ବିମାନବନ୍ଦରରୁୁ ପୁଣି ୮କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର,୪।୧(ତ୍ରିନାଥ ମହାନ୍ତି): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ କରାଯାଇଛି। ଜବତ ମାରିଜୁଆନାର ମୂଲ୍ୟ ୮କୋଟି ହେବ ବୋଲି ଅନୁମାନ କରାଯାଉଛି। ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳ(ଡିଆର୍‌ଆଇ) ଯାଞ୍ଚ କରିଥିଲା। ଯାଞ୍ଚ ପରେ ତାଙ୍କ ଲଗେଜରୁ ୪ଟି ପ୍ୟାକେଟରୁ ୮କେଜିର ମାରିଜୁଆନା ଜବତ କରାଯାଇଥିଲା। ବ୍ୟାଙ୍କ୍‌କକ୍‌ରୁ ଏହି ମାରିଜୁଆନା ଆଣିଥିବା ପଚରାଉଚରା ବେଳେ ଜଣାପଡ଼ିଛି। ସେ ରାଜଧାନୀର କାହାପାଖକୁ ଚାଲାଣ କରୁଥିଲେ ତାହା ଜଣାପଡ଼ି ନାହିଁ। ବିଶେଷକରି ବଡ଼ ବଡ଼ ହୋଟେଲକୁ ଏହି ବିଦେଶୀ ଗଞ୍ଜେଇ ଚାଲାଣ କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ହୋଟେଲକୁ ଆସୁଥିବା ବିଦେଶୀ ନାଗରିକ ଏବଂ ଧନୀକ ଶ୍ରେଣୀର ଲୋକ ଏହି ମାରିଜୁଆନାକୁ ନେଇଥାନ୍ତି। ବ୍ୟାଙ୍କ୍‌କ, ଥାଇଲାଣ୍ଡ ଆଦି ସ୍ଥାନରେ ଏହି ବିଦେଶୀ ଗଞ୍ଜେଇ ମିଳିଥାଏ। ସେଠାରେ ନିଶା ମାଫିଆମାନେ ଏକ ର଼୍ୟାକେଟ୍‌ କରି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସହରକୁ ପଠାଇଥାନ୍ତି। ଯେଉଁ ବିମାନବନ୍ଦରରେ ଯାଞ୍ଚ ବ୍ୟବସ୍ଥା ଢିଲା ରହିଥାଏ ଉକ୍ତ ସହରକୁ ନିଶା ମାଫିଆମାନେ ଟାର୍ଗେଟ କରିଥାନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ନିଶା ମାଫିଆମାନେ ଟାର୍ଗେଟ କରୁଛନ୍ତି। ସେମାନେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଡିଲ୍‌ କରିଥାନ୍ତି। ଗଞ୍ଜେଇ ବିମାନରେ ଚାଲାଣ ପାଇଁ ତାଙ୍କୁ ୩୦ପ୍ରତିଶତ ଟଙ୍କା ମିଳିଥାଏ। ବିମାନ ଟିକେଟ ସହ ଅଗ୍ରିମ ଆକାରରେ ଟଙ୍କା ମିଳିବା ପରେ ସେ ଚାଲାଣ କରିଥାନ୍ତି। ବିଶେଷକରି ଚାଲାଣକାରୀ ର଼୍ୟାକେଟର କୌଣସି ବ୍ୟକ୍ତିଙ୍କୁ ଜାଣି ନ ଥାନ୍ତି। ଫୋନ୍‌ରେ ଡିଲ୍‌ ହେବାପରେ ଅନ୍ୟଜଣେ ବ୍ୟକ୍ତି ଆସି ବିମାନ ବନ୍ଦର ବାହାରୁ ମାରିଜୁଆନା ଦେବା ପରେ ପଳାଇଯାଇଥାନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ୱା ପରେ ଏଠାରେ ଥିବା ବ୍ୟକ୍ତି ରିସିଭ୍‌ କରି ନେଇଥାନ୍ତି। ର଼୍ୟାକେଟ୍‌ରେ ଥିବା ବ୍ୟକ୍ତିମାନେ କେହି କାହାକୁ ଜାଣି ନ ଥାନ୍ତି ବୋଲି ଡିଆର୍‌ଆଇ ତଦନ୍ତରୁ ଜଣାପଡ଼ିଛି। ମାତ୍ର ୫ଦିନରେ ୩ ଥର ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଗତ ଡିସେମ୍ୱର ୩୦ ଏବଂ ୩୧ ତାରିଖରେ ମଧ୍ୟ ବିମାନ ବନ୍ଦରରୁ ମାରିଜୁଆନା ଧରା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଲର୍ସ ଆନ୍ଦୋଳନ: ମଣ୍ଡିରେ ପଡି ରହିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ବସ୍ତା ଧାନ

ନୂଆପଡ଼ା,୬ା୧ (ମକାରୁ ବେମାଲ): ନୂଆପଡ଼ା ଜିଲାର ସମସ୍ତ ମିଲର୍ସ ବିଭିନ୍ନ ଦାବି ନେଇ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ମଣ୍ଡିରେ ଅଚଳାବସ୍ଥା...

ଟ୍ରାକ୍ଟର ଚକ ତଳେ ଗଲା ଜୀବନ, ୨ ଗୁରୁତର

ନୂଆପଡ଼ା,୬ା୧ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ବୃଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗାଁରେ ସୋମବାର ଟ୍ରାକ୍ଟର ଚାପିଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨...

ବାଲେଶ୍ବର ପରେ ଟ୍ବିନ ସିଟିରେ ଲାଗିଲା କଟକଣା, ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ…

ଭୁବନେଶ୍ୱର,୬।୧: ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି । କାଲି ବାଲେଶ୍ବର...

ଭିତରେ ଲୋକ ଖାଉଥିବାବେଳେ ରେଷ୍ଟରାଣ୍ଟ ଉପରକୁ ବୋମାମାଡ: ବାଇକରେ ଆସି ବୋମା ଫିଙ୍ଗି ଚମ୍ପଟ ମାରିଲେ…

ବ୍ରହ୍ମପୁର, ୬।୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଏବେ ଦିନକୁ ଦିନ ଅପରାଧୀମାନେ ସକ୍ରିୟ ହେବାରେ ଲାଗିଛନ୍ତି। ସୋମବାର ସନ୍ଧ୍ୟାରେ ବଡବଜାର ଥାନା ଅନ୍ତର୍ଗତ ଗ୍ରାମଦେବତୀ...

ଘୋଡାହାଡ଼ ଡ଼୍ୟାମରେ କୁମ୍ଭୀର ଗଣନା ଆରମ୍ଭ

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଘୋଡ଼ାହାଡ଼ ଡ଼୍ୟାମରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ...

ଆସୁଛି ଲଘୁଚାପ: ୧୦ ତାରିଖରେ ଏହି ସବୁ ସ୍ଥାନରେ ବର୍ଷିବ, ପାଣିପାଗ ବିଶେଷଜ୍ଞ କହିଲେ…

ଭୁବନେଶ୍ୱର,୬।୧: ଆସୁଛି ଲଘୁଚାପ । ଲଘୁଚାପକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇ କହିଛନ୍ତି, ୧୦ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା...

ବିଲକୁ ଯାଇଥିବାବେଳେ ବାର୍‌ହା ସହ ମୁହାଁମୁହିଁ ହୋଇଗଲେ ଚାଷୀ, ତା’ପରେ…

ଭୁବନ,୬।୧( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ଥାନା ଏକତାଳି ଗ୍ରାମର ଅରୁଣ ମନ୍ତ୍ରୀ (୬୫) ମଙ୍ଗଳବାର ବାର୍‌ହା ଆକ୍ରମଣରେ ଗୁରୁତର ଆହତ...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳିତ, ସ୍ଵେଚ୍ଛାକୃତ ରକ୍ତଦାନ କଲେ ଦଳୀୟ ନେତା ଓ କର୍ମୀ

କେନ୍ଦୁଝର,୬।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଉପଲକ୍ଷେ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri