କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଏପରି ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ସାରା ଓଡ଼ିଶାରେ ଚର୍ଚ୍ଚା

କେନ୍ଦୁଝର,୧୩।୧: ଏହି ସମୟ କେନ୍ଦୁଝର ବିକାଶ ପାଇଁ ଠିକ ସମୟ। ୟହି ସମୟ ହେ, କେନ୍ଦୁଝର ବିକାଶ କେଲିଏ, ବିଲକୁଲ ସହି ସମୟ ହେ। ମଙ୍ଗଳବାର କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଇଁ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ୭୧ଟି ପ୍ରକଳ୍ପର ଶୁଭଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମଙ୍ଗଳବାର ସମୁଦାୟ ୧୭୦୮ କୋଟି ଟଙ୍କା ମୂଲ୍ୟର ୩୫ ଟି ପ୍ରକଳ୍ପର ଶିଳାନ୍ୟାସ କରାଗଲା ଏବଂ ପ୍ରାୟ ୧୯୪ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ଏଥିରେ କେନ୍ଦୁଝରର ସ୍କୁଲ, ହଷ୍ଟେଲ, ଇରିଗେସନ, ପାର୍କିଂ ଜୋନ, ରାସ୍ତା ନିର୍ମାଣ, ପୋଖରୀ ଉନ୍ନତିକରଣ, ପର୍ଯ୍ୟଟନ ପ୍ରକଳ୍ପ, ଲାଇବ୍ରେରୀ, କ୍ୟାରିଅର କାଉନ୍ସେଲିଂ ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ବିଲ୍ଡିଂ ଇତ୍ୟାଦି ରହିଛି।

ପୂର୍ବରୁ ଘୋଷଣା ଅନୁଯାୟୀ କେନ୍ଦୁଝରରେ ଆଞ୍ଚଳିକ ଉଦ୍ଭିଦ ଉତ୍ସ କେନ୍ଦ୍ର ପାଇଁ ୫୦ କୋଟି ଟଙ୍କା ବିନିଯୋଗରେ ଶିଳାନ୍ୟାସ କରାଗଲା ଏବଂ ୩୮ କୋଟି ୨୨ ଲକ୍ଷ ଟଙ୍କାରେ ୧୪୭ଟି ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଛି। ୧୦୧ କୋଟି ଟଙ୍କା ବିନିଯୋଗରେ ୬ଟି ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରାଯାଇଛି। କେନ୍ଦୁଝରର ବିଭିନ୍ନ ସ୍ଥାନରେ ୨୧.୫୦ କୋଟି ଟଙ୍କା ବିନିଯୋଗରେ ୧୦୪ଟି ACR, ICT Lab ଓ Boundary Wall ର ଉଦ୍‌ଘାଟନ କରାଯାଇଛି । ଏଥିସହିତ ୧୪ କୋଟି ଟଙ୍କା ବିନିଯୋଗରେ ଚମ୍ପୁଆରେ ନିକଲସନ୍ ଫରେଷ୍ଟ ଟ୍ରେନିଂ ସ୍କୁଲ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସେହିପରି ୯.୬୦ କୋଟି ଟଙ୍କାରେ ଖଣି କ୍ଷେତ୍ରରେ ସ୍ଥାନୀୟ ଯୁବକମାନଙ୍କୁ ସ୍କିଲ୍‌ ଟ୍ରେନିଂ ଦେବା ପାଇଁ DMF ଖଣି ଶକ୍ତିର ଉଦ୍‌ଘାଟନ କରାଯାଇଛି ।

ଏହାପରେ ”ଯେବେଠୁ ମାଆ ତାରିଣୀଙ୍କ ପ୍ରକଳ୍ପର ଶିଳାନ୍ୟାସ ହୋଇଛି, ସେବେଠାରୁ କେନ୍ଦୁଝରର ବିକାଶର ଡବଲ ଇଂଜିନ ଗାଡିରେ ରକେଟ୍ ଇଞ୍ଜିନ ଲାଗିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। କେଉଁଝର କେବଳ ଏକ ଜିଲ୍ଲା ନୁହେଁ – ଏହା ଉତ୍କୃଷ୍ଟ ପ୍ରାକୃତିକ ସମ୍ପଦର ଭୂମି। ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ କର୍ମଠ ଲୋକଙ୍କ ଭୂମି। ଏହି ମାଟି ଓଡ଼ିଶାର ଆର୍ଥିକ ଶକ୍ତିରେ ଅପାର ଅବଦାନ ରଖିଛି। ଖଣିଜ ପଦାର୍ଥ ଠାରୁ ଆରମ୍ଭ କରି ଜଙ୍ଗଲ, କୃଷି ଠାରୁ ମାନବ ସମ୍ବଳ ପର୍ଯ୍ୟନ୍ତ, କେନ୍ଦୁଝର ସର୍ବଦା ରାଜ୍ୟର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିଆସିଛି।

କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ ବଡ଼ବିଲରେ ଏକ ରିଙ୍ଗ ରୋଡ଼ କରାଯିବ। କେନ୍ଦୁଝର-ସେ କହିଥିଲେ, ଆସନ୍ତା ୩-୪ ବର୍ଷ ଭିତରେ କେନ୍ଦୁଝର ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ପ୍ରତିଷ୍ଠା ହାସଲ କରିବ। ସେହି କ୍ରମରେ କେନ୍ଦୁଝର ପାଇଁ ୧୭୦୮ କୋଟି ଟଙ୍କାର ୩୫ ଟି ପ୍ରକଳ୍ପର ଶିଳାନ୍ୟାସ ସହିତ,୧୯୪ କୋଟି ଟଙ୍କାର ୩୬ ଟି ପ୍ରକଳ୍ପ ଉଦ୍ଘାଟିତ ହେଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପ୍ରତିଷ୍ଠା ହେବ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଶାଖା

ନୂଆଦିଲ୍ଲୀ,୧୩।୧: ଓଡ଼ିଶାରେ ପ୍ରତିଷ୍ଠା ହେବ ଅଭିନେତା ତିଆରି କାରଖାନା। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ର ଏକ ରାଜ୍ୟସ୍ତରୀୟ ଶାଖା କେନ୍ଦୁଝର ଜିଲାରେ ପ୍ରତିଷ୍ଠା...

ସେନା ମୁଖ୍ୟଙ୍କ ଚେତାବନୀ ପରେ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ୪୮ ଘଣ୍ଟାରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ,୧୩।୧: ଦୁଇଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୀମାରେ ଦେଖା ଦେଇଛି ପାକିସ୍ତାନୀ ଡ୍ରୋନ୍। ମଙ୍ଗଳବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ...

ଇରାନବାସୀଙ୍କୁ ଟ୍ରମ୍ପ ଦେଲେ ମେସେଜ: “ଆନ୍ଦୋଳନ ଜାରି ରଖ, ଖୁବଶୀଘ୍ର ସାହାଯ୍ୟ ମିଳିବ”

ନୂଆଦିଲ୍ଲୀ,୧୩।୧: ଇରାନ ଉପରେ ଖୁବଶୀଘ୍ର ଆକ୍ରମଣ କରିପାରେ ଆମେରିକା। ମଙ୍ଗଳବାର ଏକ ପ୍ରକାର ଏହା ନିଶ୍ଚିତ ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ...

ବାୟୁସେନାର ଶକ୍ତି ବଢ଼ାଇବ ‘ରାଫେଲ୍’: ଫ୍ରାନ୍ସ ସହ ୩.୨୫ ଲକ୍ଷ କୋଟିର ମେଗା ଡିଲ୍, ଭାରତରେ ନିର୍ମାଣ ହେବ

ନୂଆଦିଲ୍ଲୀ,୧୩।୧: ଭାରତୀୟ ବାୟୁସେନା(IAF)କୁ ଶକ୍ତିଶାଳୀ କରିବ ରାଫେଲ। ଭାରତ ସରକାର ଫ୍ରାନ୍ସରୁ ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରାୟ ୩.୨୫...

୨୨ ମିନିଟର ଆକ୍ରମଣରେ ଥରିଥିଲା ପାକିସ୍ତାନ, ସେନା ମୁଖ୍ୟଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୧: ‘ଅପରେସନ ସିନ୍ଦୂର’କୁ ନେଇ ଚମକାଇଲା ଭଳି ଖୁଲାସା କରିଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ। ଭାରତର ମାତ୍ର ୨୨ ମିନିଟର ଭୟଙ୍କର ଆକ୍ରମଣରେ ପାକିସ୍ତାନର...

ଇରାନରେ ରକ୍ତପାତ: ଆନ୍ଦୋଳନରେ ୨,୦୦୦ ମୃତ, ପ୍ରଥମ ଥର ପାଇଁ ସ୍ୱୀକାର କଲେ ସରକାର

ନୂଆଦିଲ୍ଲୀ,୧୩।୧: ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଅଶାନ୍ତି ମଧ୍ୟରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପ୍ରାୟ ୨,୦୦୦ ଲୋକ ଏହି ଆନ୍ଦୋଳନରେ ପ୍ରାଣ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri