ଚାକିରି ପ୍ରଲୋଭନ ଦେଖାଇ ୪୦ ଲକ୍ଷ ଟଙ୍କା ଠକେଇ: ଅଭିଯୁକ୍ତ ୱେସ୍କୋ ଲାଇନ୍‌ମ୍ୟାନ ଫେରାର

ଭବାନୀପାଟଣା,୩୦।୮(ଡି.ଏନ.ଏ.)-ଭବାନୀପାଟଣାର ଜଣେ ଓ୍ବେସ୍କୋ ଲାଇନ୍‌ମ୍ୟାନ ଚାକିରୀ ପ୍ରଲୋଭନ ଦେଖାଇ ଏକାଧିକ ଯୁବକଙ୍କଠାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ନାମ ଜ୍ୟୋତି ରଞ୍ଜନ ସାମଲ ା ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ସେ ଗତ ୪ ମାସ ହେଲା ଫେରାର ଥିବା ଜଣାପଡିଛି । ଏ ନେଇ ପୋଲିସ ତନାଘନା କରିବା ବଦଳରେ ହାତବାନ୍ଧି ବସିଥିବା ଠକେଇ ଶିକାର ଯୁବକମାନେ ଅଭିଯୋଗ କରିଛନ୍ତି ା
ମିଳିଥିବା ସୂଚନା ମୁତାବକ, ୱେସ୍କୋର କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବ ବିଦ୍ୟୁତ୍‌ ମଣ୍ଡଳ ଅନ୍ତର୍ଗତ ସେକ୍ସନ-୩ରେ ଲାଇନମ୍ୟାନ-ସି ଭାବେ କାମ କରନ୍ତି ଜ୍ୟୋତିରଞ୍ଜନ ା ସେ କୁଆଡ଼େ ଭବାନୀପାଟଣା ସହର ବଡପଡାର ମଦନ କୁମ୍ଭାରଙ୍କୁ ଚାକିରି ଦେବେ ବୋଲି କହି ୨୦୧୭ ଡିସେମ୍ବର ୨୬ରେ ୫୦ ହଜାର ଟଙ୍କା ନେଇଥିଲେ । ଚାକିରି ନ ମିଳିବାରୁ ମଦନ ଟଙ୍କା ଫେରସ୍ତ ମାଗିଥିଲେ । ଜ୍ୟୋତିରଞ୍ଜନ ତାଙ୍କୁ ଠକି ଚାଲିଥିଲେ। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଗତ ଅଗଷ୍ଟ ୨୦ ତାରିଖରେ ମଦନ ଲିଖିତ ଅଭିଯୋଗ କରିଥିଲେ। ସେହଭଳି ଜ୍ୟୋତିରଞ୍ଜନ ଭୂଲିଆ ଗ୍ରାମରେ ନିର୍ମଳ ନାଏକଙ୍କଠାରୁ ୩୨ ହଜାର ଟଙ୍କା, କିଶୋର ମାଝିଙ୍କଠାରୁ ୩୦ ହଜାର ଟଙ୍କା, ଉପରରାଚୁଗୁଡା ଗ୍ରାମର ରାଜେନ୍ଦ୍ର ନାଏକଙ୍କଠାରୁ ୨୦ ହଜାର ଟଙ୍କା, ପ୍ରଶାନ୍ତ ନାଏକଙ୍କଠାରୁ ୯୦ ହଜାର ଟଙ୍କା, କିଟପଦର ଗ୍ରାମର ଗଣେଶ ମାଝିଙ୍କ ଠାରୁ ୩୦ ହଜାର ଟଙ୍କା, ପଞ୍ଚା ମାଝିଙ୍କଠାରୁ ୩୦ ହଜାର ଟଙ୍କା, ସିକେରଗୁଡା ରାଜକୁମାର ନାଏକଙ୍କଠାରୁ ୫୦ ହଜାର ଟଙ୍କା, ବୁନୁ ମାଝିଙ୍କଠାରୁ ୨୫ ହଜାର ଟଙ୍କା, ମହିଯୋର ଗ୍ରାମର ଯୁଧିଷ୍ଠିର ବାଗଙ୍କଠାରୁ ୭୦ ହଜାର ଟଙ୍କା, ଭବାନୀପାଟଣା ନୂଆପଡାର ହରି ସାହୁଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା, ଚୁରିହାରୀପଡାର ରାଜେଶ୍ୱର ତାଣ୍ଡିଙ୍କଠାରୁ ୮୦ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ସଦର ଥାନାରେ ଏ ନେଇ ୭ରୁ ଅଧିକ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏଥିରେ ଏତଲା ଦାଏର ନ କରି ଚୁପ ବସିଛି । ଜ୍ୟୋତିରଞ୍ଜନ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ହଡପ କରି ଫେରାର ହୋଇଥିବା ଅଭିଯୋଗ ହୋଇଛି । କେବଳ ଚାକିରି ଦେବାକୁ ନୁହେଁ, ଜ୍ୟୋତିରଞ୍ଜନ ବିପିଏଲ ଲାଇନ ସଂଯୋଗ ପାଇଁ ବି ଚାଞ୍ଚେର ଗ୍ରାମରେ ୬୪ ହଜାର ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ସେହିଭଳି ୱେସ୍କୋରେ ବିଭିନ୍ନ କାର୍ଯ୍ୟ କରାଇ ଦେବା ଆଳରେ ପ୍ରାୟ ୩ ଲକ୍ଷ ଟଙ୍କା ଆଦାୟ କରି ହଡପ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜ୍ୟୋତିରଞ୍ଜନ ଗତ ୪ ମାସ ଧରି ନିରୁଦ୍ଦିଷ୍ଟ ଥିବା ୱେସ୍କୋ ଓ ପୋଲିସ ପକ୍ଷରୁ କୁହାଯାଇଛି। ଏ ନେଇ ୱେସ୍କୋ ନିର୍ବାହୀ ଯନ୍ତ୍ରୀ ଇଂ ଆଲୋକ ରଞ୍ଜନ ପଟ୍ଟନାୟକ ତାଙ୍କ ଘରକୁ ନୋଟିସ ପଠାଇଛନ୍ତି । କୌଣସି ଉତ୍ତର ନ ମିଳିଲେ ତାଙ୍କୁ ବିଜ୍ଞାପନ ଦେଇ ବରଖାସ୍ତ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ସଦର ଥାନା ଆଇଆଇସିଙ୍କୁ ପଚାରିବାରୁ ଏ ନେଇ ଅଭିଯୋଗ ଆସିଛି, କିନ୍ତୁ ଅଭିଯୋଗକାରୀମାନେ ବୁଝାମଣା ପାଇଁ ଆଲୋଚନା କରିଥିବା କହିଛନ୍ତି । ଅନ୍ୟପକ୍ଷରେ ଟାଉନ ଥାନା ଆଇଆଇସିଙ୍କୁ ପଚାରିବାରୁ ଠକେଇ ନେଇ ଏତଲା ହୋଇଛି । କିନ୍ତୁ ଅଭିଯୁକ୍ତ ଫେରାର ଥିବା କହିଛନ୍ତି।

ଫଟୋ :


Enter your email to get our daily news in your inbox.

All Right Reserved By Dharitri.Com

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri