ପଞ୍ଚାୟତ ନିର୍ବାଚନରେ ଭୁଲ୍‌ ତଥ୍ୟ ଦେବା ପଡିଲା ମହଙ୍ଗା: ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ ହାଇକୋର୍ଟ

ମୋହନା, ୧୪ା୧(ମନ୍ମଥ ମିଶ୍ର): ଗତ ପଞ୍ଚାୟତ ନିର୍ବାଚନରେ ଭୁଲ୍‌ ତଥ୍ୟ ଦେଇ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବାରୁ ଏହାର ପ୍ରତିବାଦରେ ପ୍ରତିଦ୍ୱନ୍ଦ୍ୱୀ କୈଳାସି ମାଝୀ ୨୦୨୨ରେ ମୋହନା ସିଭିଲ ଜଜ୍‌ ଜୁନିୟର ଡିଭିଜନର ଆଶ୍ରୟ ନେଇଥିଲେ। ବିଚାରପତି ୬ା୯ା୨୦୨୪ରେ ଏହାର ଶୁଣାଣି କରି ସରପଞ୍ଚ ସରସ୍ବତୀ ମଳିକଙ୍କୁ ସମସ୍ତ ଦାୟିତ୍ୱ ନାଏବ ସରପଞ୍ଚଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରପଞ୍ଚ ସରସ୍ବତୀ ଏହି ରାୟରେ ଅସନ୍ତୋଷ ପ୍ରକାଶ କରି ଜିଲା ସିଭିଲ ଜଜ୍‌ଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜିଲା ସିଭିଲ ଜଜ୍‌ ମାମଲାର ବିଚାର କରି ଦମାଦୁଆ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ସାନି ନିର୍ବାଚନ କରାଯିବ ବୋଲି ରାୟ ଦେଇଥିଲେ। ଏଥିରେ ମଧ୍ୟ ସରସ୍ବତୀ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟରେ ଅପିଲ କରିଥିଲେ। ହାଇକୋର୍ଟ ଏହାର ବିଚାର କରି ସରସ୍ବତୀ ମଳିକଙ୍କ ସରପଞ୍ଚ ପଦବୀକୁ ରଦ୍ଦ କରି ନାଏବ ସରପଞ୍ଚଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ରାୟ ଦେଇଛନ୍ତି। ଏ ସମ୍ପର୍କିତ ଚିଠି ପାଇବା ପରେ ଗଜପତି ଜିଲାପାଳ ସମ୍ପୃକ୍ତା ସରପଞ୍ଚ ସରସ୍ବତୀଙ୍କୁ ଅବଗତ କରାଇବା ସହ ଏ ଦିଗରେ ପଦକ୍ଷେପ ନେବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧୁମଧାମରେ ପାଳନ ହୋଇଛି ଭୋଗୀ ଉତ୍ସବ:  ଚଳଚଞ୍ଚଳ ଗଜପତି 

ଗଜପତି,୧୪।୧(ଗିରିଧାରୀ ପରିଛା): ମକର ସଂକ୍ରାନ୍ତିନେଇ ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳରେ ଧୁମଧାମରେ ପାଳନ କରୁଛନ୍ତି ଗଜପତିବାସୀ। ପାରଳାଖେମୁଣ୍ଡି ସହରରେ ତେଲୁଗୁ ଭାଷାଭାଷୀର ଲୋକେ...

ବୈତରଣୀ ନଦୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୪।୧ (ବୀର କିଶୋର ଦାଶ) : ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ...

ଜର୍ମାନ ଚାନ୍ସେଲରଙ୍କ ପରିବର୍ତ୍ତେ ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ, ଭାଜପା କହିଲା ହାଇକମାଣ୍ଡଙ୍କୁ ଖୁସି କରିବା…

ବେଙ୍ଗାଲୁରୁ,୧୪।୧: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରିବା ପାଇଁ ସମାଲୋଚନାର ଶିକାର ହେଉଛନ୍ତି। ରାହୁଲ ଗାନ୍ଧୀ ଗୋଟିଏ...

ଥରୁଛି ଝାରସୁଗୁଡ଼ା: ରାଜ୍ୟର ସବୁଠାରୁ ଥଣ୍ଡା ସହର

ଝାରସୁଗୁଡ଼ା,୧୪।୧(ଆଶିଷ ରଞ୍ଜନ ଦାଶ ): ଚଳିତ  ବର୍ଷ ଝାରସୁଗୁଡ଼ା ଜିଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହା ରାଜ୍ୟର ସବୁଠାରୁ ଥଣ୍ଡା ସହର ରେକର୍ଡ ହୋଇଛି।...

ଅର୍ଜୁନଙ୍କୁ ନେଇ ମୁହଁ ଖୋଲିଲେ ମଲାଇକା: ସେ ମୋ ଜୀବନର…

ଅଭିନେତ୍ରୀ ମଲାଇକା ଆରୋରା ନିଜ ଆଇଟମ୍‌ ନମ୍ବର ପାଇଁ ଯେତିକି ଚର୍ଚ୍ଚାରେ ନ ଥାନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ସେ ସୁବବେଳେ ଅଲୋଚନାରେ ଥାନ୍ତି। ୨୦୧୭ରେ...

ଦେଖିବାକୁ ମିଳିଲା ଟ୍ରମ୍ପଙ୍କ ଆକ୍ରମଣର ପ୍ରଭାବ, ବନ୍ଦୀ ଥିବା ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିଛି ଭେନେଜୁଏଲା

ଓ୍ବାଶିଂଟନ,୧୪।୧: ଜାନୁଆରୀ ୨ ଏବଂ ୩ ରାତିରେ ଆମେରିକା ଭେନେଜୁଏଲାରେ ଏକ ବିସ୍ଫୋରକ ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣରେ, ଆମେରିକୀୟ ସେନା ଭେନେଜୁଏଲାର ରାଷ୍ଟ୍ରପତି...

ମକର ସଂକ୍ରାନ୍ତିଠୁ ଧନୀ ହୋଇଯିବେ ଏହି ୩ରାଶି! ମିଳିବ ବଡ଼ ଅଫର୍‌

୧୪ ଜାନୁଆରୀ, ୨୦୨୬ ମକର ସଂକ୍ରାନ୍ତି ମେଷ, ବୃଷ, ମିଥୁନ ଏବଂ କର୍କଟ ରାଶି ପାଇଁ କିପରି ରହିବ? ଆର୍ଥିକ ଏବଂ ସ୍ୱାସ୍ଥ୍ୟ କ୍ଷତି ହେବ,...

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ପୋଙ୍ଗଲ ପାଳିଲେ ମୋଦି, କହିଲେ ଏହା ଏବେ ବିଶ୍ୱ ମହୋତ୍ସବ

ନୂଆଦିଲ୍ଲୀ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଙ୍ଗଲ ପର୍ବ ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଏଲ. ମୁରୁଗାନଙ୍କ ବାସଭବନକୁ ଯାଇ ସମସ୍ତ ରୀତିନୀତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri