୩୦ ବର୍ଷ ପରେ ଶ୍ରାବଣ ମାସରେ ଶନିଙ୍କ ଶକ୍ତିଶାଳୀ ରାଜଯୋଗ: ଏସବୁ ରାଶିର ବଦଳିିବ ଭାଗ୍ୟ, ଆକସ୍ମିକ ଧନ ଲାଭ ସହ…

ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ ସବୁଠାରୁ ଶକ୍ତିଶାଳୀ ଗ୍ରହ ଭାବେ ଗଣାଯାଏ, କାରଣ ସେ ଜାତକଧାରୀଙ୍କୁ ସର୍ବଦା କର୍ମ ଅନୁଯାୟୀ ଫଳ ଦିଅନ୍ତି। ତେବେ ପ୍ରତିଟି ବ୍ୟକ୍ତି ଜୀବନକାଳରେ ଶନି ଦଶାର ସାମ୍ନା କରିଥାନ୍ତି। ତାଙ୍କର ଚଳନ ଧିର ହୋଇଥିବାରୁ ଗୋଟିଏ ରାଶିରେ ସେ ପ୍ରାୟ ଅଢ଼େଇ ବର୍ଷ ରହିଥାନ୍ତି। ପରବର୍ତ୍ତୀ ସମୟରେ ଚଳନ ଲାଗି ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ। ଏବେ ଶନି ମୀନ ରାଶିରେ ଅଛନ୍ତି। ଜୁଲାଇ ୧୩ରୁ ଶନି କେନ୍ଦ୍ର ତ୍ରିକୋଣ ରାଜଯୋଗ ସୃଷ୍ଟି କରୁଛନ୍ତି। ଏହାଫଳରେ ମାଲାମାଲ ହେବେ ଏହି ଦୁଇ ରାଶି। ଅର୍ଥାତ ଧନସମ୍ପଦ, ସମୃଦ୍ଧି, ଯଶ ଏବଂ ମାନସମ୍ମାନ ପ୍ରାପ୍ତ ହୋଇଥାଏ। ଆସନ୍ତୁ ଜାଣିବା…

ବିଛା ରାଶି:
ଏହି ରାଶିର ବ୍ୟକ୍ତିବିଶେଷ ଯଦି କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥାନ୍ତି ତେବେ ସଫଳ ହେବେ। ବିବାହ ଲାଗି ଏହି ସମୟ ଅନୁକୂଳ। ବିବାହ ସ୍ଥିର ହୋଇପାରେ। ବ୍ୟବସାୟୀମାନେ ମଧ୍ୟ ଲାଭବାନ ହେବେ। ହେଲେ ପରିବାରଲୋକଙ୍କ ପାଇଁ ସମୟ ବାହାର କରନ୍ତୁ। ମନରେ ଥିବା ପୁରୁଣା କାମନା, ଜମି ନଚେତ ବଙ୍ଗଳା ଆଦିକୁ ନେଇ ଥିବା ଇଚ୍ଛା ପୂରଣ ହେବ। ଘର ନିର୍ମାଣ କରିବେ। ବାହାନ କିଣିବେ ନଚେତ ବଡ଼ ନିବେଶ କରିବାର ଯୋଗ ରହିଛି। ଏଭଳି ସ୍ଥିତିରେ ଫଳ ପ୍ରାପ୍ତି ଲାଗି ସାମାନ୍ୟଠାରୁ ଅଧିକ ପରିଶ୍ରମ କରିବା ଜରୁରୀ।

ଧନୁ ରାଶି:
ଏହି ରାଶିରେ ଶନିଙ୍କ ନକରାତ୍ମକ ପ୍ରଭାବ କମ୍‌ ହେବ। ଫଳରେ ସୁଖ, ସମ୍ପତ୍ତି, ଘର, ବାହାନ, ପାରିବାରିକ ଶାନ୍ତି ଫେରିବ। ଘର, ଫ୍ଲାଟ ଅଥବା ବାହାନ କିଣିବାର ସ୍ବପ୍ନ ପୂରଣ ହୋଇପାରେ। ଏହି ସମୟରେ ହୋମ ଲୋନ୍‌, ଗାଡ଼ି ଲୋନ୍‌, ବ୍ୟବସାୟିକ ଲୋନ୍‌ ନେବା ପାଇଁ ଭଲ ସମୟ। ପରିବାରରେ ଥିବା ମନୋମାଳିନ୍ୟ ତୁଟିଯିବ। ମା’ଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବିବାହର ଯୋଗ ରହିଛି। ପାର୍ଟନରଶିପ୍‌ ବ୍ୟବସାୟରେ ଅଭାବ ତଥା ଅନିଶ୍ଚିତତା ସମାପ୍ତ ହେବ। ଲାଭ ହେବ। ଧନ ସଞ୍ଚୟ କରିପାରିବେ। ପୁରୁଣା ଉଧାର ଶୁଝିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri