Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ
ପାରିବାରିକ ସମସ୍ୟା ସମ୍ପର୍କରେ ଏଣୁତେଣୁ କେତେ ଗୁଡ଼ାଏ କଥା ଚିନ୍ତାକରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା କାରଣରୁ ମନ ମଧ୍ୟ ଭଲ ରହି ନ ପାରେ । ମଉଜିଆ କଥା କହି ବନ୍ଧୁମାନଙ୍କ ଗହଣରେ ପରିସ୍ଥିତିକୁ ହାଲ୍‌କା କରିପାରନ୍ତି। ଅତି ଭଲ ପାଉଥିବା ବନ୍ଧୁଟି ପ୍ରତି କିଛି ସାହାଯ୍ୟ କରିବା ଭଲ ହେବ ।
ବୃଷ
ବୃଷ
ଆଜି ସକାଳୁ ସକାଳୁ ଘର କଥା, ପରିଶୋଧ କରିବାକୁ ଥିବା ଋଣ ବିଷୟରେ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଓ ଦୁଃଖକୁ କିୟଦ୍‌ କ୍ଷଣ ପାଇଁ ଭୁ ଲିଯିବେ। ମନ ଭିତରେ ଘାରି ହେଉଥିବା ଘଟଣାଗୁଡ଼ି କ ସମାଧାନ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ । ଆତ୍ମୀୟମାନଙ୍କ ଭିନ୍ନ ଚିନ୍ତାଧାରାର ସମାଲୋଚନାକରି ପାରନ୍ତି।
ମିଥୁନ
ମିଥୁନ
ଘଟଣା ସମ୍ପର୍କରେ ଅବଗତ ପୂର୍ବକ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ । ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ହେତୁ କୌଣସି ନିଷ୍ପତ୍ତି ନେବାରେ ବିଳମ୍ବ ହେବ। ପରକଥାକୁ ସତ ମନେକରି କାମ କରିଚାଲିଲେ ଖାଲରେ ପଡିପାରନ୍ତି। ପରୋକ୍ଷ ଶତ୍ରୁତା ମଧ୍ୟ ସାମୟିକ ଦୁଶ୍ଚିନ୍ତାର କାରଣ ହେବ। ଆର୍ଥିକ ସ୍ଥିତି, ଦୂରଯାତ୍ରା, ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।
କର୍କଟ
କର୍କଟ
ଘାତ ପ୍ରତିଘାତ ମଧ୍ୟରେ କର୍ମକ୍ଷେତ୍ରରେ ଉତ୍‌ଥାନ ପତନ ଲାଗି ରହିବ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା, ଶିଳ୍ପ, ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ସାମାଜିକ ସ୍ତରରେ ଅଥବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
କନ୍ୟା
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଖାମଖିଆଲି କାର୍ଯ୍ୟପଦ୍ଧତି ଫଳରେ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯାଇପାରେ । ଆଜି ସକାଳୁ ସକାଳୁ ବୁଲିବା ସାଙ୍ଗକୁ କିଛି ନୂତନ ଖବର ମଧ୍ୟ ପାଇ ଖୁସି ହୋଇଯିବେ। ଆଇନ ଅଦାଲତ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ କାମକୁ ପ୍ରାଧାନ୍ୟ ଦେଇପାରନ୍ତି।
ତୁଳା
ତୁଳା
ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ମାନସିକ ଅସ୍ଥିରତା ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଗତକାଲିର ଯୋଜନା ଠିକ୍‌ ଭାବରେ ସମ୍ପନ୍ନ କରିବା ପାଇଁ ବହୁ ପ୍ରକାର ଚେଷ୍ଟା କରିପାରନ୍ତି। ଆଜି ନୂଆ ସୌଖୀନ ଦ୍ରବ୍ୟ କିଣିବା ପାଇଁ ମନ ବଳାଇପାରନ୍ତି।
ବିଛା
ବିଛା
ଦୂରସ୍ଥ ବନ୍ଧୁଙ୍କୁ ମନେପକାଇ ମନ ବ୍ୟାକୁଳିତ ରହିବ। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ଆକସ୍ମିକ ଭାବରେ ଘରେ ବନ୍ଧୁ ମିଳନ ଓ ଖୁସିର ଆସର ଜମିପାରେ । ବିବାଦୀୟ ପରିସ୍ଥିତିରେ କିଛି ଅଘଟଣ ଆଶଙ୍କା କରି ବ୍ୟସ୍ତତା ଅନୁଭବ କରିପାରନ୍ତି।
ଧନୁ
ଧନୁ
ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଚୋରି ଜନିତ ଧନହାନିର ସୂଚନା ରହିଛି । ଜମା ପଟୁ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ସମସ୍ୟା ଭିତରକୁ ଟାଣିହୋଇ ପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ । ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ କାମଗୁଡ଼ିକ ମଧ୍ୟ ଆଶାନୁରୂପ ନ ହେବା କାରଣରୁ ମନ ଭଲ ରହି ନ ପାରେ। ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ । ଶିଳ୍ପ, ବାଣିଜ୍ୟ ଓ କଳା, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବେ । ପାରିବାରିକ ଅସ୍ଥିରତା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ।
କୁମ୍ଭ
କୁମ୍ଭ
ଯାତ୍ରାକଳୀନ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷାକରି ବିରକ୍ତ ହେବେ । ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ପାରିବାରିକ, ସାମାଜିକ ଓ ଆନୁଷ୍ଠାନିକ କାମରୁ ଉପକାର ମିଳିବ। ପ୍ରଶାସନ, ଆଇନ, କଳା, ସାହିତ୍ୟ, ସଂସ୍କୃତି, ଗବେଷଣା,କ୍ରୀଡ଼ା,ଚଳଚ୍ଚିତ୍ରାଦି କ୍ଷେତ୍ରରେ ସୁଫଳ ପାଇବେ ।
ମୀନମୀନ
ପ୍ରତ୍ୟେକ ଦିଗରୁ ସାହାଯ୍ୟ ସହଯୋଗ ଲାଭକରି ଆରମ୍ଭ କରିଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିପାରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭଫଳ ମିଳିବ। ପରିବାର ଭିତରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଉପୁଜିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri