ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି। ଏହି ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ମାଣ୍ଡିଆପଦର ଗ୍ରାମ ବରପାଲିପଡ଼ାରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ସର୍ବସାଧାରଣରେ ବ୍ୟବହୃତ କଂକ୍ରିଟ ରାସ୍ତାକୁ ଚିହ୍ନଟ କରାଯାଇଛି। ଏହି ରାସ୍ତା ମଝିରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ପିଲର ଗାତ ଖୋଳାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷ ହେବ ବରପାଲିପଡ଼ା ଅଞ୍ଚଳର ଶିଶୁଙ୍କୁ ଶିକ୍ଷା ପ୍ରଦାନ ପାଇଁ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ହେଲେ ଅଦ୍ୟାବଧି କେନ୍ଦ୍ରର ନିଜସ୍ବ କୋଠାନାହିଁ। କେନ୍ଦ୍ରର କର୍ମୀ ନିଜ ଘରେ ସ୍ଥାନୀୟ ୧୧ ଜଣ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ଅର୍ଥ ମଞ୍ଜୁର ହୋଇଛି। ଗ୍ରାମରେ ନିର୍ମାଣାଧୀନ ଥିବା ପାର୍କ ନିକଟରେ କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ସେଠାରେ କେନ୍ଦ୍ର ନିର୍ମାଣ ନ କରି ବରପାଲିପଡ଼ା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପୁଣି ଜାଗା ଚିହ୍ନଟ କରାଯାଇଛି। ବରପାଲିପଡ଼ାର କଇଁରୁ ସାହୁଙ୍କ ଘର ନିକଟସ୍ଥ ବୁଲାଣି ରାସ୍ତାରେ ଫାଙ୍କା ଥିବା ଏକ ଜାଗା ଚିହ୍ନଟ ହୋଇଛି ା କେନ୍ଦ୍ର ନିର୍ମାଣ ପାଇଁ କଂକ୍ରିଟ୍‌ ରାସ୍ତାର ୫ କଦମ ରାସ୍ତା ଉପରକୁ ଜାଗା ଚିହ୍ନଟ ହୋଇଛି। ଜାଗା ଚିହ୍ନଟ ପରେ କାମ ପାଇଥିବା ଠିକାଦାର କେନ୍ଦ୍ର ନିର୍ମାଣ ପାଇଁ ପିଲର ଗାତ ଖୋଳିଛନ୍ତି। ୯ଟି ଗାତ ମଧ୍ୟରୁ ୩ଟି ପିଲର ଗାତ କଂକ୍ରିଟ ରାସ୍ତା ଉପରେ ଖୋଳାଯାଇଛି। ଏହାଦ୍ୱାରା ଉକ୍ତ ରାସ୍ତାରେ ଯାନାବାହନ ଚଳାଚଳ ସମ୍ଭବ ହୋଇପାରୁନାହିଁ। ୨୬ ନମ୍ବର ଜାତୀୟ ରାଜପଥରୁ ବରପାଲିପଡ଼ା କଂକ୍ରିଟ୍‌ ରାସ୍ତା ଦେଇ ସଂଯୋଗ ଥିବା ମାଣ୍ଡିଆପଦର ଆର୍‌ଡି ରାସ୍ତାରେ ଲୋକେ ଯିବାଆସିବା କରୁଥିଲେ। ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଏହି ବସ୍ତିରେ ଲୋକେ ବସବାସ କରୁଛନ୍ତି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାରେ ଲକ୍ଷାଧିକ ଟଙ୍କାବ୍ୟୟରେ ଅନେକଥର ରାସ୍ତା କଂକ୍ରିଟ୍‌ ହୋଇସାରିଛି। ଅଙ୍ଗନୱାଡି କେନ୍ଦ୍ର ହେଲେ ରାସ୍ତା ବନ୍ଦ ହେବା ସମ୍ଭାବନା ଦେଖାଦେଇଛି। ଏଣୁ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଉକ୍ତ ଅଞ୍ଚଳରେ ଅନେକ ସରକାରୀ ଜମି ରହିଛି। ସେହି ସ୍ଥାନରେ ଚିହ୍ନଟ ନ କରି ପ୍ରଶାସନ ପକ୍ଷରୁ ରାସ୍ତାର ବୁଲାଣିଠାରେ ଅଧା କଂକ୍ରିଟ୍‌ ରାସ୍ତାକୁ ମାଡି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ମସୁଧା କରିବା ଦୁଭାର୍ଗ୍ୟର ବିଷୟ ବୋଲି ୱାର୍ଡସଭ୍ୟ କଇଁରୁ ସାହୁ, କାନ୍ଦରୀ ସାହୁ, ସଜନୀ ବେହେରା, ଅଭାଗିନୀ ସାହୁ ଓ କିଶୋରୀ କୁଅଁର ପ୍ରମୁଖ କହିଛନ୍ତି। ଏନେଇ ବିଡିଓ ଅକ୍ଷୟ ପାଣି ଉଦ୍ଦୁ କହିଛନ୍ତି, ବରପାଲିପଡ଼ାର ଶିଶୁଙ୍କ ସୁବିଧା ପାଇଁ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତରେ ସେହି ସ୍ଥାନକୁ ଚିହ୍ନଟ କରାଯାଇଛି। ରାସ୍ତା ବନ୍ଦ ହେବ ନାହିଁ। ବିକଳ୍ପ ରାସ୍ତା ପାଇଁ ମଧ୍ୟ ଯୋଜନା ହୋଇଥିବା ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri