ପୋଲିସର ଦକ୍ଷତା ମାପିବେ ଜନତା

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ପୋଲିସର ଦକ୍ଷତା ମାପିବେ ସାଧାରଣ ଜନତା। ଥାନାରେ ପୋଲିସର ଅଭିଯୋଗକାରୀଙ୍କ ପ୍ରତି ବ୍ୟବହାର କିଭଳି ରହୁଛି ଓ ତଦନ୍ତରେ ଅଭିଯୋଗକାରୀ କେତେ ସନ୍ତୁଷ୍ଟ ସେନେଇ ପୋଲିସକୁ ମାର୍କ ଦେବେ ଅଭିଯୋଗକାରୀ। ଯେଉଁ ଥାନା ବିରୋଧରେ ମାର୍କ ଆସିବ ସେହି ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଯେଉଁ ଥାନା କିମ୍ବା ଇନ୍ସପେକ୍ଟରଙ୍କୁ ଭଲ ମାର୍କ ମିଳିବ ଏବଂ ଆଗକୁ ସମ୍ପୃକ୍ତ ଅଧିକାରୀ ଯେଭଳି ଆହୁରି ଭଲ କରିବେ ସେନେଇ ମଧ୍ୟ କୁହାଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିଜୟ କୁମାର ଶର୍ମା।
ସ୍ଥାନୀୟ ଡିଜିପି କ୍ୟାମ୍ପ ଅଫିସରେ ଶୁକ୍ରବାର ଅନୁଷ୍ଠିତ ’ମୋ ସରକାର’ କାର୍ଯ୍ୟକ୍ରମ ସଂକ୍ରାନ୍ତ ପ୍ରଶିକ୍ଷଣ ଶିବିରକୁ ଡିଜିପି ଶର୍ମା ଉଦ୍‌ଘାଟନ୍‌ କରି ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ବ୍ୟକ୍ତିଙ୍କ ଫୋନ୍‌ ନମ୍ବର ଓ ଅନ୍ୟ ତଥ୍ୟ ଥାନାରେ ରଖାଯିବ। ଏନେଇ ପରେ ରାଜ୍ୟ ପୋଲିସ କଲ୍‌ ସେଣ୍ଟରରୁ ତାଙ୍କ ନିକଟକୁ ଏକ କଲ୍‌ ଆସିବ। ଏଥିରେ ଅଭିଯୋଗକାରୀଙ୍କୁ ପୋଲିସର ଥାନାରେ ବ୍ୟବହାର, ଦକ୍ଷତା ଓ ତଦନ୍ତ ଦିଗକୁ ନେଇ ୭ଟି ପ୍ରଶ୍ନ ପଚରାଯିବ। ପ୍ରତି ପ୍ରଶ୍ନରେ ୧ରୁ ୫ ମାର୍କ ଦେବେ ଅଭିଯୋଗକାରୀ। ଆଉ ଏହା ହିଁ ଥାନାବାବୁଙ୍କ ଦକ୍ଷତା ମାପିବ। ଏଥିସହ ଏଣିକି ଅନ୍‌ଲାଇନ୍‌ରେ ଏତଲା ଦାଖଲ କରାଯାଇପାରିବ। ମୋ’ ସରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡିଜିପିଙ୍କ ସହ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, କଟକ ଡିସିପି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପ୍ରତି ଜିଲାର ଦୁଇଜଣ ଅଫିସର ଯୋଗଦେଇ ଟ୍ରେନିଂ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପୋଲିସ କିପରି ଲୋକଙ୍କ ଆସ୍ଥା ଜିଣିପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ପୋଲିସକୁ କଣ କରିବା ଆବଶ୍ୟକ, ଥାନାକୁ ନ୍ୟାୟ ପାଇଁ ଯାଉଥିବା ଲୋକଙ୍କୁ କିପରି ବ୍ୟବହାର କରାଯିବ ତାହା ଉପରେ ଫୋକସ କରାଯାଇଥିଲା। ଏଥିପାଇଁ ପୋଲିସ ଅଫିସର ତଥା କର୍ମଚାରୀଙ୍କ ଲାଗି ୮ଟି ସୂତ୍ରୀ ବା ମାନଦଣ୍ଡ ପ୍ରସ୍ତୁତ ହୋଇଛି। ଏହାକୁ ଆଧାର କରି ଅଧିକାରୀମାନେ ଶୃଙ୍ଖଳିତ ହେବେ ଏବଂ ଆଚରଣରେ ପରିବର୍ତ୍ତନ ଆଣିବେ। ଯେଉଁମାନେ ମାନଦଣ୍ଡ ଅନୁଯାୟୀ କାମ ନ କରିବେ ସେହି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁ ପୋଲିସ ଅଫିସର ସାଧାରଣ ଲୋକଙ୍କ ସହ ସମ୍ପର୍କ ରଖୁଛନ୍ତି ତାଙ୍କ ପାଖରେ ସମୟାନୁବର୍ତ୍ତିତା, ଭାଷାଗତ ଶୁଦ୍ଧତା, ଏତଲା ପଞ୍ଜୀକରଣ, ଯୋଗାଯୋଗ ବାରମ୍ବାରତା, ନିରନ୍ତରତା, ପରିଶୁଦ୍ଧତା ଓ ସଚ୍ଚୋଟତା ରହିବା ଆବଶ୍ୟକ। ଏହି ମାନଦଣ୍ଡ ଅନୁଯାୟୀ କାର୍ଯ୍ୟ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଠିକ୍‌ ସମୟରେ ତଦନ୍ତ ସାରିବା ସହ ପ୍ରତ୍ୟେକ କାମରେ ସମୟାନୁବର୍ତ୍ତୀ ରହିବାକୁ କୁହାଯାଇଛି। ସେହିଭଳି କଥାବାର୍ତ୍ତାରେ ଭାଷାଗତ ଶୁଦ୍ଧତାର ଆବଶ୍ୟକ ଥିବା ବେଳେ ତଦନ୍ତ ବା ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହେବାର ଆବଶ୍ୟକ ରହିଛି। ଏତଲା ପଞ୍ଜୀକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଯୋଗାଯୋଗରେ ବାରମ୍ବାରତା ରହିବା ବାଧ୍ୟତାମୂଳକ କରାଯାଇଛି। ପୁରୁଣା ମାମଲାର ଫଲୋ-ଅପ୍‌ ନେବାକୁ କୁହାଯାଇଛି। ପ୍ରତି ଜିଲାରୁ ଆସିଥିବା ଦୁଇ ଅଫିସର ନିଜ ଜିଲାକୁ ଯାଇ ଅନ୍ୟ ପୋଲିସ ଅଫିସର ଏବଂ କର୍ମଚାରୀଙ୍କୁ ଏହି ପ୍ରଶିକ୍ଷଣ ଦେବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri