ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି: ଆଲୋଚନା ବନ୍ଦ

ନୂଆଦିଲ୍ଲୀ,୧୪।୧: ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଇରାନରେ ଚାଲିଥିବା ସରକାର ବିରୋଧୀ ପ୍ରଦର୍ଶନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଇରାନ ବିଦେଶ ମନ୍ତ୍ରୀ ଏବଂ ଆମେରିକାର ସ୍ୱତନ୍ତ୍ର ସଚିବଙ୍କ ମଧ୍ୟରେ ହେବାକୁ ଥିବା ସମସ୍ତ ଆଲୋଚନାକୁ ବାତିଲ କରାଯାଇଛି।

ଟ୍ରମ୍ପ ସୋସିଆଲ ମିଡିଆରେ ଇରାନର ପ୍ରଦର୍ଶନକାରୀଙ୍କୁ ସମର୍ଥନ ଜଣାଇ କହିଛନ୍ତି, “ନିଜର ପ୍ରଦର୍ଶନ ଜାରି ରଖ, ସାହାଯ୍ୟ ପହଞ୍ଚିବାକୁ ଯାଉଛି।” ସେ ଏହାକୁ ‘Make Iran Great Again’ (MIGA) ବୋଲି ସମ୍ବୋଧନ କରିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ ଯେଉଁମାନେ ନିରୀହ ପ୍ରଦର୍ଶନକାରୀଙ୍କୁ ହତ୍ୟା କରୁଛନ୍ତି, ସେମାନଙ୍କ ନାମ ତାଲିକାଭୁକ୍ତ କରାଯାଉ, ସେମାନଙ୍କୁ ଏହାର ଭାରି ମୂଲ୍ୟ ଦେବାକୁ ପଡ଼ିବ।ଯେପର୍ଯ୍ୟନ୍ତ ପ୍ରଦର୍ଶନକାରୀଙ୍କ ହତ୍ୟା ବନ୍ଦ ନହୋଇଛି, ସେପର୍ଯ୍ୟନ୍ତ ଇରାନ ସହ କୌଣସି ଆଲୋଚନା ହେବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।

ସେପଟେ ଇରାନ ପକ୍ଷରୁ କୁହାଯାଇଛି ଯେ ଯଦି ଆମେରିକା କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ମଧ୍ୟପ୍ରାଚ୍ୟରେ ଥିବା ସମସ୍ତ ଆମେରିକୀୟ ସାମରିକ ଘାଟିକୁ ଇରାନ ଟାର୍ଗେଟ୍ କରିବ। ଏପରିକି ଆମେରିକାକୁ ସାହାଯ୍ୟ କରୁଥିବା ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଇରାନ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି। ସୁରକ୍ଷା ଦୃଷ୍ଟିରୁ କାତାରରେ ଥିବା ସର୍ବବୃହତ ଆମେରିକୀୟ ଏୟାରବେସ୍ ‘ଅଲ୍ ଉଦେଦ୍’ରୁ କିଛି କର୍ମଚାରୀଙ୍କୁ ହଟାଇ ଦିଆଯାଇଥିବା ଖବର ମିଳିଛି।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ଭାରତର ବୈଦେଶିକ ମନ୍ତ୍ରଣାଳୟ ବୁଧବାର ଏକ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରିଛି। ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ସେହି ଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଭାରତୀୟଙ୍କୁ ଇରାନ ନଯିବାକୁ କୁହାଯାଇଛି। ସେଠାରେ ଥିବା ଭାରତୀୟମାନେ କୌଣସି ରାଲି କିମ୍ବା ପ୍ରଦର୍ଶନ ସ୍ଥଳକୁ ନଯିବା ସହ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିବାକୁ କୁହାଯାଇଛି।

ଇରାନରେ ଚାଲିଥିବା ଏହି ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୨,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ, ୧୪୪ ଧାରା ଜାରି

ସୁନ୍ଦରଗଡ଼,୧୫ା୧(ଜୟନାରାୟଣ ମେଣ୍ଡୁଳି):  ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପରସ୍ପରକୁ ଢେଲାପଥର ମାଡ଼ କରିଥିବା ନେଇ...

ବିବାହ ପରେ ଝିଅମାନେ କାହିଁକି ପୁଅ ଘରକୁ ଯାଆନ୍ତି? ଜାଣନ୍ତୁ ପରମ୍ପରା ପଛର ପ୍ରକୃତ କାରଣ ଓ ସାମାଜିକ ପରିର୍ତ୍ତନ

ବିବାହ – ଦୁଇଟି ହୃଦୟର ମିଳନ ଏବଂ ଏକ ସୁନ୍ଦର ଜୀବନର ଆରମ୍ଭ। କିନ୍ତୁ ଆମ ସମାଜରେ ଏହି ପବିତ୍ର ବନ୍ଧନକୁ ନେଇ ପ୍ରଚଳିତ ପରମ୍ପରା...

NATOର କଡ଼ା ପଦକ୍ଷେପ: ୬ ଦେଶର ସୈନ୍ୟ ହଠାତ୍‌ ପହଞ୍ଚିଲେ ଗ୍ରୀନ୍‌ଲାଣ୍ଡରେ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ,୧୫ା୧: ଗ୍ରୀନଲାଣ୍ଡର ସୁରକ୍ଷା ନେଇ ଅନ୍ତର୍ଜାତୀୟ ଚିନ୍ତା ତୀବ୍ର ହୋଇଛି। ଗ୍ରୀନଲାଣ୍ଡକୁ ଯେକୌଣସି ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ନାଟୋ ଦେଶମାନେ ସେମାନଙ୍କର...

ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ବଡ଼ ସୂଚନା, ନିଯୁକ୍ତି ସୁଯୋଗ….

ଭୁବନେଶ୍ବର,୧୫ା୧: ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ...

୪ ମହାକାଶଚାରୀଙ୍କୁ ଫେରାଇ ଆଣିଲା ନାସା

ଓ୍ବାଶିଂଟନ,୧୫ା୧: ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରୁ ପ୍ରଥମ ଥର ପାଇଁ ୪ ମହାକାଶଚାରୀଙ୍କୁ ଫେରାଇ ଆଣିଛି। ଜଣେ ମହାକାଶଚାରୀଙ୍କୁ ଚିକିତ୍ସା ଆବଶ୍ୟକ ଥିବାରୁ ବୁଧବାର...

ଖାମେନେଇ ସରକାରଙ୍କ ବିରୋଧରେ ସବୁଠାରୁ ବଡ଼ ପ୍ରତିବାଦ: ଭାରତ ଉପରେ ପଡ଼ିବ ବଡ଼ ପ୍ରଭାବ, ବୃଦ୍ଧି ପାଇବ ମୁଦ୍ରାସ୍ଫୀତି!

ନୂଆଦିଲ୍ଲୀ,୧୫।୧: ଡିସେମ୍ବର ୨୦୨୫ରେ ଇରାନରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ସାରା ଦେଶରେ ବ୍ୟାପିଛି। ଏହା ୧୦୦ରୁ ଅଧିକ ସହରରେ ପହଞ୍ଚିଛି ଏବଂ ଇରାନ ସରକାରଙ୍କ...

Indigoର ଧମାକେଦାର ଅଫର! ୧ ଟଙ୍କାରେ ବିମାନ ଟିକେଟ୍, କେମିତି ବୁକ୍ କରିବେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧: ଇଣ୍ଡିଗୋ ଏୟାରଲାଇନ୍ସ ଏହାର ଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ନୂତନ ବର୍ଷର ସେଲ୍ ‘Sail into 2026’ ଘୋଷଣା କରିଛି । ଏହି ସେଲରେ...

ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ, ଆନନ୍ଦବଜାରରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ

ପୁରୀ,୧୫।୧(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ପୋଲିସର ସୁରକ୍ଷା ବଳୟକୁ ଭେଦ କରି ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri