Posted inଫୁରସତ

କୁନି ପୁଅକୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡିଆ ପରେ ମୁଣ୍ଡିଆ ମାରିଲା ମେଣ୍ଢା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବାବେଳେ ଆଉ କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ। ଆଉ କିଛି ଭିଡିଓ ଦେଖିଲେ ଲୋମ ବି ଟାଙ୍କୁରି ଉଠେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଭୟ ବି ଲାଗୁଛି। ଏହି ଭିଡିଓରେ ଏକ ମେଣ୍ଢା ଗୋଟିଏ ଛୋଟ କୁନି ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଛା କରୁଛି। ପ୍ରଥମେ ପୁଅଟି ଖସିଯିବାକୁ ଚେଷ୍ଟା କରୁଛି କିନ୍ତୁ ଶେଷରେ ସେ କ୍ଳାନ୍ତ ହୋଇଯାଏ। ମେଣ୍ଢାଟି ତାକୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡିଆ ମାରୁଛି।

ଭିଡିଓଟି ଏକ ଛୋଟ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ଦେଖାଯାଉଛି। ଏକ ଛୋଟ ପୁଅ ସହ ତା’ର ଦୁଇ ବନ୍ଧୁ ଏକ ଗଛ ପଛରେ ଲୁଚିଯାଉଛନ୍ତି, କିନ୍ତୁ ମେଣ୍ଢା କେବଳ ଗୋଟିଏ ପୁଅକୁ ପିଛା କରୁଛି। ହୁଏତ ଏହା ତାକୁ ବହୁତ ଅସୁବିଧାରେ ପକାଇଛି। ପୁଅଟି ଏବେ ଖସିଯିବାକୁ ଚେଷ୍ଟା କରି ଦୌଡ଼ୁଥିବା ଦେଖାଯାଉଛି, କିନ୍ତୁ ମେଣ୍ଢା ହାର ମାନିବାକୁ ନାରାଜ। ତା’ପରେ, ଯେତେବେଳେ ପୁଅଟି ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇଗଲା, ସେ ବସିଗଲା। ମେଣ୍ଢା ତା’ର ସୁଯୋଗ ନେଇଗଲା। ଏହା ତାକୁ ଶିଙ୍ଗରେ ମୁଣ୍ଡିଆ ପରେ ମୁଣ୍ଡିଆ ମାରି ଚାଲିଲା। ପରେ ଭିଡିଓ ଶୁଟିଂ କରୁଥିବା ବ୍ୟକ୍ତି ସାହାଯ୍ୟ କରିବାରୁ ମେଣ୍ଢା ଶାନ୍ତ ପଡ଼ିଲା।

ଏହି ମଜାଦାର ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ @VillageGuluva ନାମକ ୟୁଜରଙ୍କ ଦ୍ୱାରା ଶେୟାର କରାଯାଇଛି, ଯେଉଁଥିରେ ମଜାଦାର କ୍ୟାପଶନରେ ଲେଖାଯାଇଛି, ମୁଁ ଏହି ପୁଅ ଉପରେ ବହୁତ ରାଗିଛି। ସେ ବଞ୍ଚିବାର ପ୍ରଥମ ନିୟମ ଭାଙ୍ଗିଛି। ତାକୁ ଦୌଡ଼ିବା ବନ୍ଦ କରିବା ଉଚିତ୍‌ ନୁହେଁ।

ଏହି ୧ ମିନିଟ ଛଅ ସେକେଣ୍ଡର ଭିଡିଓଟି ୫୭୮୦୦୦ରୁ ଅଧିକ ଥର ଦେଖାଯାଇଛି। ୪୦୦୦ରୁ ଅଧିକ ଲାଇକ୍‌ ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେତେକ ୟୁଜର ପଚାରିଛନ୍ତି, ପିଲାଟିର ସାଙ୍ଗମାନେ ତାଙ୍କୁ କାହିଁକି ସାହାଯ୍ୟ କରୁନାହାନ୍ତି? ଆଉ କିଛି ୟୁଜର୍ସ ପଚାରିଛନ୍ତି, ମେଣ୍ଢା ପୁଅଟିକୁ କାହିଁକି ପିଛା କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ: ଶତକରୁ ବଞ୍ଚିତ ହୋଇ ମଧ୍ୟ ସଚିନଙ୍କୁ ପଛରେ ପକାଇଲେ

ଭଦୋଦରା,୧୧।୧: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟର ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ଭଦୋଦରାଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri