ମିଲର୍ସଙ୍କ ଆନ୍ଦୋଳନ ପରେ ବଢ଼ିଲା ଧାନ ବିକ୍ରି ଜଟିଳତା

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଜିଲାରେ ମଣ୍ଡି ଖୋଲିବାର ମାସାଧିକ କାଳ ବିତିଯାଜଛି। ଧାନ କିଣାବିକା ବ୍ୟବସ୍ଥା ଠିକ୍‌ ଭାବରେ ଚାଲିଥିବା ନେଇ ରାଜ୍ୟ ସରକାର ଦାବି କରି ଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି ବୋଲି ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ଅଭିଯୋଗ କରିଛି। ଜିଲାର ବହୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳି ନ ଥିବାବେଳେ ମଣ୍ଡିରୁ ମନ୍ଥର ଗତିରେ ଧାନ ଉଠାଇବା ଏବଂ କଟ୍‌ନୀଛଟ୍‌ନୀ ବ୍ୟାପକ ହେବା କାରଣରୁ ଧାନବିକ୍ରି ସମସ୍ୟା ଜଟିଳ ହୋଇ ଚାଲିଛି। ଏପରି ସ୍ଥିତିରେ ସୋମବାରରୁ ରାଇସ୍‌ ମିଲ ମାଲିକମାନଙ୍କ ଧାନ ନ ଉଠାଇବା ଧମକ ଧାନ ଉଠାଣରେ ଅଚଳାବସ୍ଥା ପରିସ୍ଥିତି ସୃଷ୍ଟି କରିଛି। ଓଡ଼ିଶାରେ ଅନୁସୃତ କଷ୍ଟମ ମିଲିଂ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ରାଜକୋଷର ଅର୍ଥରୁ ଧାନ କିଣା ଯାଉଥିଲେ ସୁଦ୍ଧା ଓଡ଼ିଶା ସରକାରଙ୍କ ମିଲର୍ସ ଉପରେ ନିର୍ଭର ଧାନକିଣା ବ୍ୟବସ୍ଥା କାରଣରୁ ଏହାର ସୁଯୋଗ ନେଇ ମିଲରମାନେ ଏପରି ଧମକ ଦେଇଛନ୍ତି ବୋଲି ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ଅଭିଯୋଗ କରିଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଭଳି ସରକାର ନିଜେ ଚାଷୀମାନଙ୍କଠାରୁ ସିଧାସଳଖ ଧାନ କିଣି ଆବଶ୍ୟକ ସ୍ଥଳେ କେପ ଷ୍ଟୋରେଜ ଜରିଆରେ ଖୋଲା ପଡିଆରେ ଧାନ ଗଚ୍ଛିତ ରଖି ପର୍ଯ୍ୟାୟକ୍ରମେ ମିଲର୍‌ମାନଙ୍କୁ ପଠାଇବା ବ୍ୟବସ୍ଥା ନ କରିବା କାରଣରୁ ମିଲରମାନେ ଏପରି ଧମକ ଦେଇପାରୁଛନ୍ତି। ତେଣୁ ଓଡିଶା ସରକାର ମିଲର୍‌ମାନଙ୍କ ଧମକର ବାହାନା କରି ଅଚଳାବସ୍ଥା ସୃଷ୍ଟି ନକରି ନିଜେ ସିଧାସଳଖ ଚାଷୀମାନଙ୍କଠାରୁ ଧାନ କିଣିବା ଘୋଷଣା କରନ୍ତୁ ବୋଲି ଏହି ଚାଷୀ ସଂଗଠନ ଦାବି କରିଛି। ଆଗାମୀ ତିନିଦିନ ଭିତରେ ସରକାର ଆଶୁ ପଦକ୍ଷେପ ଗ୍ରହଣ ନକଲେ ସ୍ଥିତି ବିସ୍ଫୋରକ ହେବ ତଥା ଜୟ କିଷାନ ଆନ୍ଦୋଳନ ଚାଷୀମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସୋମବାର ଅନୁଷ୍ଠିତ ଏକ ବୈଠକରେ ବରଗଡ଼ ଜିଲା ଜୟ କିଷାନ ଆନ୍ଦୋଳନ ଚେତାବନୀ ଦେଇଛି। ବୈଠକରେ ସଂଗଠନର ପ୍ରତିନିଧିମାନେ କହିଥିଲେ, ସଦ୍ୟ ସମାପ୍ତ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଞ୍ଚକୁ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କର ଏ ସମସ୍ୟାର ସମାଧାନ ପାଇଁ ଠୋସ ପ୍ରତିଶ୍ରୁତି ନ ଦେବା ଏବଂ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ. ଭି. ସିଂଦେଓ କୃଷକମାନଙ୍କ ରାଜରାସ୍ତାରେ ଆନ୍ଦୋଳକୁ ନୌଟଙ୍କି ବୋଲି କହି ବିଦ୍ରୂପ କରିବା ଘଟଣାକୁ ବୈଠକରେ ତୀବ୍ର ନିନ୍ଦା କରାଯାଇଥିଲା। ଚାଷୀମାନଙ୍କର ଗମ୍ଭୀର ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କର ଏହା ସମ୍ବେଦନହୀନ ପରିଚାୟକ। ଏଭଳି ଚାଷୀମାରଣ ଆଭିମୁଖ୍ୟ ପରିହାର କରି ରାଜ୍ୟ ସରକାର ତତ୍କାଳ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟର ଚାଷୀକୁଳ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଜୟ କିଷାନ ଆନ୍ଦୋଳନ ଆହ୍ବାନ ଦେଇଛି। ଏହି ବୈଠକରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ବରିଷ୍ଠ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ଜିଲା ସାଧାରଣ ସମ୍ପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ମହେଶ୍ବର ପ୍ରଧାନ, ସୁରେନ୍ଦ୍ର ମେହେର, ଅରୁଣ ପ୍ରଧାନ, କୁନା ବେହେରା, ମିନିଷ୍ଟର ବାରିକ, କିଶୋର ସାହୁ, ସରୋଜ ପଧାନ, ଭରତ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରରେ ଚାଞ୍ଚଲ୍ୟ: ଗୋରୁ ଚୋରି ଅଭିଯୋଗରେ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା

ରାଞ୍ଚି,୮ା୧: ଝାଡ଼ଖଣ୍ଡର ଗୋଡା ଜିଲାରେ ଗୋରୁ ଚୋରି ସନ୍ଦେହରେ ଜଣେ ୪୫ ବର୍ଷୀୟ ମୁସଲମାନ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ପୋରାୟାହାଟ ଥାନା ଅନ୍ତର୍ଗତ ମାତିହାନି...

ସ୍ତ୍ରୀ, ୨ ଝିଅଙ୍କୁ ହତ୍ୟାକରି ନିଜ ଜୀବନ ହାରିଲେ ବ୍ୟବସାୟୀ

ଚଣ୍ଡିଗଡ଼,୮ା୧: ପଞ୍ଜାବର ଫିରୋଜପୁରରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ପରିବାରର ମୁଖ୍ୟ ଅମନଦୀପ୍‌ ସିଂ ଜଣେ ବ୍ୟବସାୟୀ। ସେ ଏକ...

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri