘର୍ଷ ଘଟଣାରେ ଟାଉନଥାନା ପୋଲିସ ଶୁକ୍ରବାର ରାତିରେ ଉଭୟ ପକ୍ଷରୁ ୬ ଜଣଙ୍କୁ ଗିରଫ କରି...

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri