ଜନ ଅଭିଯୋଗ ଶୁଣାଣିରେ ୧.୩ ଲକ୍ଷ ଲୋକଙ୍କ ଦୁଃଖ ଦୂର ହେଲାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷର ପ୍ରଥମ ଜନ ଅଭିଯୋଗ ଶୁଣାଣି କରିଛନ୍ତି। ୟୁନିଟ୍-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ୧୬ଶ ଶୁଣାଣିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ତ୍ୱରିତ ସମାଧାନ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରଶାସନ ନିକଟରେ ପହଞ୍ଚୁଥିବା ଅଭିଯୋଗଗୁଡ଼ିକର ସମାଧାନ ପ୍ରକ୍ରିୟା ବେଶ୍ ଉତ୍ସାହଜନକ ରହିଛି। ୱେବ୍ ପୋର୍ଟାଲ୍ ଓ ଡାକ ଯୋଗେ ମୋଟ ୧,୪୯,୪୧୮ଟି ଅଭିଯୋଗ ମିଳିଥିଲା। ସେଥିମଧ୍ୟରୁ ୧,୩୦,୮୪୫ଟି (୮୮%) ମାମଲାର ସଫଳ ସମାଧାନ କରାଯାଇଛି। ବିଗତ ୧୫ଟି ଶୁଣାଣିରେ ମିଳିଥିବା ୧୩,୩୫୮ ଅଭିଯୋଗ ମଧ୍ୟରୁ ୯୫% (୧୨,୭୪୮ଟି) ସମାଧାନ ହୋଇସାରିଛି। ଏପର୍ଯ୍ୟନ୍ତ ୫୬,୦୨୮ରୁ ଅଧିକ ଲୋକ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ସରକାର ଏଣିକି ପ୍ରତି ସୋମବାର (ମାସକୁ ୩-୪ ଥର) ଅଭିଯୋଗ ଶୁଣାଣି କରିବାକୁ ଲକ୍ଷ୍ୟ ରଖିଛନ୍ତି। ୩୦ଟି ଯାକ ଜିଲାରେ ଜିଲାପାଳଙ୍କ ନେତୃତ୍ୱରେ ଅଭିଯୋଗ ପଞ୍ଜିକରଣ ଜାରି ରହିଛି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ। କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସହାୟତା ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

“ଏହା ଏକ ‘ଲୋକଙ୍କ ସରକାର’। ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ କମାଇ ଶାସନକୁ ଅଧିକ ସୁଗମ କରିବା ଆମର ପ୍ରାଥମିକତା। କେହି ଯେପରି ନ୍ୟାୟରୁ ବଞ୍ଚିତ ନ ହେବେ, ତାହା ଆମେ ସୁନିଶ୍ଚିତ କରୁଛୁ ବୋଲି ଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଦିନରେ ବରଫର ଧଳା ଚାଦର ତଳେ କୋଇଡ଼ା: ପଡିଲା ତୁଷାରପାତ

ବଣାଇଁ, ୮।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ଗତକାଲି ଠାରୁ ପ୍ରଥମଥର ପାଇଁ ସମଗ୍ର ଅଞ୍ଚଳ ୫ ଡିଗ୍ରୀ ତଳେ ରହିଛି...

ଭାରତକୁ ବଡ଼ ଝଟକା ଦେଲେ ଟ୍ରମ୍ପ: ନେଲେ ୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବିଶ୍ୱରେ ହଇଚଇ

ଓ୍ବାଶିଂଟନ୍‌,୮।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ୱର ଅନେକ ଦେଶକୁ ଏକ ବଡ଼ ଝଟକା ଦେଇଛନ୍ତି। ତାଙ୍କର “ଆମେରିକା ପ୍ରଥମ” ନୀତିକୁ ଆଗକୁ...

ଅସଲ ରଙ୍ଗ ଦେଖାଇଲେ ଟ୍ରମ୍ପ: ନେଲେ ବଡ଼ ନିଷ୍ପତ୍ତି, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୮।୧: ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ, ଆମେରିକା ଏବେ ଭେନେଜୁଏଲା ଉପରେ ନିଜର ଇଚ୍ଛା ପ୍ରବର୍ତ୍ତନ କରୁଛି। ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ...

ଅବପାତ ପାଇଁ ବଢ଼ିଗଲା ଶୀତ

ଭୁବନେଶ୍ୱର,୮ା୧(ଅନୁରାଧା ମହାରଣା): ରାଜ୍ୟରେ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପାଇଁ କୋହଲା ପବନ ଯୋଗୁ ଶୀତ ବଢ଼ିଛି।...

୧୨ରୁ ନୂତନ ବଜେଟ ଆଲୋଚନା

ଭୁବନେଶ୍ୱର,୮ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ଲାଗି ନୂତନ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। କେଉଁଦିନ କେଉଁ ବିଭାଗର ବଜେଟ ଆଲୋଚନା...

ଶୀତ ମହୋତ୍ସବ, ସନ୍ଧ୍ୟାରେ ଦୁଲୁକିବ ମଞ୍ଚ: ଆଜି ଆସିବେ ଏହି ସବୁ କଳାକାର…

ଦାରିଙ୍ଗବାଡି, ୮ /୧ (ଅରୁଣ ସାହୁ): ଦାରିଙ୍ଗବାଡି ଶୀତ ମହୋତ୍ସବକୁ ନେଇ ଅପେକ୍ଷା ଶେଷ ହୋଇଛି। ଆଜି ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ସମସ୍ତ...

୯ରେ ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର,୮।୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଅପରାହ୍ନ ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଲୋକସେବା ଭବନର ତୃତୀୟ ମହଲାରେ...

ଏସ୍‌ସିବି ମେଡିକାଲ ୱାର୍ଡରୁ ଖସିିଲା ସିଲିଂ: ରୋଗୀଙ୍କ ମୁଣ୍ଡ ଫାଟିଲା

କଟକ,୮।୧(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପୁରୁଣା ଭେଷଜ ବିଭାଗରେ ବୁଧବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri