ଗଞ୍ଜେଇ ବେପାର କରୁଥିଲେ, ମାଡ଼ିବସିଲା ଆନନ୍ଦପୁର ଅବକାରୀ ବିଭାଗ

ଆନନ୍ଦପୁର,୧୫ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଘଟଣାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଆନନ୍ଦପୁର ଅବକାରୀ ବିଭାଗ ଅଧୀନ ନନ୍ଦିପଦା ଥାନା ଗୋପାଳପୁର ଗଁାରେ ରିନାରାଣୀ ରାଉତ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ଧରି ବିକ୍ରି ଉଦ୍ଦେଶ୍ୟରେ ଯାଉଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଟକ ରଖି ବ୍ୟାଗରୁ ୩ କେଜି ଗଞ୍ଜେଇ ଜବତ କରିଥିଲା। ସେହିଭଳି ସମାନ ଢଙ୍ଗରେ ଆନନ୍ଦପୁର ଥାନା ପଦ୍ମପୁର ଗାଁର ସନାତନ ସାହୁ ବ୍ୟାଗରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଯାଞ୍ଚ କରାଯାଇଥିଲା। ତାଙ୍କ ନିକଟରୁ ୪ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ କାରବାର ଅଭିଯୋଗରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ବ୍ରଜମୋହନ ମଲ୍ଲିକ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ବ ଗ୍ରହଣ କଲେ ରାଇକିଆ ନୂତନ ଥାନା ଅଧିକାରୀ

ରାଇକିଆ,୧୫।୧(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ଥାନାର ନୂତନ ଅଧିକାରୀ ଭାବେ ଏ. ଏ ସ୍ବର୍ଣ୍ଣଲତା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଥାନା...

ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାହେଲା ମୃତଦେହ

ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଗଣିତ ଶିକ୍ଷକ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ ): ଖୋର୍ଦ୍ଧାର ଏକ ସରକାରୀ ଇଂଲିଶ ମିଡିୟମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଆଦର୍ଶ ଥାନା...

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି ତେଜିଲା, ଦାବି ପୂରଣ ନ ହେଲେ…

କୁନ୍ଦୁରା,୧୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଶତାଧିକ ଲୋକେ ଗୁରୁବାର କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ହାତରେ ଦାବିପତ୍ର ଧରି...

ଅଜାତିରେ ବାହା ହେଲା ଝିଅ, ବାପାଙ୍କ ମୃତଦେହ ପାଖ ମାଡ଼ିଲେନି ଗ୍ରାମବାସୀ, ୯ ଘଣ୍ଟା ଯାଏ…

ଜଗନ୍ନାଥ ପ୍ରସାଦ,୧୫ା୧(ବିଭୁ ପ୍ରସାଦ ପଟ୍ଟନାୟକ)- ଝିଅ ଅନ୍ୟ ଜାତିରେ ବାହା ହୋଇଗଲା ବୋଲି ଜାତିପ୍ରଥାକୁ ନେଇ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର।...

ବଡ଼ ଧରଣର ଡକାୟତି ଲାଗି କରିଥିଲେ ଯୋଜନା, ପଣ୍ଡ କରିଦେଲା ଅଡ଼ବା ପୋଲିସ, ୭ ଅପରାଧୀଙ୍କୁ…

ମୋହନା,୧୫ା୧(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ଅପରାଧୀମାନଙ୍କ ଏକ ବଡଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଦେଇଛି। ଏଥିରେ ସମ୍ପୃକ୍ତ ୭ଜଣଙ୍କୁ...

ପାଣି ପାଇଁ ଘଷିପୁରା ବିଡିଓଙ୍କୁ ଘେରିଲେ ମହିଳା

ଆନନ୍ଦପୁର,୧୫ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଗୋହିରା ପଞ୍ଚାୟତ ଭୋଳନୁଆଗାଁ ହରିଜନ ସାହିରେ ମାଘ ମାସରେ ଜଳ ସଙ୍କଟ ଦେଖାଦେଇଛି। ପାଣି ମୁନ୍ଧେ...

ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri