ପୁରୀ ରଥଯାତ୍ରାରେ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା

ଭୁବନେଶ୍ୱର,୮।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦଲ ଫାଉଣ୍ଡେଶନ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହୋଇ ଦେୟ ମୁକ୍ତ ସେବା ଓ ସୁବିଧା ଭକ୍ତମାନଙ୍କୁ ଯୋଗାଇ ଦେଇଥିଲା। ବିଶେଷ କରି ନବଯୌବନ ଦର୍ଶନରୁ ସୁନାବେଶ ପର୍ଯ୍ୟନ୍ତ ଭକ୍ତ ଓ ଅନ୍ୟସମସ୍ତ ସହାୟକଙ୍କୁ ଯୋଗାଇ ଦେଇଥିଲା। ଏପରିକି ଦୀର୍ଘ ୧୧ ଦିନ ଧରି ଦେୟ ମୁକ୍ତ ଅନ୍ନ ସେବା ସ୍ବେଚ୍ଛାସେବୀଙ୍କ ଜରିଆରେ କରାଯାଉଥିଲା।
ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେଶନ ପୁରୀର ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା କରିବାର ଦୀର୍ଘ ପରମ୍ପରାକୁ ଜାରି ରଖିଛି। ଏପରିକି ଚଳିତ ବର୍ଷ ୨୦ଲକ୍ଷରୁ ଅଧିକ ଭୋଜନ ସେବା ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ନବଯୌବନ ଦର୍ଶନ ଦିନଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଜିନ୍ଦଲ ଫାଉଣ୍ଡେଶନ ସତେଜ ଓ ଗରମ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲାବେଳେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା ଯୋଗାଇବା ପାଇଁ ପୁରୀ ରେଳଷ୍ଟେଶନ ଏବଂ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବସ୍‌ ଷ୍ଟାଣ୍ଡଠାରେ ୨ଟି ବୃହତ ଖାଦ୍ୟ ଷ୍ଟଲ୍‌ ଖୋଲାଯାଇଥିଲା। ଏହି ଷ୍ଟଲଗୁଡିକରେ ସତେଜ ରନ୍ଧା ଯାଇଥିବା ପୁଷ୍ଟିକର ପାରମ୍ପରିକ ଓଡ଼ିଆ ଖାଦ୍ୟ ଯଥା ଅରୁଆ ଅନ୍ନ, ଡାଲମା ଏବଂ ଖଟା ଆଦି ପ୍ରଦାନ କରାଯାଇଥିଲା। ସେହିପରି ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଏହି ଖାଦ୍ୟ ପ୍ରସ୍ତୁତ ହେଉଥିବାବେଳେ ଆଧ୍ୟାତ୍ମିକ ଭାବାବେଗକୁ ମଧ୍ୟ ପ୍ରାଥମିକତା ଦିଆଯାଇଥିଲା। ଏପରିକି ୧୬୦ରୁ ଅଧିକ ସମର୍ପିତ ସ୍ବେଚ୍ଛାସେବୀ ଓ କର୍ମଚାରୀ ନିରନ୍ତର ଭାବେ ରନ୍ଧନ, ପରିବହନ ଓ ବଣ୍ଟନ କାର୍ଯ୍ୟରେ ନିୟୋଜିତ ଥିଲେ।
ସୂଚନାଯୋଗ୍ୟ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର ବସ୍‌ଷ୍ଟାଣ୍ଡ ଷ୍ଟଲର ଶୁଭାରମ୍ଭ କରିଥିବାବେଳେ ରେଳଷ୍ଟେଶନ ଷ୍ଟଲକୁ ଏଡିଆରଏମ ଡି.କେ.ବେହେରା ଶୁଭାରମ୍ଭ କରିଥିଲେ।
ଏ ନେଇ ଜିନ୍ଦଲ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି, ପୁରୀ ରଥଯାତ୍ରା ସମୟରେ ଜଣେ ବି ଶ୍ରଦ୍ଧାଳୁ ଯେପରି ଭୋକରେ ରହିବେ ନାହିଁ, ସେଥିପାଇଁ ବିଗତ ୧୧ ବର୍ଷ ଧରି ଆମେ ଆମର ଏହି ସମର୍ପିତ ପ୍ରୟାସକୁ ଜାରି ରଖିଛୁ। ଏହି ପବିତ୍ର ଶ୍ରଦ୍ଧା ଓ ଏକତାର ପର୍ବରେ ଆମେ ସେବା କରିପାରୁଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଆମେ ଧନ୍ୟବାଦ ଜଣାଉଛୁ।
ବିଶେଷ କରି ଜେଏସ୍‌ପିର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଦୂର ଦୃଷ୍ଟିରେ ଅନୁପ୍ରାଣିତ ହୋଇ ଜିନ୍ଦଲ ଫାଉଣ୍ଡେଶନ୍‌ ୨୦୧୫ରୁ ପୁରୀ ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା ଯୋଗାଇ ଆସୁଛି।
ଅପରପକ୍ଷରେ ଭୋଜନ ସେବା ବ୍ୟତୀତ ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ୧୦,୦୦୦ ଓଆରଏସ ପ୍ୟାକେଟ ମଧ୍ୟ ବଣ୍ଟନ କରାଯାଇଥିଲା। ଏପରିକି ଜିଲା ପ୍ରଶାସନ ପକ୍ଷରୁ ନିୟୋଜିତ ଆଗଧାଡ଼ିର ସ୍ବେଚ୍ଛାସେବୀଙ୍କ ସହାୟତା ପାଇଁ ଫାଉଣ୍ଡେଶନ ୬୦୦ ରେନିକୋଟ୍‌ ମଧ୍ୟ ପ୍ରଦାନ କରାଯାଇଥିଲାବେଳେ ହଜାରେ ଲିଟର ଧାରଣ କ୍ଷମତା ବିଶିଷ୍ଟ ୩ଟି ଶୀତଳ ପାନୀୟ ଜଳ ଟ୍ୟାଙ୍କର ନିରନ୍ତର ଭାବେ ନିୟୋଜିତ ହୋଇଥିଲା। ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ତଥା ରଥଯାତ୍ରାରେ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଜିଲା ପ୍ରଶାସନକୁ ୫୦ଟି ବାୟୋଟଏଲେଟ ମଧ୍ୟ ପ୍ରଦାନ କରାଯାଇଥିଲା। ଉତ୍ସର୍ଗୀକୃତ ସେବା ଓ ସହଯୋଗ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବାର୍ତ୍ତାରେ ଜିନ୍ଦଲ ଫାଉଣ୍ଡେଶନକୁ ଉଚ୍ଚ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri