କେନ୍ଦ୍ରୀୟ ଯୋଜନା ଅର୍ଥ ଖର୍ଚ୍ଚ କରିପାରୁନି ପ୍ରାଣିସମ୍ପଦ ବିଭାଗ

ଭୁବନେଶ୍ୱର,୧୬।୧(ରବିନାରାୟଣ ଜେନା): କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌) ହେଉ କିମ୍ବା କେନ୍ଦ୍ରୀୟ ସ୍ବତନ୍ତ୍ର ସହାୟତା(ସିଏସ୍‌ଏ)ଯୋଜନାରେ କିଭଳି ରାଜ୍ୟକୁ ଅଧିକରୁ ଅଧିକ ଅର୍ଥ ଆସିବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀଗଣ ଗୁରୁତ୍ୱ ଦେଉଛନ୍ତି। ଏହାକୁ ନେଇ କେନ୍ଦ୍ର ଉପରେ ବିଭିନ୍ନ ସମୟରେ ପତ୍ର ଲେଖି ଚାପ ସୃଷ୍ଟି କରୁଛନ୍ତି। ଏପରି କି ୩ଦିନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୦୨୬-୨୭ ଆର୍ଥିକବର୍ଷ ଲାଗି ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ଅର୍ଥ ପରିମାଣ ବଢ଼ାଇବା ଲାଗି କେତେକ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇଛନ୍ତି। ହେଲେ ରାଜ୍ୟର କେତେକ ବିଭାଗ ଏହି ଅର୍ଥକୁ ଠିକଣା ବାଟରେ ଖର୍ଚ୍ଚ କରିପାରୁ ନାହାନ୍ତି। ଫଳରେ ରାଜ୍ୟ ସରକାର ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଯେଉଁ ଆଭିମୁଖ୍ୟ ରଖିଛନ୍ତି ତାହା କେତେଦୂର ସାଧିତ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୁରୁବାର ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ବିବରଣୀ ଅନୁଯାୟୀ, ରାଜ୍ୟ ପ୍ରାଣୀସମ୍ପଦ ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥରୁ ମାତ୍ର ୮.୩୫ ପ୍ରତିଶତ ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି। ଏହାକୁ ନେଇ ମୁଖ୍ୟସଚିବ ଅସନ୍ତୋଷ ପ୍ରକାଶ କରିବା ସହିତ ଏହା କିଭଳି ତ୍ୱରାନ୍ବିତ ହୋଇପାରିବ ସେନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ ବଶିଷ୍ଠଙ୍କୁ ତାଗିଦ କରିଛନ୍ତି।
ବୈଠକର ସୂଚନା ଅନୁଯାୟୀ, ୨୦୨୫-୨୬ ବର୍ଷରେ କେବଳ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ୧୫୫.୩୬କୋଟି ଟଙ୍କା ବ୍ୟୟଅଟକଳ କରାଯାଇଥିଲା। ସେଥିମଧ୍ୟରୁ ବିଭାଗ ପକ୍ଷରୁ ୧୫.୮୧କୋଟି ଟଙ୍କା ଅନୁଦାନ ହୋଇଥିବାବେଳେ ୧୨.୭୯କୋଟି ଟଙ୍କା ଉଠିଥିଲା। ଡିସେମ୍ବର ୩୧ ତାରିଖ ସୁଦ୍ଧା ବିଭାଗ ଏହି ଯୋଜନାରେ ୮.୩୫ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି ବୋଲି ବୈଠକରେ ଜଣାଇଥିଲା। ତେବେ ରାଜ୍ୟ ଯୋଜନାରେ ପ୍ରାଣୀସମ୍ପଦ ବିଭାଗ ଭଲ ପ୍ରଦର୍ଶନ କରିଛି। ୭୭୧.୨୦କୋଟି ଟଙ୍କା ବ୍ୟୟ ଅଟକଳ ମଧ୍ୟରୁ ୯୦.୯୮ପ୍ରତିଶତ ଖର୍ଚ୍ଚ କରିପାରିଛି। ଅନ୍ୟପକ୍ଷରେ ମତ୍ସ୍ୟ ସମ୍ପଦ ବିଭାଗ ଉଭୟ କେନ୍ଦ୍ର ଓ ରାଜସ୍ବ ଯୋଜନାରେ ଯଥାକ୍ରମେ ୬୪.୬୩% ଏବଂ ୩୪.୧୮ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ଜଣାଯାଇଛି। ବିଭାଗ ପକ୍ଷରୁ ଚଳିତବର୍ଷ ଲାଗି କାର୍ଯ୍ୟକ୍ରମ ବାବଦରେ ୧୬୫୫.୨୯କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଡିସେମ୍ବର ଶେଷ ସୁଦ୍ଧା ୬୨.୪୬ପ୍ରତିଶତ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ ପ୍ରଶାସନିକ ଖର୍ଚ୍ଚ ବାବଦକୁ ୬୧୫.୪୯କୋଟି ଟଙ୍କା ମଧ୍ୟରୁ ୭୩.୨୮ପ୍ରତିଶତ ଖର୍ଚ୍ଚ ହୋଇଛି। ସମୁଦାୟ ୨୨୭୦.୭୯କୋଟି ଟଙ୍କା ମଧ୍ୟରୁ ୧୪୮୪.୯୨ପ୍ରତିଶତ ଅର୍ଥ ଖର୍ଚ୍ଚ ବିଭାଗ କରିବାକୁ ସକ୍ଷମ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ପଛରେ ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର: ବଡ଼ ଗୁମର ଖୋଲିଲେ ଏହି ନେତା

ଭୁବନେଶ୍ୱର,୧୭।୧: ବିଜେଡି ନିକଟରେ ଦଳରୁ କିଛି ଟାଣୁଆ ନେତାଙ୍କୁ ନିଲମ୍ବନ କରିବା ପରେ ମୁଁହ ଖୋଲିଲେ ଲେନିନ ମହାନ୍ତି। ସେ କହିଛନ୍ତି, ମିଡ ଡେ’ ଅପରେଶନ...

ଗିରଫ ଭୟରେ ଛାନିଆ ହେଲେ ନିଶା: ପହଞ୍ଚିଲେ ହାଇକୋର୍ଟ

କଟକ,୧୭।୧: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଟମ ଗର୍ଲ ନିଶା ମହାରଣା। ହାଇକୋର୍ଟରେ ନିଶା ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି। ବଲାଙ୍ଗୀର ସଦର ଥାନା ମାମଲାରେ...

ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ,୧୭।୧: ଦ୍ୱିତୀୟ ସ୍ତ୍ରୀ ପାଇବେନି ସରକାରୀ ପେନସନ । ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ଦ୍ୱିତୀୟ ସ୍ତ୍ରୀ ପରିବାର ପେନସନ ବା ‘ଫ୍ୟାମିଲି...

ଓଡ଼ିଶାରେ ବଢୁଛି ମଟନ୍‌ର ଚାହିଦା: ବର୍ଷକୁ ଏତିକି ଟଙ୍କାର ମାଂସ ଖାଇଯାଉଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଛେଳି ମାଂସ ଅର୍ଥାତ୍‌ ମଟନ୍‌ର ଚାହିଦା ବଢ଼ି ବଢି ଚାଲିଛି। ରାଜ୍ୟରେ ଛେଳି ମାଂସର ଆବଶ୍ୟକତା ଉତ୍ପାଦନଠାରୁ ଅଧିକ। ସେଥିପାଇଁ ମାଛ, ଅଣ୍ଡା...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

ଗୋ ମାଫିଆଙ୍କ ଘରେ ରେଡ୍‌: ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଜବତ

ପାଟଣା,୧୭।୧(ବୀର କିଶୋର ଦାଶ): କେନ୍ଦୁଝର ପୋଲିସରର ଏକାଧିକ ଦଳ ଶନିବାର ୪୬ଟି ସ୍ଥାନରେ ବେଆଇନ ଗୋରୁ ବ୍ୟବସାୟୀଙ୍କ ବାସଭବନ ଉପରେ ସମନ୍ବିତ ଚଢାଉ କରିଛନ୍ତିି ।...

ସୁନାଥାଳିରେ ଖାଇବେ! ୨୯ରୁ ୩୧ ଭିତରେ ଧନୀ ହେବେ ୩ ରାଶି…

ସବୁଠାରୁ ପ୍ରସିଦ୍ଧ ଭବିଷ୍ୟଜ୍ଞମାନଙ୍କ ମଧ୍ୟରୁ ଜଣେ ଥିଲେ ବୁଲଗେରିଆନ୍ ବାବା ଭେଙ୍ଗା। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ବିଶ୍ୱବାସୀଙ୍କ ବିଷୟରେ ଗୋଟିଏ ପରେ ଗୋଟିଏ ଭବିଷ୍ୟବାଣୀ କରିଥିଲେ...

ଇରାନର ଏକ ବଡ଼ ନିଷ୍ପତ୍ତିକୁ ନେଇ କୃତଜ୍ଞତା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର (ଜାନୁଆରୀ ୧୬) ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ଇରାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri