ଧାନ ଉଠେଇଲେନି ମିଲର୍ସ: ଦାବି ପୂରଣ ନ ହେବାରୁ…

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ଆଉ ୨ସପ୍ତାହ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିବ। ହେଲେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟାକୁ ନେଇ ଚାଷୀମାନେ ମଣ୍ଡିକୁ ଧାନ ଆଣିପାରୁ ନଥିବାବେଳେ ମଣ୍ଡିକୁ ଆସିଥିବା ଧାନ ମଧ୍ୟ ଠିକ୍‌ଭାବେ ଉଠାଣ କରାଯାଉ ନଥିବାବେଳେ କଟ୍‌ନୀଛଟ୍‌ନୀ ଜୋର୍‌ ଧରିଛି। ଏଭଳି ସ୍ଥିତିରେ ପୂର୍ବ ଘୋଷଣା ଅନୁଯାୟୀ, ସୋମବାରରୁ ବିଭିନ୍ନ ଦାବି ନେଇ ମଣ୍ଡିଗୁଡ଼ିକରୁ ଧାନ ଉଠାଣ ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି। ଫଳରେ ପୂର୍ବାପେକ୍ଷା ଜିଲାର ଧାନ ସଂଗ୍ରହ ପ୍ରକ୍ରିୟା ଆହୁରି ଜଟିଳ ହୋଇପଡ଼ି ଥିବାବେଳେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
ଜିଲାରେ ଗତ ନଭେମ୍ବର ୧୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରମ୍ଭରୁ ଧାନବିକ୍ରିରେ ଚାଷୀମାନଙ୍କୁ ବିଭିନ୍ନ ସମସ୍ୟାରେ ଛନ୍ଦି ହେବାକୁ ପଡ଼ିଛି। କେତେବେଳେ ଟୋକନ ସମସ୍ୟା ତ ଆଉକେବେ ମଣ୍ଡିରୁ ଧାନ ଉଠାଣରେ ମନ୍ଥରତା ଯୋଗୁ ଅନେକ ଚାଷୀ ଏପର୍ଯ୍ୟନ୍ତ ସେମାନଙ୍କ ଅମଳ ଧାନ ବିକ୍ରି କରି ପାରିନାହାନ୍ତି। ଅନ୍ୟପଟେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ କେତେକ ଚାଷୀ ବାଧ୍ୟ ହୋଇ ବେପାରୀ ହାତକୁ ଧାନ ଟେକିଦେବା ସାଧାରଣରେ ଆଲୋଚିତ ହୋଇଛି। ଏଭଳି ସ୍ଥଳେ ରାଜ୍ୟ ସରକାରଙ୍କ ପ୍ରତି ଚାଷୀଙ୍କ ବିଷୋଦ୍‌ଗାର ପରିଲକ୍ଷିତ ହୋଇଥିବାବେଳେ ଆନ୍ଦୋଳନ ପାଇଁ ଚାଷୀ ସଙ୍ଗଠନଗୁଡ଼ିକ ପୁଣି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଅପରପକ୍ଷେ ମିଲର୍ସଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମଣ୍ଡିରୁ ଧାନ ଉଠାଣ ବନ୍ଦ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇ ଦେଇଛି।
ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ବରଗଡ଼ରେ ଏକ ଖବରଦାତା ସମ୍ମିଳନୀ କରିଥିଲା। କଷ୍ଟମ ମିଲିଂ ଚାର୍ଜ ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣର ଖର୍ଚ୍ଚ ପ୍ରଦାନ, ଧାନ ପରିବହନ ଖର୍ଚ୍ଚ ପ୍ରଦାନ, ମିଲ୍‌ ଗୋଦାମରେ ଗଚ୍ଛିତ ଚାଉଳ ଉଠାଣ ନେଇ ଆସୋସିଏଶନ ଦାବି କରିଥିଲା ଏବଂ ରାଜ୍ୟ ସରକାରଙ୍କୁ ଏ ନେଇ ଲେଖି ଜଣାଇଥିଲା। ତେବେ ସେତେବେଳେ ରାଜ୍ୟ ସରକାର ଓ ମିଲର୍ସ ଆସୋସିଏଶନ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଦାବି ପୂରଣ ନେଇ ଆଶ୍ୱାସନା ମିଳିବା ପରେ ମିଲର୍ସମାନେ ଧାନ ଉଠାଣ ନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗ ସହିତ ଚୁକ୍ତିନାମା କରିଥିଲେ। ମାତ୍ର ଆଲୋଚନାର ଦୀର୍ଘଦିନ ପରେ ମଧ୍ୟ ମିଲର୍ସଙ୍କ ଦାବି ପୂରଣ ନ ହେବାରୁ ଗତ ୧ତାରିଖ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ପୁଣି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ଲେଖି ଜଣାଇଥିଲା ଏବଂ ୩ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୫ତାରିଖରୁ ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ମିଲର୍ସ ଆସୋସିଏଶନ ଚେତାବନୀ ଦେଇଥିଲା। ଏହି କ୍ରମରେ ମିଲର୍ସ ଆସୋସିଏଶନ ମଣ୍ଡିରୁ ଧାନ ଉଠାଣ ପ୍ରକ୍ରିୟାକୁ ବନ୍ଦ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri