ଲଗାଣ ବର୍ଷାରେ ଭାଙ୍ଗିଲା ମାଟିଘର

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଜିଲାରେ ଜନ ଜୀବନ ପ୍ରଭାବିତ ହୋଇଛି। ଜିଲାର ଗାଁଠୁ ସହର ପର୍ଯ୍ୟନ୍ତ ଅନେକ ଗଳିକନ୍ଦିରେ ବର୍ଷାପାଣି ନିଷ୍କାସିତ ନ ହୋଇ ଜମି ରହିଛି। ଫଳରେ ଯାତାୟାତ ସମସ୍ୟା ଉପୁଜିଛି। ସେହିପରି କେତେକ ସ୍ଥାନରେ ମାଟିଘର ଭାଙ୍ଗିଥିବା ସୂଚନା ମିଳିଥିବାବେଳେ ଉଭୟ ଗାଁ ଏବଂ ସହରର ତଳି ଅଞ୍ଚଳରେ ରହିଥିବା ଘର ଗୁଡ଼ିକ ବର୍ଷାପାଣି ଘେରରେ ରହିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ ହ୍ରାସ ପାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଲୋକଙ୍କ ଦୁର୍ଦ୍ଦଶା ଥମି ନାହିଁ। ବରଗଡ଼ ପୌର ପରିଷଦ ଅଧିନ ୱର୍ଡ଼ ନଂ.୧ ଜୀରା କଲୋନୀ ଭଳି କେତେକ ଅଞ୍ଚଳରେ ଏବେ ମଧ୍ୟ ଲୋକଙ୍କ ଦୁଃଖ ଲାଗି ରହିଛି। ଜୀରା କଲୋନୀ ଜଳମଗ୍ନ ହୋଇଯିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ କମ୍ୟୁନିଟି ସେଣ୍ଟରକୁ ଅଣାଯାଇଥିଲା। ସେଠାକୁ ପୌରାଧ୍ୟକ୍ଷା କଳ୍ପନା ମାଝୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ, ତହସିଲଦାର ସୋନାଲି ପଟ୍ଟନାୟକ, ଉଦ୍ଧବ ସେଟ୍‌ ପ୍ରମୁଖ ପହଞ୍ଚତ୍ ଚୂଡ଼ା, ଗୁଡ଼ ଏବଂ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ସେହିପରି ବରଗଡ଼ ବ୍ଲକ ଅନ୍ତର୍ଗତ ଡାଙ୍ଗ ନଦୀପଡ଼ା ନିବାସୀ ଶମ୍ଭୁ ମହଲାଙ୍କ ଘରକାନ୍ଥ ମଙ୍ଗଳବାର ରାତିରେ ଭାଙ୍ଗିଯାଇଛି। ରାତିରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିବାବେଳେ ସୌଭାଗ୍ୟକ୍ରମେ ପରିବାର ଲୋକେ ଏକ ବଡ଼ ବିପଦରୁ ରକ୍ଷା ପାଇଛନ୍ତି। ଅନୁରୂପଭାବେ ସ୍ଥାନୀୟ ସୀତାରାମ କର, ମଥିଲା ଭାଟିଙ୍କ ଘର ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି।
ବରଗଡ଼ ଜିଲାରେ ବୃଷ୍ଟିପାତ ପରିମାଣ
ବର୍ଷା ପରିମାଣ ହ୍ରାସ ପାଇ ବସିଛି। କିନ୍ତୁ ଏବେ ମଧ୍ୟ ବର୍ଷା ଲାଗି ରହିଛି। ସେହିପରି ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ଥମି ନାହିଁ। ବୁଧବାର ଜିଲାରେ ୫୦୦.୧ମିମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ସେଥିମଧ୍ୟରୁ ଅମ୍ବାଭୋନା ବ୍ଲକରେ ୨୦, ଅତାବିରାରେ ୫୩, ବରଗଡ଼ରେ ୮୪, ବରପାଲିରେ ୫୩, ଭଟଲିରେ ୩୭, ଭେଡ଼େନରେ ୨୦, ବିଜେପୁରରେ ୪୪, ଗାଇସିଲେଟରେ ୩୦.୧, ଝାରବନ୍ଧରେ ୫୧, ପଦ୍ମପୁରରେ ୨୪, ପାଇକମାଳରେ ୩୦ ଏବଂ ସୋହେଲା ବ୍ଲକରେ ୫୪ମି.ମି ବୃଷ୍ଟିପାତ ରେକର୍ଡ଼ ହୋଇଛି। ଅନ୍ୟପଟେ ମଙ୍ଗଳବାର ଜିଲାରେ ୨୧୪.୪ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଥିଲା। ସେଥିରୁ ଅମ୍ବାଭୋନା ବ୍ଲକରେ ୨, ଅତାବିାରେ ୪୫, ବରଗଡ଼ରେ ୨୬.୬, ବରପାଲିରେ ୨୫, ଭଟଲିରେ ୧୩.୬, ଭେଡ଼େନରେ ୨୦.୨, ବିଜେପୁରରେ ୨୧, ଗାଇସିଲେଟରେ ୧୩, ଝାରବନ୍ଧରେ ୨୧, ପଦ୍ମପୁରରେ ୧, ପାଇକମାଳରେ ୧୮ ଏବଂ ସୋହେଲାରେ ୮ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଛି। ତେବେ ସୋମବାର ଜିଲାରେ ସର୍ବାଧିକ ୫୫୪.୬ମିମି ବୃଷ୍ଟିପାତ ହୋଇଥିବା ସରକାରୀଭାବେ ରେକର୍ଡ କରାଯାଇଥିଲା। ସେଥିରୁ ଅମ୍ବାଭୋନାରେ ୮୯, ଅତାବିରାରେ ୯୭, ବରଗଡ଼ରେ ୭୩, ବରପାଲିରେ ୧୫, ଭଟଲିରେ ୧୫୯, ଭେଡ଼େନରେ ୧୦, ବିଜେପୁରରେ ୧୭.୫, ଗାଇସିଲେଟରେ ୫.୧, ଝାରବନ୍ଧରେ ୨୭, ପଦ୍ମପୁରରେ ୯, ପାଇକମାଳରେ ୨୩ ଏବଂ ସୋହେଲା ବ୍ଲକରେ ୩୦ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

‘ମୋଦିଙ୍କୁ ଗାଳି ଦେଇ ଦେଇ…’, ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରେସିଡେଣ୍ଟ କହିଲେ ଗିରିରାଜ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୨୩।୧୨: ଭାଜପା କାର୍ଯ୍ୟକାରୀ ସଭାପତି ନୀତୀନ ନବୀନ ଆଜି (ଡିସେମ୍ବର ୨୩) ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚୁଛନ୍ତି। ରାଜଧାନୀ ପାଟନା ସହିତ ନବୀନଙ୍କର ଗଭୀର...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri