ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ: ୨ ଯାତ୍ରା ଆୟୋଜକ ଗିରଫ ପରେ ଏବେ ନିଶାଙ୍କ ପାଳି! ଖୋଜୁଛି ପୋଲିସ

ବଲାଙ୍ଗୀର,୧୫।୧ ( ସୁନିଲ କୁମାର ମହାନ୍ତି): ୧୨ ତାରିଖରେ ବଲାଙ୍ଗୀର ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ଯାତ୍ରା ଆରମ୍ଭ ହେବାର କିଛି ସମୟ ପରେ ଅଶ୍ଳୀଳ ନୃତ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହା ଏବେ ଯାତ୍ରା ଆୟୋଜକଙ୍କୁ ମହଙ୍ଗା ପଡିଛି। ଏହି ଆଇଟମ ଡ୍ୟାନ୍ସକୁ ନେଇ ନିଶା ମହାରଣାଙ୍କ ନାଁରେ ସଦର ପୋଲିସ ପକ୍ଷରୁ ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ କରାଯାଇଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଗତ ୧୨ତାରିଖ ରବିବାର ପଡ଼ିଥିବା ଯାତ୍ରାରେ ନିଶା ଅଶ୍ଳୀଳ ନୃତ୍ୟ କରିଥିଲେ। ଯାତ୍ରା ଦେଖିଥିବା ବିଭିନ୍ନ ଲୋକଙ୍କ ଠାରୁ ଅଭିଯୋଗ ପାଇଲା ପରେ, ସଦର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଯାତ୍ରା ଆୟୋଜକ ସୁରେନ୍ଦ୍ର ନାଗ ଏବଂ ରାଧେଶ୍ୟାମ ମେହେରଙ୍କୁ ସଦର ଥାନାରେ ଅଟକ ରଖି ପଚରଉଚରା କରିବା ପରେ ସଦର ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ କହିଛନ୍ତି । ନିଶାଙ୍କୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ ଭୁବନେଶ୍ୱର ଯାଇ ନିଶା ମହାରଣାଙ୍କୁ ଖୋଜୁଥିବାବେଳେ ସେ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କରି ଜଣଙ୍କ ଜୀବନ ବଞ୍ଚାଇଲେ ନର୍ସିଂ ଛାତ୍ର

ଭଞ୍ଜନଗର,୧୫ା୧(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୨ ଜଣ ନର୍ସିଂ ପ୍ରଶିକ୍ଷଣ ଛାତ୍ର ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ସେମାନେ...

U19 World Cup: ଆମେରିକାକୁ ୬ ୱିକେଟରେ ହରାଇଲା ଭାରତ, ହେନିଲଙ୍କ ଘାତକ ବୋଲିଂ

ନୂଆଦିଲ୍ଲୀ,୧୫।୧: ୨୦୨୬ ଅଣ୍ଡର-୧୯ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆୟୁଷ ମ୍ହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆମେରିକା କୁ...

ସନାତନଙ୍କ ନିଲମ୍ବନ ପରେ କେନ୍ଦୁଝରରେ ବଢ଼ିଲା…

କେନ୍ଦୁଝର,୧୫ା୧(ଦୀପକ ମିଶ୍ର): କେନ୍ଦୁଝର ଜିଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଦଳରୁ ନିଲମ୍ବନ କରିଛନ୍ତି। ଖବର ପ୍ରଚାର ପରେ...

ନିୟମ ମାନ, ନହେଲେ ଫେବୃୟାରୀରୁ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୫।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା, ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨...

କଳାହାଣ୍ଡି ଖାଉଟି ଅଦାଲତରେ ଫିଲ୍ମ ତାରକାଙ୍କ ବିରୋଧରେ ମାମଲା; ବିଜ୍ଞାପନରେ ନଜର ଆସିଥିବା…

ଭବାନୀପାଟଣା, ୧୫।୧ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଖାଉଟି ଅଦାଲତରେ ମୃଦୁପାନୀୟ  ବିଜ୍ଞାପନକୁ ନେଇ ବଲିଉଡ ଫିଲ୍ମ ଅଭିନେତା ସଲମାନ ଖାନ, ହ୍ରିତିକ ରୋଶନ...

ଭାରତ ପାଇଁ ବାଂଲାଦେଶ କ୍ରିକେଟରେ ହଇଚଇ: ଅଟକିଲା BPL ମ୍ୟାଚ୍, ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ତାଣ୍ଡବ

ନୂଆଦିଲ୍ଲୀ,୧୫।୧: ବାଂଲାଦେଶ କ୍ରିକେଟରେ ଏକ ବଡ଼ ଧରଣର ସଙ୍କଟ ଦେଖାଦେଇଛି। ‘ବାଂଲାଦେଶ ପ୍ରିମିୟର ଲିଗ୍’ (BPL) ୨୦୨୬ର ପ୍ରଥମ ମ୍ୟାଚ୍ ଖେଳାଳିଙ୍କ ବୟକଟ୍ ଯୋଗୁଁ ରଦ୍ଦ...

ପୁଣେ ଗ୍ରାଣ୍ଡ ଟୁର୍‌ ରୋଡ୍‌ ରେସ୍‌: ଧୋନୀ ହେଲେ ବ୍ରାଣ୍ଡ ଆମ୍ବାସାଡ଼ର

ପୁଣେ, ୧୫ା୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଗୁରୁବାର ବଜାଜ ପୁଣେ ଗ୍ରାଣ୍ଡ ଟୁର୍‌ର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ଦେଶରେ ପ୍ରଥମ ଥର...

ମଙ୍ଗଳବାର ଅପହରଣ, ମାମଲା ରୁଜୁର ଅଢ଼େଇ ଘଣ୍ଟାରେ ନାବାଳିକା ଉଦ୍ଧାର; ଅଭିଯୁକ୍ତଙ୍କୁ ବାନ୍ଧି…  

ପାଇକମାଳ,୧୫।୧(ବଡ଼ ଶତପଥୀ): ବରଗଡ ଜିଲା ପାଇକମାଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ପାଇକମାଳ ଥାନା ହିରାପୁର ଗାଁର ଜଣେ ନିଖୋଜ ନାବାଳିକାଙ୍କ ବିଷୟରେ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri