ବଡ଼ ଧରଣର ଡକାୟତି ଲାଗି କରିଥିଲେ ଯୋଜନା, ପଣ୍ଡ କରିଦେଲା ଅଡ଼ବା ପୋଲିସ, ୭ ଅପରାଧୀଙ୍କୁ…

ମୋହନା,୧୫ା୧(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ଅପରାଧୀମାନଙ୍କ ଏକ ବଡଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଦେଇଛି। ଏଥିରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଚିକୁ ବିଷୋୟୀ(୨୬),ଜିଗର ନାୟକ(୨୫), ସାଗର ନାୟକ(୧୯),ଲିକୁନୁ ସେଠୀ(୨୪), ମିଲନ ଦୋରା(୨୫), ମିଥୁନ ନାୟକ (୨୬) ଓ ସିଦ୍ଧାନ୍ତ ସାମଲ(୨୩)। କେସ୍‌ ନଂ. ୨୨/୨୬ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

ଖବରରୁ ପ୍ରକାଶ, ଡକାୟତି କରିବାକୁ ଗଞ୍ଜାମ ଓ ବରଗଡ଼ରୁ କେତେ ଜଣ ଅପରାଧୀ ଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ରାସ୍ତାରେ ଗାଡ଼ିମୋଟର ଯାଞ୍ଚ କରିଥିଲା। ଏହି ସମୟରେ ଏକ କାର (ଓଡି୦୨ସିପି-୧୬୪୧)କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଥିରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ମାରଣାସ୍ତ୍ର, ୬ଟି ମୋବାଇଲ ପୋଲିସ ଜବତ କରି ଉପରୋକ୍ତ ୭ଜଣଙ୍କୁ ଗିରଫ କରି ଆଣିଥିଲା। ସେମାନେ ଗଞ୍ଜାମ ଜିଲା ପାଟପୁର ଓ ବଡ଼ଗଡ଼ ଥାନା ଅଞ୍ଚଳର ହୋଇଥିବା ବେଳେ ପେସାଦାର ଅପରାଧୀ ବୋଲି ଜଣାପଡିଛି। ଏହି ଅପରାଧୀମାନେ ଅପରାଧ ଘଟାଇବା ପାଇଁ ଗଞ୍ଜାମ ଜିଲାରୁ ଗୁଣପୁର ଅଞ୍ଚଳକୁ ଯାଉଥିଲେ। ଏ ସମ୍ପର୍କରେ ସୂଚନା ପାଇ ଅଡବା ପୋଲିସ ଗାଡ଼ିମୋଟର ଧରପଗଡ କରି ସେମାନଙ୍କୁ ଧରିଥିଲା। ଗୁଣପୁର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି କରିବାକୁ ସେମାନେ ଯାଉଥିଲେ ବୋଲି ପଚରାଉଚରା ବେଳେ ସ୍ବୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। ଏହାର ଅଧିକ ତଦନ୍ତ ଜାରି ରହିଛି। ସବିଶେଷ ତଥ୍ୟ ମିଳିବା ପରେ ପ୍ରକୃତରହସ୍ୟ ଜଣାପଡିବ ବୋଲି ଆର. ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ବ ଗ୍ରହଣ କଲେ ରାଇକିଆ ନୂତନ ଥାନା ଅଧିକାରୀ

ରାଇକିଆ,୧୫।୧(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ଥାନାର ନୂତନ ଅଧିକାରୀ ଭାବେ ଏ. ଏ ସ୍ବର୍ଣ୍ଣଲତା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଥାନା...

ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାହେଲା ମୃତଦେହ

ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଗଣିତ ଶିକ୍ଷକ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ ): ଖୋର୍ଦ୍ଧାର ଏକ ସରକାରୀ ଇଂଲିଶ ମିଡିୟମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଆଦର୍ଶ ଥାନା...

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି ତେଜିଲା, ଦାବି ପୂରଣ ନ ହେଲେ…

କୁନ୍ଦୁରା,୧୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଶତାଧିକ ଲୋକେ ଗୁରୁବାର କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ହାତରେ ଦାବିପତ୍ର ଧରି...

ଅଜାତିରେ ବାହା ହେଲା ଝିଅ, ବାପାଙ୍କ ମୃତଦେହ ପାଖ ମାଡ଼ିଲେନି ଗ୍ରାମବାସୀ, ୯ ଘଣ୍ଟା ଯାଏ…

ଜଗନ୍ନାଥ ପ୍ରସାଦ,୧୫ା୧(ବିଭୁ ପ୍ରସାଦ ପଟ୍ଟନାୟକ)- ଝିଅ ଅନ୍ୟ ଜାତିରେ ବାହା ହୋଇଗଲା ବୋଲି ଜାତିପ୍ରଥାକୁ ନେଇ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର।...

ଗଞ୍ଜେଇ ବେପାର କରୁଥିଲେ, ମାଡ଼ିବସିଲା ଆନନ୍ଦପୁର ଅବକାରୀ ବିଭାଗ

ଆନନ୍ଦପୁର,୧୫ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଘଟଣାରେ...

ପାଣି ପାଇଁ ଘଷିପୁରା ବିଡିଓଙ୍କୁ ଘେରିଲେ ମହିଳା

ଆନନ୍ଦପୁର,୧୫ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଗୋହିରା ପଞ୍ଚାୟତ ଭୋଳନୁଆଗାଁ ହରିଜନ ସାହିରେ ମାଘ ମାସରେ ଜଳ ସଙ୍କଟ ଦେଖାଦେଇଛି। ପାଣି ମୁନ୍ଧେ...

ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri