ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ବ୍ରହ୍ମପୁରସ୍ଥିତ ଏସଡିଜେଏମ୍‌ କୁମାର ସ୍ପନ୍ଦନ ଅଭିଯୁକ୍ତ ତଥା ବ୍ରହ୍ମପୁର ମହାନଗର ନିଗମ କର୍ପୋରେଟର ମଳୟ ବିଷୋୟୀ, ଜୟପୁରର ଫାର୍ମହାଉସ ମାଲିକ ସୁନୀଲ କୁମାର ହୋତା, ବିପିନ ସ୍ବାଇଁ, ସୀମାଞ୍ଚଳ ନାଇକ, ଦୁଇ ବିହାରୀ ଯୁବକ କୁନ୍ଦନ କୁମାର ଏବଂ ଶିଶୁପାଳ କୁମାର ପାଶ୍ୱାନଙ୍କ ଜାମିନ ଆବେଦନ ଖାରଜ ଖାରଜ କରିଦେଇଛନ୍ତି। ୬ ଅଭିଯୁକ୍ତ ଓକିଲଙ୍କ ଜରିଆରେ ଖଲାସ ପିଟିଶନ ଓ ଜାମିନ ଆବେଦନ କରିଥିଲେ। କୋର୍ଟରେ ଏହାର ଶୁଣାଣି ହୋଇଥିଲା। ଉଭୟ ପକ୍ଷଙ୍କ ଓକିଲ ମଧ୍ୟରେ ଜବାବ ସୁଆଲ ହୋଇଥିଲା। ସରକାରୀ ଓକିଲ ଜାମିନକୁ ଦୃଢ଼ ବିରୋଧ କରିଥିଲେ। ମାଜିଷ୍ଟ୍ରେଟ ମଙ୍ଗଳବାର ସମସ୍ତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିବା ସ୍ବତନ୍ତ୍ର ପିପି କାଳୀ ପ୍ରସାଦ ମିଶ୍ରଙ୍କ ଠାରୁ ସୂଚନା ମିଳିଛି।

୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ଭାଜପା ନେତା ପୀତବାସଙ୍କୁ ବୈକୁଣ୍ଠନଗରସ୍ଥିତ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ବ୍ରହ୍ମପୁର ମହାନଗରର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ୧୫ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହିଥିବା ବେଳେ ପିଣ୍ଟୁ ଫୁଲବାଣୀ ଜେଲରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ-ଘୁମୁରା: ଥୁଆମୂଳ ରାମପୁରରୁ ବାହାରିଲା ମଶାଲ ଶୋଭାଯାତ୍ରା…

ଥୁଆମୂଳ ରାମପୁର, ୧୩ା୧ (ଦୁର୍ଗା କୀର୍ତ୍ତି): ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନିମନ୍ତେ ମଙ୍ଗଳବାର ଥୁଆମୂଳ ରାମପୁର ବ୍ଲକରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା...

ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଯୋଜନା: ବନବିହାରରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ)-ଗଞ୍ଜାମ  ଜିଲା  ଭଞ୍ଜନଗର ବନ ବିହାର ପରିସରରେ ମଙ୍ଗଳବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା...

ନାବାଳକ ବିବାହ ଦଣ୍ଡନୀୟ ଅପରାଧ: ଶିକ୍ଷା-ସ୍ବାସ୍ଥ୍ୟ ଉପରେ ପକାଇଥାଏ କୁପ୍ରଭାବ; ଆଇନ ସଚେତନତା କାର୍ଯ୍ୟକ୍ରମରେ…

ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ବ୍ରହ୍ମପୁର) ସହଯୋଗରେ ଭଞ୍ଜନଗର ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ସା ୪ ଟାରେ ଭଞ୍ଜନଗର...

ସହର ଉପକଣ୍ଠରେ ନକଲି ଘିଅ ପ୍ରସ୍ତୁତି, ଅତର୍କିତ ଚଢ଼ାଉ କରି ପ୍ଲାଣ୍ଟ ସିଲ କଲା…

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ)- ବରଗଡ ସହର ଉପକଣ୍ଠ ବରାହଗୋଡା ଛକ ନିକଟରେ ନକଲି ଘିଅ ପ୍ରସ୍ତୁତି ଅଭିଯୋଗ ପାଇ ପୋଲିସ, ପ୍ରଶାସନ ମଙ୍ଗଳବାର ଅତର୍କିତ ଚଢାଉ କରିଛି...

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ...

୩୫ ଲିଟର ଦେଶୀମଦ ଜବତ: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ...

ସୂର୍ଯ୍ୟ-ଶନିଙ୍କ ବିରଳ ଯୋଗ; ଲାଭବାନ ହେବେ କେଉଁ ରାଶି?

ବୈଦିକ ଜ୍ୟୋତିଷ ଅନୁସାରେ, ସୂର୍ଯ୍ୟ ଆତ୍ମବିଶ୍ୱାସ, ଶକ୍ତି ଏବଂ ଅହଂକାରକୁ ପ୍ରତିନିଧିତ୍ୱ କରନ୍ତି, ଯେତେବେଳେ ଶନି କାର୍ଯ୍ୟ, ଶୃଙ୍ଖଳା ଏବଂ ନ୍ୟାୟକୁ ପ୍ରତିନିଧିତ୍ୱ କରନ୍ତି। ପୌରାଣିକ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri