୩୫ ଲିଟର ଦେଶୀମଦ ଜବତ: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୨୫ ଲିଟର ଦେଶୀମଦ ଜବତ କରାଯାଇଛି। ଥାନା ମାମଲା ନଂ.୧୬/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ସୋମବାର ମହୁରୀକାଳୁଆ ନିକଟ ଜନଜାତି ବହୁଳ ଗାଁ ମାନଙ୍କରେ ବ୍ରହ୍ମପୁର ଅବକାରୀ ବିଭାଗ ଏବଂ ଦିଗପହଣ୍ଡି ପୋଲିସ ପକ୍ଷରୁ ମିଳିତ ଚଢାଉ ଧରପଗଡ କରାଯାଇଥିଲା। କୁମ୍ଭଝରି ଗ୍ରାମର ପ୍ରଭାକର ବେଆଇନ ଭାବେ ଗାଁ ରେ ଦେଶୀମଦ ବିକ୍ରୀ କରିବା ସହ ଚୋରା ଚାଲାଣ କରୁଥିବା ଖବରପାଇ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ମଦ ଜବତ କରାଯାଇଥିଲା। ଏନେଇ ଥାନା ଏଏସଆଇ ମନୋଜ ସିଂ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ କହ୍ନେଇ ମିର୍ଦ୍ଧା ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ସେହିପରି ଦିଗପହଣ୍ଡି  ଅବକାରୀ ଥାନା ଭାରପ୍ରାପ୍ତ ଓଆଇସି ଏନ୍. ତ୍ରିପତି କେ.ନୂଆଗାଁ ଥାନା ପୋଡ଼ାଖାଲ ଗ୍ରାମର କୈଳାସ ମଲ୍ଲିକ ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି।ଅବକାରୀ କର୍ମଚାରୀ ବୃନ୍ଦ ସୋମବାର ସନ୍ଧ୍ୟା ପ୍ରାୟ ୫ ଟାରେ ଖମାରି ଗାଁ,ଗଡସାମନ୍ତରାପୁର ସମେତ ଆଖପାଖ ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ କୈଳାସ ତାଙ୍କ ଗାଁ ରାସ୍ତାରେ ଏକ ପ୍ଲାଷ୍ଟିକ ଜାରକିନ୍ ଧରି ଯାଉଥିଲେ।ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ରାସ୍ତାରେ ଅଟକାଇ ଖାନତଲାସ କରିବାରୁ ଜାରକିନ୍ ରେ ୧୦ ଲିଟର ଦେଶୀମଦ ଥିବା ଜଣାପଡିଥିଲା।ତାଙ୍କୁ ମଦ ସହ ଉଠାଇ ଆଣି ଅବକାରୀ ଥାନାରେ ରଖାଯାଇଥିଲା।ତାଙ୍କୁ ପଚରା ଉଚୁରା କରିବାରୁ ସେ ଗାଁ ରେ ବେଆଇନ ଭାବେ ଦେଶୀମଦ ବିକ୍ରୀ କରୁଥିବା ସ୍ବୀକାର କରିଥିଲେ।ତାଙ୍କ ବିରୋଧରେ ଅବକାରୀ ମାମଲା ନଂ.୧୮୭/୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ-ଘୁମୁରା: ଥୁଆମୂଳ ରାମପୁରରୁ ବାହାରିଲା ମଶାଲ ଶୋଭାଯାତ୍ରା…

ଥୁଆମୂଳ ରାମପୁର, ୧୩ା୧ (ଦୁର୍ଗା କୀର୍ତ୍ତି): ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନିମନ୍ତେ ମଙ୍ଗଳବାର ଥୁଆମୂଳ ରାମପୁର ବ୍ଲକରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା...

ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଯୋଜନା: ବନବିହାରରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ)-ଗଞ୍ଜାମ  ଜିଲା  ଭଞ୍ଜନଗର ବନ ବିହାର ପରିସରରେ ମଙ୍ଗଳବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା...

ନାବାଳକ ବିବାହ ଦଣ୍ଡନୀୟ ଅପରାଧ: ଶିକ୍ଷା-ସ୍ବାସ୍ଥ୍ୟ ଉପରେ ପକାଇଥାଏ କୁପ୍ରଭାବ; ଆଇନ ସଚେତନତା କାର୍ଯ୍ୟକ୍ରମରେ…

ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ବ୍ରହ୍ମପୁର) ସହଯୋଗରେ ଭଞ୍ଜନଗର ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ସା ୪ ଟାରେ ଭଞ୍ଜନଗର...

ସହର ଉପକଣ୍ଠରେ ନକଲି ଘିଅ ପ୍ରସ୍ତୁତି, ଅତର୍କିତ ଚଢ଼ାଉ କରି ପ୍ଲାଣ୍ଟ ସିଲ କଲା…

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ)- ବରଗଡ ସହର ଉପକଣ୍ଠ ବରାହଗୋଡା ଛକ ନିକଟରେ ନକଲି ଘିଅ ପ୍ରସ୍ତୁତି ଅଭିଯୋଗ ପାଇ ପୋଲିସ, ପ୍ରଶାସନ ମଙ୍ଗଳବାର ଅତର୍କିତ ଚଢାଉ କରିଛି...

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ...

ସୂର୍ଯ୍ୟ-ଶନିଙ୍କ ବିରଳ ଯୋଗ; ଲାଭବାନ ହେବେ କେଉଁ ରାଶି?

ବୈଦିକ ଜ୍ୟୋତିଷ ଅନୁସାରେ, ସୂର୍ଯ୍ୟ ଆତ୍ମବିଶ୍ୱାସ, ଶକ୍ତି ଏବଂ ଅହଂକାରକୁ ପ୍ରତିନିଧିତ୍ୱ କରନ୍ତି, ଯେତେବେଳେ ଶନି କାର୍ଯ୍ୟ, ଶୃଙ୍ଖଳା ଏବଂ ନ୍ୟାୟକୁ ପ୍ରତିନିଧିତ୍ୱ କରନ୍ତି। ପୌରାଣିକ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri