ବରଗଡ଼ରେ ବଢୁଛି ବ୍ରାଉନସୁଗାର କାରବାର: ସହରରୁ ଜବତ, ଗ୍ରାମାଞ୍ଚଳକୁ ବି ଚେର

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାରେ ନିଶା କାରବାର ଚିନ୍ତାଜନକ ହୋଇ ପଡ଼ିଛି। ଏଠାରେ ଚୋରାମଦଠାରୁ ଆରମ୍ଭ କରି ଗଞ୍ଜେଇ, କଫ୍‌ ସିରପ, ନିଶା ବଟିକା ଏବଂ ବ୍ରାଉନସୁଗାର ବେପାର ଚାଲିଛି। ପୋଲିସ ଏବଂ ଅବକାରୀ ଚିରାଚରିତ ଢ଼ଙ୍ଗରେ ଚଢ଼ାଉ କରୁଛନ୍ତି। ନିଶାଦ୍ରବ୍ୟ ସହିତ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରୁଛନ୍ତି। ଏହାସତ୍ତ୍ୱେ ଏହି କାରବାରରେ ଅଙ୍କୁଶ ଲାଗୁ ନାହିଁ। ଅନ୍ୟପଟେ ପୋଲିସ ଏବଂ ଅବକାରୀକୁ ଚ୍ୟାଲେଞ୍ଜ କରି ନିଶା କାରବାର ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨ସପ୍ତାହ ମଧ୍ୟରେ ଜିଲାର କେବଳ ବରଗଡ଼ ସହରରେ ମୋଟ୍‌ ୧୩୨.୩ ଗ୍ରାମ ବ୍ରାଉନସୁଗାର ଜବତ ଏବଂ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଜିଲାର ଅନ୍ୟଆଡ଼କୁ ମଧ୍ୟ ଏହାର ଚେର ଲମ୍ବିଥିବା ନେଇ ସାଧାରଣରେ ଆଲୋଚିତ ହେଉଛି। ସେହିପରି ବରଗଡ଼କୁ କେଉଁଠୁ ବ୍ରାଉନସୁଗାର ଆସୁଛି ଏବଂ ଏହି କାରବାରର କିଙ୍ଗପିନ୍‌ କିଏ ତାକୁ ନେଇ ମଧ୍ୟ ଏପର୍ଯ୍ୟନ୍ତ ଉଭୟ ଅବକାରୀ ଏବଂ ପୋଲିସ ଅନ୍ଧାରରେ ଅଛନ୍ତି। ସେଠାକୁ ଅବକାରୀ କିମ୍ବା ପୋଲିସ ପହଞ୍ଚି ପାରିଲେ ଯାଇ ଜିଲାରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ କିଛିମାତ୍ରାରେ ଅଙ୍କୁଶ ଲଗିପାରିବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।
ମଙ୍ଗଳବାର ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ନିକଟରୁ ୭୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼ ନଂ-୫ ବିଶିପଡ଼ାର ସୁକାନ୍ତ ଓରଫ୍‌ ଟିଙ୍କୋଡୁ ସୁନା(୩୫) ଏବଂ ସ୍ତ୍ରୀ ରୋଜି(୩୫)। ପୋଲିସ ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୪ହଜାର ଟଙ୍କା, ଗୋଟିଏ ବ୍ୟାଙ୍କ ପାସ୍‌ବୁକ୍‌, ଗୋଟିଏ ଚେକବୁକ୍‌ ଜବତ କରିଛି। ଏ ନେଇ ଟାଉନ ଥାନା ପୋଲିସ ଏକ ମାମଲା(ନଂ-୩୬୩/୨୫) ରୁଜୁ କରିଛି। ଗିରଫ ଦମ୍ପତି ବ୍ରାଉନସୁଗାର ଧରି ସମ୍ବଲପୁର ପଟୁ ଆସୁଥିବା ସୂଚନା ମିଳିଥିଲା ଏବଂ ସେମାନଙ୍କୁ ପୋଲିସ ଧରିଥିଲା ବୋଲି ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଇନ୍ଦୁରେଖା ପଶ୍ଚିମକବାଟ ସୂଚନା ଦେଇଥିଲେ। ଗିରଫ ଦମ୍ପତିଙ୍କ ବିରୋଧରେ ଆଗରୁ ମଧ୍ୟ ନିଶାଦ୍ରବ୍ୟ କାରବାର ନେଇ ଜିଲାର ବିଭିନ୍ନ ଥାନାରେ ମାମଲା ରହିଛି। ସୁକାନ୍ତଙ୍କ ବିରୋଧରେ ୭ଟି ଏବଂ ରୋଜିଙ୍କ ବିରୋଧରେ ଗୋଟିଏ ମାମଲା ରହିଥିବା ଅତିରିକ୍ତ ଏସ୍‌ପି କହିଥିଲେ। ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ଗତ ୧୮ତାରିଖ ଟାଉନ ଥାନା ପୋଲିସ ସହର ଉପକଣ୍ଠ ଘୁଲିପାଲି ଛକ ନିକଟରୁ ୫୦ଗ୍ରାମ ବ୍ରାଉନସୁଗାର ସହିତ ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ଗତ ୮ତାରିଖ ଅବକାରୀ ବିଭାଗ ଚଢ଼ାଉ କରି ୧୨.୩ ଗ୍ରାମ ବ୍ରାଉନସୁଗାର ସହିତ ଜଣେ ମହିଳାଙ୍କୁ ଗିରଫ କରିଥିଲା। ପୋଲିସ ଏବଂ ଅବକାରୀ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ପୁଣି ଏଭଳି କାରବାର ଚାଲିଛି। ତେଣୁ ଜିଲା ପ୍ରଶାସନ ତଥା ପୋଲିସ ଓ ଅବକାରୀ ବେଳ ଥାଉଥାଉ ଠୋସ୍‌ ପଦକ୍ଷେପ ନ ନେଲେ ଆଗକୁ ଜିଲା ବ୍ରାଉନସୁଗାରର ହବ୍‌ ପାଲଟିବ, ଏହାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ସବୁଠି ଆଲୋଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri