ଧୁମଧାମରେ ପାଳନ ହୋଇଛି ଭୋଗୀ ଉତ୍ସବ:  ଚଳଚଞ୍ଚଳ ଗଜପତି 

ଗଜପତି,୧୪।୧(ଗିରିଧାରୀ ପରିଛା): ମକର ସଂକ୍ରାନ୍ତିନେଇ ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳରେ ଧୁମଧାମରେ ପାଳନ କରୁଛନ୍ତି ଗଜପତିବାସୀ। ପାରଳାଖେମୁଣ୍ଡି ସହରରେ ତେଲୁଗୁ ଭାଷାଭାଷୀର ଲୋକେ ରହୁଥିବାରୁ ଉଭୟ ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟ ମିଶି ଭୋଗୀ ଉତ୍ସବ ପାଳନ କରିଛନ୍ତି।
ମକର ସଂକ୍ରାନ୍ତିକୁ ବିଭିନ୍ନ ରାଜ୍ୟରେ ଭିନ୍ନ ନାମରେ ନିଜ ପରମ୍ପରା ମୁତାବକ ପାଳନ କରାଯାଏ। ତେବେ ଗଜପତ ି ଜିଲାରେ ତେଲୁଗୁ ଭାଷାଭାଷୀ ରହୁଥିବାରୁ ଏଠାରେ ଉଭୟ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟ ମିଳିତ ଭାବରେ ଭୋଗୀ ଓ ମକର ପାଳନ କରାଯାଉଛି ।
ଏହି ପର୍ବକୁ ତେଲୁଗୁ ସଂପ୍ରଦାୟର ଲୋକେ ୪ ଦିନ ଧରି ପାଳନ କରିଥାନ୍ତି। ଜିଲାର ସମସ୍ତ ବ୍ଲକରେ ମଧ୍ୟ ସମାନ ଭାବରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଉତ୍ସବରେ ସାମିଲ ହେବା ପାଇଁ ସମସ୍ତେ ଘର ମୁହାଁ ହୋଇଥାନ୍ତି । ତେଲୁଗୁ ଏବଂ ଓଡିଆ ଭାଷାଭାଷୀ ଉଭୟଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ମିଳିମିଶି ପାଳନ କରିଆସୁଛନ୍ତି । ମକର ଉତ୍ସବକୁ ଓଡ଼ିଆମାନେ ମକର ଚାଉଳ ଭୋଗ ଲାଗି କରି ପାଳନ କରୁଥିବା ବେଳେ ଏହାକୁ ତେଲୁଗୁମାନେ ମଧ୍ୟ ପାଳନ କରିଥାନ୍ତି ।
ସେହିଭଳି ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବଭାବେ ପରିଚିତ ପୋଙ୍ଗଲକୁ ତେଲୁଗୁମାନେ ଧୁମଧାମରେ ପାଳନ କରୁଥିବା ବେଳେ ଓଡିଆମାନେ ମଧ୍ୟ ଏହାକୁ ପାଳନ କରିଥାନ୍ତି। ଏହି ପର୍ବର ପ୍ରଥମ ଦିନକୁ ଭୋଗୀ(BHOGI) କୁହାଯାଇଥାଏ। ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚାନା କରାଯାଇଥିବା ବେଳେ ଦ୍ବିତୀୟ ଦିନରେ ପାଣ୍ଡୁକୁ ପାଳନ କରିଥାନ୍ତି । ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ ।
ସେହିଭଳି ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ। ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି । ଏହି ଉତ୍ସବ ପାଳନର ୨ଟି କାରଣ ରହିଥିବା କୁହାଯାଏ । ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ଏହାକୁ ପାଳନ କରାଯାଉଥିବା ବେଳେ ଅନ୍ୟଟି ହେଉଛି ନୂତନ ଭାବେ ଅମଳ ହୋଇଥିବା ଫସଲକୁ ଠାକୁର ଏବଂ ପିତୃ ପୁରୁଷଙ୍କ ନିକଟରେ ଲାଗି କରାଯାଏ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

ଆମ ପାଖରେ କିଛି ନାହିଁ, ଫାଇଲ ନେଇଗଲେ ମମତା ବାନାର୍ଜୀ, I-PAC ଚଢ଼ାଉ ମାମଲାରେ ହାଇକୋର୍ଟଙ୍କୁ କହିଲା…

କୋଲକାତା,୧୪ା୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଜନୈତିକ ପରାମର୍ଶଦାତା ସଂସ୍ଥା I-PAC ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଚଢ଼ାଉ ସମ୍ପର୍କରେ କୋଲକାତା ହାଇକୋର୍ଟରେ ଶୁଣାଣିକୁ...

ମାଞ୍ଜା ସୂତା ନେଲା ବାଇକ ଆରୋହୀଙ୍କ ଜୀବନ, ଶେଷ କଲ କରି ଝିଅ ସହ କଥା ହେବା ପରେ…

ବେଙ୍ଗାଲୁରୁ,୧୪।୧: କର୍ନାଟକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ମାରାତ୍ମକ ଗୁଡ଼ି ସୂତା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ବିଦର ଜିଲାରେ ରାସ୍ତା ଉପରେ...

Instagram ରେ Reels ଭାଇରାଲ ହେବ କେମିତି? ଜାଣନ୍ତୁ ନୂଆ ଟ୍ରିକ୍ସ

ଆଜିକାଲି, Instagram Reels କେବଳ ମନୋରଞ୍ଜନ ପାଇଁ ନୁହେଁ; ଏହା ବ୍ୟକ୍ତିଗତ ବ୍ରାଣ୍ଡିଂ ଏବଂ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ପ୍ରତିଦିନ ଲକ୍ଷ ଲକ୍ଷ...

ମମତା ବାନାର୍ଜୀଙ୍କ ନାଁରେ ବଡ଼ ଅଭିଯୋଗ, I-PAC ମାମଲାରେ ଇଡି ହାଇକୋର୍ଟଙ୍କୁ କଣ କଣ କହିଲେ ଜାଣନ୍ତୁ

କୋଲକାତା,୧୪।୧:  I-PAC କାର୍ଯ୍ୟାଳୟରେ ଇଡି ଚଢାଉ ଉପରେ ଶୁଣାଣି କଲିକତା ହାଇକୋର୍ଟରେ ଆରମ୍ଭ ହୋଇଛି । ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଯୁକ୍ତି ଦେଇଥିଲେ...

ସ୍ପେନରେ ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ଶାସନ କରିବେ କେହି ରାଣୀ, ଜାଣନ୍ତୁ କିଏ ଏହି ୨୦ ବର୍ଷୀୟା ରାଜକୁମାରୀ

ମାଡ୍ରିଡ,୧୪।୧: ସ୍ପେନରେ ଇତିହାସ ସୃଷ୍ଟି ହେଉଛି। ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରାଣୀ ଶାସନ କରିବେ। ରାଜା ଫେଲିପ ଷଷ୍ଠ ଏବଂ...

ଓ଼୍ବାଇ-ଫାଇ ଶଦ୍ଦର ଅର୍ଥ କ’ଣ? ଉତ୍ତର ଜାଣିଲେ ତାଜୁବ ହେବେ

ଆଜିର ଡିଜିଟାଲ ଯୁଗରେ, ୱାଇ-ଫାଇ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଘରେ, ଅଫିସ, ସ୍କୁଲ କିମ୍ୱା ହୋଟେଲରେ, ୱାଇ-ଫାଇ ଇଣ୍ଟରନେଟ ସଂଯୋଗର...

ଜାଣନ୍ତି କି ସୁନା-ରୁପା ଅଳଙ୍କାରକୁ କାହିଁକି ଗୋଲାପୀ ରଙ୍ଗର କାଗଜରେ ଗୁଡ଼ାଯାଏ

ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ କାମ କରୁ ଯାହାର ଅର୍ଥ ଆମେ ବୁଝିପାରି ନ ଥାଉ। ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ବି ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri