ଅଗ୍ନିକାଣ୍ଡ ଘଟି ଜଳିଗଲା ୩୫ ଭରଣ ଜମିର ଧାନ, ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଠାତ୍‌ ନିଆଁ ଲାଗିଯାଇଛି। ଫଳରେ ଖଳାରେ ଅମଳ କରିବାକୁ ଗଦା କରାଯାଇଥିବା ୩୫ ଭରଣ ଜମିର ଧାନ ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ନିଆଁ ଲାଗିବା ଖବରପାଇ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ସେତେବେଳକୁ ଗ୍ରାମର ଜମିଲା ରାଉତ, ମହେଶ୍ୱର ସ୍ବାଇଁ, ନରସିଂହ ସ୍ବାଇଁ, ନନ୍ଦିନୀ ରାଉତ, ଗଙ୍ଗା ପରିଡା, ଆଦିତ୍ୟ ରାଉତ, ଲୋକନାଥ ରେଡି, ଜମ୍ଭୁ ମାହାନ୍ତିଙ୍କର ଧାନ ସବୁ ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସରପଞ୍ଚ ମମତା ବେହେରା, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ପ୍ରମୁଖ ବରୋଦା ଗ୍ରାମ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପୋଡ଼ିଯାଇଥିବା ସମସ୍ତ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ଏବଂ ପ୍ରକୃତ ଚାଷୀ ହୋଇଥିବା ହେତୁ ସେମାନଙ୍କୁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସହର ଉପକଣ୍ଠରେ ନକଲି ଘିଅ ପ୍ରସ୍ତୁତି, ଅତର୍କିତ ଚଢ଼ାଉ କରି ପ୍ଲାଣ୍ଟ ସିଲ କଲା…

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ)- ବରଗଡ ସହର ଉପକଣ୍ଠ ବରାହଗୋଡା ଛକ ନିକଟରେ ନକଲି ଘିଅ ପ୍ରସ୍ତୁତି ଅଭିଯୋଗ ପାଇ ପୋଲିସ, ପ୍ରଶାସନ ମଙ୍ଗଳବାର ଅତର୍କିତ ଚଢାଉ କରିଛି...

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ...

୩୫ ଲିଟର ଦେଶୀମଦ ଜବତ: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ...

ସୂର୍ଯ୍ୟ-ଶନିଙ୍କ ବିରଳ ଯୋଗ; ଲାଭବାନ ହେବେ କେଉଁ ରାଶି?

ବୈଦିକ ଜ୍ୟୋତିଷ ଅନୁସାରେ, ସୂର୍ଯ୍ୟ ଆତ୍ମବିଶ୍ୱାସ, ଶକ୍ତି ଏବଂ ଅହଂକାରକୁ ପ୍ରତିନିଧିତ୍ୱ କରନ୍ତି, ଯେତେବେଳେ ଶନି କାର୍ଯ୍ୟ, ଶୃଙ୍ଖଳା ଏବଂ ନ୍ୟାୟକୁ ପ୍ରତିନିଧିତ୍ୱ କରନ୍ତି। ପୌରାଣିକ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ...

ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ବ୍ରହ୍ମପୁରସ୍ଥିତ...

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି: ଏଥର ରାଜରାସ୍ତାରେ ଆୟୋଜିତ ହେବ ପରେଡ୍

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାଠାରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri