ଓଡ଼ିଶାରେ ପ୍ରତିଷ୍ଠା ହେବ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଶାଖା

ନୂଆଦିଲ୍ଲୀ,୧୩।୧: ଓଡ଼ିଶାରେ ପ୍ରତିଷ୍ଠା ହେବ ଅଭିନେତା ତିଆରି କାରଖାନା। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ର ଏକ ରାଜ୍ୟସ୍ତରୀୟ ଶାଖା କେନ୍ଦୁଝର ଜିଲାରେ ପ୍ରତିଷ୍ଠା ହେବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି।

କେନ୍ଦୁଝର ସହରରେ NSD ଏବଂ ନୃତ୍ୟ ଏକାଡେମୀ ‘ସ୍ପିରାଜା’ର ମିଳିତ ସହଯୋଗରେ ଆୟୋଜିତ ଏକ ନାଟକ କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ଶାଖା ସ୍ଥାପନ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କଳା ଏବଂ ସଂସ୍କୃତି ହେଉଛି ସମାଜର ଆତ୍ମା, ଯାହା ମଣିଷର ଚିନ୍ତାଧାରା, ସଂଘର୍ଷ ଏବଂ ସ୍ୱପ୍ନକୁ ପ୍ରତିଫଳିତ କରିଥାଏ। ମୁଖ୍ୟମନ୍ତ୍ରୀ ଓଡ଼ିଶାର ଗଞ୍ଜାମର ଯାତ୍ରା ଓ ଦଣ୍ଡ ନାଟ ଏବଂ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ ଭଳି କଳା ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏମପି ଅନନ୍ତ ଚରଣ ନାୟକ, ବିଧାୟକ ପଦ୍ମ ଚରଣ ହାଈବୁରୁ ଓ ଫକୀର ମୋହନ ନାୟକଙ୍କ ସମେତ ବହୁ ବରିଷ୍ଠ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ଶୁଭେ, ହେଲେ ରାତିରେ କାହିଁକି ଶୁଣାଯାଏ ନାହିଁ AeroPlaneର ଶବ୍ଦ? କାରଣ ଜାଣିଲେ…

ପ୍ଲେନ ବା ଉଡାଜାହାଜ ଦିନ ଭଳି ରାତିରେ ମଧ୍ୟ ଉଡାଣ ଭରିଥାଏ। ଦିନରେ ଏହା ଉଡିବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଥାଏ। ହେଲେ ରାତିରେ ସେଭଳି...

ସେନା ମୁଖ୍ୟଙ୍କ ଚେତାବନୀ ପରେ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ୪୮ ଘଣ୍ଟାରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ,୧୩।୧: ଦୁଇଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୀମାରେ ଦେଖା ଦେଇଛି ପାକିସ୍ତାନୀ ଡ୍ରୋନ୍। ମଙ୍ଗଳବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ...

ଇରାନବାସୀଙ୍କୁ ଟ୍ରମ୍ପ ଦେଲେ ମେସେଜ: “ଆନ୍ଦୋଳନ ଜାରି ରଖ, ଖୁବଶୀଘ୍ର ସାହାଯ୍ୟ ମିଳିବ”

ନୂଆଦିଲ୍ଲୀ,୧୩।୧: ଇରାନ ଉପରେ ଖୁବଶୀଘ୍ର ଆକ୍ରମଣ କରିପାରେ ଆମେରିକା। ମଙ୍ଗଳବାର ଏକ ପ୍ରକାର ଏହା ନିଶ୍ଚିତ ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ...

ବାୟୁସେନାର ଶକ୍ତି ବଢ଼ାଇବ ‘ରାଫେଲ୍’: ଫ୍ରାନ୍ସ ସହ ୩.୨୫ ଲକ୍ଷ କୋଟିର ମେଗା ଡିଲ୍, ଭାରତରେ ନିର୍ମାଣ ହେବ

ନୂଆଦିଲ୍ଲୀ,୧୩।୧: ଭାରତୀୟ ବାୟୁସେନା(IAF)କୁ ଶକ୍ତିଶାଳୀ କରିବ ରାଫେଲ। ଭାରତ ସରକାର ଫ୍ରାନ୍ସରୁ ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରାୟ ୩.୨୫...

୨୨ ମିନିଟର ଆକ୍ରମଣରେ ଥରିଥିଲା ପାକିସ୍ତାନ, ସେନା ମୁଖ୍ୟଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୧: ‘ଅପରେସନ ସିନ୍ଦୂର’କୁ ନେଇ ଚମକାଇଲା ଭଳି ଖୁଲାସା କରିଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ। ଭାରତର ମାତ୍ର ୨୨ ମିନିଟର ଭୟଙ୍କର ଆକ୍ରମଣରେ ପାକିସ୍ତାନର...

ଇରାନରେ ରକ୍ତପାତ: ଆନ୍ଦୋଳନରେ ୨,୦୦୦ ମୃତ, ପ୍ରଥମ ଥର ପାଇଁ ସ୍ୱୀକାର କଲେ ସରକାର

ନୂଆଦିଲ୍ଲୀ,୧୩।୧: ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଅଶାନ୍ତି ମଧ୍ୟରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୨,୦୦୦ ଲୋକ ଏହି ଆନ୍ଦୋଳନରେ ପ୍ରାଣ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri