ମୁକୁଳା ପଡ଼ିଛି ସୀମାନ୍ତ ଅଞ୍ଚଳ: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଧାନ ଓଡ଼ିଶାରେ

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଜାମଦା ବ୍ଲକ୍‌ ଅଞ୍ଚଳରେ ବେଆଇନଭାବେ ଗଚ୍ଛିତ ଝାଡ଼ଖଣ୍ଡ ରାଜ୍ୟର ୧୧୦୦ ବସ୍ତା ଧାନକୁ ପ୍ରଶାସନ ଜବତ କରିଛି। ସମସ୍ତ ଧାନକୁ ଟ୍ରକ୍‌ ଯୋଗେ ଆଣି ରାଇରଙ୍ଗପୁରସ୍ଥିତ ଏକ ଧାନ ମିଲ୍‌ରେ ରଖାଯାଇଛି। ପ୍ରାୟ ୫୫୦ କୁଇଣ୍ଟାଲ ଧାନ ଜବତ ହୋଇଥିବା ବେଳେ ଏହାର ସରକାରୀ ମୂଲ୍ୟ ୧୭ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ପ୍ରଶାସନର ଏଭଳି ଚଢ଼ାଉ ପରେ ବେପାରୀମାନଙ୍କ ମଧ୍ୟରେ ଛନକା ପଶିଛି। ମାତ୍ର ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ମୁକୁଳା ପଡ଼ିଛି। ପ୍ରଶାସନ ପକ୍ଷରୁ ସିସିଟିଭି କିମ୍ବା ଚେକ୍‌ ପୋଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ରହିଛି। ଏହାକୁ ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାପାଳ ହେମକାନ୍ତ ସୟ ଖୁବ୍‌ଶୀଘ୍ର ଚେକ୍‌ ପୋଷ୍ଟ ନିର୍ମାଣ କରିବା ସହ ସୀମା ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଜିଲାର ସୀମାକୁ ଲାଗି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ରହିଛି। ଏହି ୨ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ କୌଣସି ଚେକ୍‌ ପୋଷ୍ଟ ନାହିଁ କିମ୍ବା ସିସି କ୍ୟାମେରା ଲଗାଯାଇ ନାହିଁ। ସେହିପରି ସୀମାନ୍ତରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ପଟେ ଧାନ ଆଣି ଜିଲାରେ ରଖାଯାଉଛି। ଏପରିକି ଧାନର ଆମଦାନୀ ଉପରେ କୌଣସି ପ୍ରତିବନ୍ଧକ ରହୁ ନ ଥିବାରୁ ଖୁଲମଖୁଲା ପରିବହନ କରାଯାଉଛି। ଜିଲାର ରାଇରଙ୍ଗପୁର ଉପଖଣ୍ଡ ତିରିଂ-ଝାଡ଼ଖଣ୍ଡ ଜାତୀୟ ରାଜପଥ, ବହଳଦା-ଚାଇଁବସା ରାଜ୍ୟ ରାଜପଥ, ସାରସକଣା ବ୍ଲକ୍‌ ସୀମାନ୍ତ ପାକଟିଆରୁ ଝାଡ଼ଖଣ୍ଡ ରାଜ୍ୟ ମୂଷାବଣୀ ଓ ଜାମଶୋଳ-ବହଡ଼ାଗୋଡ଼ା ଏବଂ ଜାମଶୋଳାରୁ ପଶ୍ଚିମବଙ୍ଗ ରାଜ୍ୟ ଗୋପୀବଲ୍ଲଭପୁର ରାସ୍ତା,ରାସଗୋବିନ୍ଦପୁର ବ୍ଲକ୍‌ ସୁବାନଡିହଠାରୁ ପଶ୍ଚିମବଙ୍ଗର ନୟାଗ୍ରାମ ଥାନା ଅଧୀନ ପାଇଲଟଛକ, ମୋରଡ଼ା ବ୍ଲକ୍‌ ପଳାଶମୁଣ୍ଡୁଳୀରୁ ପଶ୍ଚିମବଙ୍ଗ ଧୂମସାହି, ଶୁଳିଆପଦା ବ୍ଳକ୍‌ ବାଘଡ଼ାରୁ ପଶ୍ଚିମବଙ୍ଗ ବାଲିଗଡ଼ିଆ, ଚକଶୁଳିଆପଦାରୁ ପଶ୍ଚିମବଙ୍ଗ ଗୋପୀବଲ୍ଲଭପୁର ସଂଯୋଗ ରାସ୍ତାଗୁଡ଼ିକରେ କୌଣସି ଚେକ୍‌ପୋଷ୍ଟ ନ ଥିବା ବେଳେ ସିସି କ୍ୟାମେରା ମଧ୍ୟ ଲଗାଯାଇ ନାହିଁ। ଫଳରେ ଉଭୟ ରାଜ୍ୟରେ ଧାନର ଏମ୍‌ଏସ୍‌ପି ମୂଲ୍ୟ ସହିତ ସବ୍‌ସିଡି ଇନ୍‌ପୁଟ୍‌ ହାତେଇବା ପାଇଁ ବେଧଡକ ଧାନ ପରିବହନ କରାଯାଉଛି। ଚାଷୀଙ୍କୁ ହାତବାରିସି କରି ଓଡ଼ିଶାରେ ଧାନ ବିକ୍ରିକରି ମାଲାମାଲ ହେବାକୁ ବ୍ୟବସାୟୀମାନେ ବିପୁଳ ପରିମାଣର ଧାନ ଗଚ୍ଛିତକରି ରଖିଛନ୍ତି। ଧାନର କଳାବଜାର ବଢ଼ିବା ସହ ୨ ରାଜ୍ୟର ଧାନ ଏବେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ଗଚ୍ଛିତ ରହିଛି। ଏହାକୁ ଅସାଧୁ ଉପାୟରେ ବିକ୍ରିି କରିବାର ମସୁଧା ଚାଲିଥିବା ବେଳେ ଜିଲା ପ୍ରଶାସନ ନୀରବତା ଅବଲମ୍ବନ କରିଛି। ଖୁବ୍‌ଶୀଘ୍ର ସୀମାନ୍ତ ରାସ୍ତାଗୁଡ଼ିକ ସିଲ୍‌ କରାଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ନେଇ ଜିଲା ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାଏକ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୋଜିରେ ଯୋଗଦେବାକୁ ଯିବା ହେଲା କାଳ, ବିଦ୍ୟୁତ ଆଘାତରେ ହୋମଗାର୍ଡଙ୍କ ମୃତ୍ୟୁ

ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ବିଦ୍ୟୁତ ଆଘାତରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତ ହୋମଗାର୍ଡ ଜଣକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ୨ଜଣଙ୍କ ଜୀବନ

ପାତ୍ରପୁର,୭ା୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅଧିନସ୍ଥ ତମ୍ୱାପୂର ମନ୍ଦରଡ଼ା ରାସ୍ତା ଲୁହୁରୁଣି ବଟଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି...

୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି, କୋରାପୁଟ କଫି…

କୋରାପୁଟ, ୭ା୧(ଅମିତାଭ ବେହେରା ): କୋରାପୁଟସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ବୁଧବାର ଅପରାହ୍ନରେ ଏକ ପ୍ରସ୍ତୁତି...

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ନିଜ ଗାଡ଼ିରେ ନେଇ ହସ୍ପିଟାଲ ଗଲେ ଉପଜିଲାପାଳ

ଆନନ୍ଦପୁର ୦୭/୦୧(ସୁଶାନ୍ତ କୁମାର ସାହୁ): ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟରେ…

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବାଣପୁର ପଲଟଣ ପଡ଼ିଆଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିବା ସହ...

କାଲିଠୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ, ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ

ଭୁବନେଶ୍ବର, ୭ା୧: ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ତେବେ କାଲିଠାରୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ ।...

IPL 2026 ପୂର୍ବରୁ ହାତକୁ ଦିହାତ ହେବେ ଅର୍ଜୁନ ତେନ୍ଦୁଲକର, ଏହି ଦିନ ପଡିବ ହାତଗଣ୍ଠି

ନୂଆଦିଲ୍ଲୀ,୭ା୧: ସଚିନ ତେନ୍ଦୁଲକର ପରିବାରରେ ବିବାହ ଉତ୍ସବ ହେବାକୁ ଯାଉଛି । ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହ ତାରିଖ...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ, ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ…

କାଲିମେଳା,୭ା୧(ଜୀବନକୃଷ୍ଣ ଦାସ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାପୁଲୁରୁ, କାଲିମେଳା ବ୍ଲକ, ମାଲକାନଗିରିରେ ହୋଇଯାଇଛି। ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri