ସମସ୍ତଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ହେବ ବିକାଶ: ଶୃଙ୍ଖଳାକୁ ଗୁରୁତ୍ୱ ଦେବାକୁ ପରାମର୍ଶ

ଦାରିଙ୍ଗବାଡି, ୧୪।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ତହସିଲଦାର ଧୀରୋଜ ପାତ୍ର ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ଅନ୍ୟ ଅତିଥିଙ୍କ ମଧ୍ୟରେ ଉଲିପଦର ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରା, ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୋନାଲିକା ପୃଷ୍ଟି, ବରିଷ୍ଠ ଶିକ୍ଷକ ନରେନ୍ଦ୍ର ବେହେରା,ପୋଲିସ ସବ ଇନ୍ସପେକ୍ଟର ବାସନ୍ତି ବେହେରା, ନାରୀ ନେତ୍ରୀ ବିଳାସିନି ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ ପ୍ରଧାନ, ମଞ୍ଚାସୀନ ରହିଥିଲେ। କାର୍ଯ୍ୟକ୍ରମରେ ଗ୍ରେସିୟସ ଦାସ ଏବଂ ଅନିତା ପ୍ରଧାନମଞ୍ଚ ପରିଚାଳନା ସମ୍ପାଦନ କରିହିଲେ। ଶିକ୍ଷାର ବିକାଶ ସହ ବିଦ୍ୟାଳୟରେ ପ୍ରତିବର୍ଷ ଦଶମ ଶ୍ରେଣୀ ଛାତ୍ରୀମାନେ ଯେଉଁ ଭଳି ପରୀକ୍ଷା ଫଳାଫଳ ଶତ ପ୍ରତିଶତ ସଫଳ ହେଉଛି। ତାହା ବଜାୟ ରଖିବା ସହ ଭଲ ଗ୍ରେଡ଼ ରେ ତାହା ଉର୍ତ୍ତିନ୍ନ ହେବାକୁ ପିଲାଙ୍କୁ ଅତିଥି ନରେନ୍ଦ୍ର ବେହେରା ପରାମର୍ଶ ଦେଇଥିଲେ। ସେହିପରି
ସମସ୍ତଙ୍କ ମିଳିତ ଉଦ୍ୟମରେ ତଥା ଛାତ୍ରୀ, ଅଭିଭାବକ, ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ସହଯୋଗ ରେ ଶିକ୍ଷାର ବିକାଶ ହେବ ବୋଲି କୁହାଯାଇଥିଲା ସେହିପରି ସଫଳତାର ଶୀର୍ଷ ରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ, ଶୃଙ୍ଖଳା କୁ ଅଧିକା ଗୁରୁତ୍ୱ ଦେବାକୁ ଅତିଥିମାନେ ବିଦ୍ୟାକୟର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କୃତିତ୍ୱ ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ପରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଡାକଗତ ନୃତ୍ୟ ଅନୁଷ୍ଠିତ ହୋଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩୫ ହଜାର ବିକ୍ରି ହୋଇଥିଲେ ଶିଶୁ କନ୍ୟା: ଉଦ୍ଧାର ପରେ ଘଟିଲା…

ଭଦ୍ରକ,୧୪।୧(ସନାତନ ରାଉତ):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବୟବନାପୁର ଗ୍ରାମରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି l ଏନେଇ ଶିଶୁ କନ୍ୟାର...

ଗଞ୍ଜେଇ ଗାଡି ସନ୍ଦେହରେ ଗୋଡାଉଥିଲା ପୋଲିସ, ଫେରାର୍‌ ମାରିବାବେଳେ ୨ ଜଣଙ୍କୁ ପିଟିଦେଲା କାର୍‌

ମାଧପୁର,୧୪।୧( ମନୋଜ କୁମାର ପ୍ରଧାନ): ଗଞ୍ଜେଇ ଗାଡି ସନ୍ଦେହରେ ପୋଲିସ ଗୋଡାଉଥିବା ଗାଡି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଠମଲ୍ଲିକ କିଆକଟା ଥାନା...

ବଡ଼ ରେକର୍ଡ ଅପେକ୍ଷାରେ ବିରାଟ କୋହଲି: ଆଜି ଭାଙ୍ଗିପାରନ୍ତି….

ନୂଆଦିଲ୍ଲୀ,୧୪।୧: ଫୁଲ୍‌ ଫର୍ମରେ ଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। କୋହଲି ଗତ ୫...

ମକର ସଂକ୍ରାନ୍ତିରେ ଘରକୁ ଆଣନ୍ତୁ ଏହି ୫ ଜିନିଷ: କଟିବ ବାସ୍ତୁ ଦୋଷ, ଚମକି ଉଠିବ ଭାଗ୍ୟ…

ମକର ସଂକ୍ରାନ୍ତି ପର୍ବ ସୂର୍ଯ୍ୟଙ୍କ ଉତ୍ତର ଦିଗକୁ ଗତିକୁ ଚିହ୍ନିତ କରେ। ଏହି ଦିନକୁ ନୂତନ ଆରମ୍ଭ, ସକାରାତ୍ମକ ଶକ୍ତି ଏବଂ ଜୀବନରେ ଶୁଭ ପରିବର୍ତ୍ତନର...

ଗୌତମ ଗମ୍ଭୀରଙ୍କ ସହ କଥା ହୁଅନ୍ତି ନାହିଁ ବିରାଟ କୋହଲି? ଡ୍ରେସିଂ ରୁମର ରାଜ୍‌ ଖୋଲିଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ,୧୪।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ। ସେମାନେ ପରସ୍ପରକୁ ଆଦୌ...

ଇକୋ ରିଟ୍ରିଟ ସହ ହିଲଭିୟୁ ପାର୍କ ବୁଲିଲେ ମୁଖ୍ୟ ଶାସନ ସଚିବ: ପ୍ରଶଂସାରେ ପୋତିଲେ

ଦାରିଙ୍ଗବାଡି, ୧୪/୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଓଡିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୁଧବାର ସକାଳ ଗସ୍ତ କରିଛନ୍ତି। ସେ ପ୍ରଥମେ...

ଚଳନ୍ତା ଟ୍ରେନ ଉପରେ ଖସିପଡ଼ିଲା କ୍ରେନ, ୨୨ ମୃତ ୩୦ରୁ ଅଧିକ ଆହତ

ବ୍ୟାଙ୍କକ,୧୪।୧: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ ଏହି...

କାଳୀଜାଈଙ୍କ ପୀଠରେ ମକର ମେଳା: ଭକ୍ତଙ୍କ ପ୍ରବଳ ଭିଡ଼

କୃଷ୍ଣପ୍ରସାଦ,୧୪।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳୀଜାଈଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଏହି ମେଳାକୁ ପାରିକୁଦ ରାଜସାହେବ ଉଦଘାଟିତ କରିଥାନ୍ତି। ମତ୍ସ୍ୟଜୀବୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri