ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ରାଇକିଆ ମର୍ଣିଂ ଷ୍ଟାର କ୍ଳବର ସଦସ୍ୟମାନେ । ଗୁରୁବାର ସକାଳୁ ବଜାର ଚାରିଛକଠାରେ ସ୍ବତନ୍ତ୍ର ଷ୍ଟଲ ଖୋଲି ସମସ୍ତ ଜନ ସାଧାରଣଙ୍କୁ ଚା’ ବଣ୍ଟନ କରିବା ସହ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ଏହି କ୍ଳବରେ ଯୁବକଠାରୁ ଆରମ୍ଭ କରି ବୟସ୍କ , ସରକାରୀ କର୍ମଚାରୀ, ଛାତ୍ରଙ୍କ ପର୍ୟ୍ୟନ୍ତ ସଦସ୍ୟ ରହିଥିବାବେଳେ ବର୍ଷ ତମାମ ଭଲି ବଲ ଭଳି କ୍ରୀଡାକୁ ପ୍ରୋତ୍ସାହନ ଦେବା ସହ ନିୟମିତ ବିଭିନ୍ନ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରିଥାନ୍ତି । ପ୍ରତ୍ୟେକ ବର୍ଷ ଆମେ ଏହିପରି ନୂତନ ବର୍ଷକୁ ପାଳନ କରି ଥାଉ ବୋଲି କ୍ଲବର ସଦସ୍ୟମାନେ କହିଛନ୍ତି।
Dharitri – Odisha’s No.1 Odia Daily


