ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା: ଦଳ ଛାଡ଼ିଲେ ହାଡ଼କୋର୍‌ ମାଓବାଦୀ

ରାୟଗଡ଼ା,୨୭।୫(ଆଶିଷ ରଞ୍ଜନ ପଣ୍ଡା): ଦୀର୍ଘ ବର୍ଷ ପରେ ମାଓବାଦୀ ସଂଗଠନର ହାତ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି ହାଡ଼କୋର୍‌ ମାଓବାଦୀ ନେତା ବିଜୟାପୁନେମ ଓରଫ ଅଜୟ । ଅଜୟ ବାସଧାରା-ଘୁମସୁର-ନାଗାବଳୀ ଡିଭିଜନର ଜଣେ ହାଡ଼କୋର୍‌ ମାଓବାଦୀ ଥିଲେ ବୋଲି ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସ୍ବାଥି ଏସ୍‌.କୁମାର ସୂଚନା ଦେଇଛନ୍ତି ।

ଅଜୟଙ୍କ ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା ଅର୍ନ୍ତଗତ ହୁସୁର ଥାନାର ବାଟିଗୁ ଗ୍ରାମରେ । ଅଜୟଙ୍କ ଠାରୁ ପୋଲିସ ଏକ ୯ଏମ୍‌ଏମ୍‌ ପିସ୍ତଲ, ୮ ରାଉଣ୍ଡ ଗୁଳି ଏବଂ ଗୋଟିଏ ୱାକିଟାକି ଜବତ କରିଛି । ଆତ୍ମ ସମର୍ପଣ କରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିବା ଏସ୍‌ପି କହିଛନ୍ତି।

ଏସପି ସୂଚନା ମୁତାବକ, ଅଜୟ ୨୦୦୯-୨୦୧୦ରେ ଛତିଶଗଡ଼, ୨୦୧୧-୨୦୧୪ ପର୍ଯ୍ୟନ୍ତ ମାଲକାନଗିରି-କୋରାପୁଟ ଏବଂ ୨୦୧୪-୨୦୨୪ ପର୍ଯ୍ୟନ୍ତ ନୂଆପଡ଼ା ଜିଲାରେ ବିଜିଏନ ଡିଭିଜନର ଘୁମସୁ ଏସିରେ କାର୍ଯ୍ୟରତ ଥିଲେ । ସୂଚନା ଯୋଗ୍ୟ ଅଜୟ ୨୦୦୯ରେ ସିପିଆଇ(ମାଓବାଦୀ) ସଂଗଠନରେ ଯୋଗଦାନ କରିବା ପରେ ପ୍ରଶିକ୍ଷଣ ଶେଷ କରି ମ.ବାଳକ୍ରିଷ୍ଣା ଓରଫ ମନୋଜଙ୍କ ସୁରକ୍ଷା ଟିମ ଦାୟିତ୍ୱରେ ରହିଥିଲେ।

୨୦୧୪ରେ ଅଜୟ ମାଓବାଦୀଙ୍କ ଏସିଏମ୍‌ ର଼୍ୟାଙ୍କକୁ ପଦୋନ୍ନତି ପାଇ ମନୋଜର ଗନମ୍ୟାନ ଭାବେ କାମ କରିଥିଲେ । ତେବେ ୨୦୨୩ରେ ତାଙ୍କୁ ବିଜିଏନ ଡିଭିଜନକୁ ପଠାଯାଇଥିଲା। ପରେ ସେ ଘୁମସୁର ଏସିରେ କାର୍ଯ୍ୟରତ ଥିଲେ । ଅଜୟ କନ୍ଧମାଳ ଜିଲା କୋଟଗଡ଼ ଥାନାର ବଣ୍ଡିପାଙ୍ଗା ଗ୍ରାମର ମେଟଲା ରଇତଙ୍କ ହତ୍ୟା ମାମଲା, ମାର୍ଚ୍ଚ ୨୦୨୪ରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଥିବା ମେରାଗୁ ମାମଲା, ଶିରଲା ଇଓଏଫ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ମାମଲା ସମେତ ୨୦୨୨ରେ ଛତିଶଗଡ଼ ରାଜ୍ୟର ଯୋଡେଇପାଣି ଓଏଫ, ସିକସାର ଇଓଏଫ, କନ୍ଧମାଳ ଜିଲାରେ ହୋଇଥିବା ଚେଇପାଲି ଇଓଏଫ ଏବଂ କୋଡ଼ଙ୍ଗା ଇଓଏଫ ମାମଲାରେ ଜଡିତ ରହିଛନ୍ତି

ଅଜୟଙ୍କ ନାଁରେ ୭ଟି ମାମଲା ରୁଜୁ ହୋଇଛି । ଅଜୟ ମାଓବାଦୀ ସଂଗଠନ ଛାଡି ଆତ୍ମସର୍ମପଣ କରିବାର ପ୍ରମୁଖ କାରଣ ମଧ୍ୟରେ ସିପିଆଇ(ମାଓବାଦୀ) ସଂଗଠନର ଭୁଲ ଚିନ୍ତାଧାରା, ମୁଖିଆଙ୍କ ଦୁର୍ବ୍ୟବହାର, ଅଞ୍ଚଳରେ ଫୋର୍ସ ଦ୍ୱାରା ବାରମ୍ବାର କୋମ୍ବିଂ, ଓ ଭାଷା ସମସ୍ୟା ଆଦି ସମେତ ୨୦୦୬-୨୦୨୪ ମଧ୍ୟରେ ରାୟଗଡ଼ା ଜିଲାର ୨୯ ମାଓବାଦୀଙ୍କ ଆତ୍ମସର୍ମପଣ ଏବଂ ଓ ପୋଲିସ ନିକଟରେ ୬୭୪ଜଣଳ ମାଓବାଦୀଙ୍କ ଆତ୍ମସର୍ମପଣ ପରେ ସେ ମଧ୍ୟ ଆତ୍ମସର୍ମପଣ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri