୨୪ ଦାଦନ ଶ୍ରମିକଙ୍କୁ କେସିଙ୍ଗା ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର କଲା ଶ୍ରମ ବିଭାଗ

କେସିଙ୍ଗା,୨୬ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ତଥା ପଶ୍ଚିମ ଓଡ଼ିଶାରୁ ପ୍ରତି ଦିନ ଟ୍ରେନ୍‌ ଯୋଗେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇ ହଇରାଣ ହରକତ ହେଉଥିବା ଦେଖାଯାଇଥିଲା। କଳାହାଣ୍ଡି ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରା କେସିଙ୍ଗା ରେଳ ଷ୍ଟେଶନରୁ ରବିବାର ସନ୍ଧ୍ୟାରେ ଉଦ୍ଧାର କରିଛି। ପରିବାର ଗୁଜୁରାଣ ପାଇଁ କେତେ ଆଶା ରଖି ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ପରିବାର ପ୍ରତି ପୋଷଣ ଆଶା ରଖି ଦଲାଲ କବଜାରେ ପଡ଼ି ଅଗ୍ରୀମ ବାବଦକୁ ମୋଟା ଅଙ୍କରେ ଶ୍ରମିକମାନେ ଦଲାଲଠାରୁ ନେଇଥାଆନ୍ତ। କରଜ ଶୁଝିବା ପାଇଁ ଦଲାଲ ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ ଇତ୍ୟାଦି ବାହାର ରାଜ୍ୟକୁ ନେଇଥାଏ। କଳାହାଣ୍ଡି ଜିଲାର ୧୩ଟି ବ୍ଲକରୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକମାନେ ଦାଦନ ଖଟିବାକୁ ସପରିବାର ସହିତ ବିଭିନ୍ନ ପ୍ରଦେଶକୁ ଯାଇଥାନ୍ତି। ସେହିଭଳି ବଲାଙ୍ଗୀର ଜିଲାରୁ ମଧ୍ୟ ଦୈନିକ ଟ୍ରେନ୍‌ ଯୋଗେ ବାହାର ରାଜ୍ୟକୁ ଯାଉଛନ୍ତି। କିଛି ଦିନ ଭଲରେ କାମ କରିବା ପରେ ଦାଦନ ଶ୍ରମିକଙ୍କୁ ମାଲିକ ଓ ଦଲାଲମାନେ ନିର୍ଯାତନା ଦେଇ ମାଡ଼ ମାରି କାମ କରାଇଥାନ୍ତି। କିଏ ଯଦି ଏହି ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କଲେ ବେଳେବେଳେ ତାଙ୍କର ଜୀବନ ମଧ୍ୟ ଚାଲିଯିବାର ମଧ୍ୟ ନଜରକୁ ଆସିଛି।

ଶ୍ରମିକଙ୍କ କାମର ଉଚିତ ମୂଲ୍ୟ ନ ମିଳିବାରୁ ଏବେ ମଧ୍ୟ ବାହାର ରାଜ୍ୟରେ ଜିଲାର ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକମାନେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସେହିଭଳି ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ କେସିଙ୍ଗା, ଜୁନାଗଡ଼ ଓ ମ. ରାମପୁର ବ୍ଲକର ୨୪ ଜଣ ଦାଦନ ବହୁ ନିର୍ଯାତନା ଦେବା ସହ ମାଡ଼ ମାରି ହଇରାଣ ହରକତ କରି ଖାଇବା ପିଇବା ପାଇଁ ଠିକ୍‌ ଭାବେ ଦିଆ ଯାଉ ନ ଥିଲା। ଶ୍ରମିକମାନେ ବହୁ କଷ୍ଟ ଅନୁଭବ କଲା ପରେ ପରିବାର ଲୋକଙ୍କୁ ଏହି ସବୁ ଦୁଃଖ ଯନ୍ତ୍ରଣା ଜଣାଇଲା ପରେ ପରିବାର ବର୍ଗ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲା ଶ୍ରମ ବିଭାଗ ସେଠାକାର ଜିଲା ପ୍ରଶାସନଙ୍କ ସହ ଯୋଗାଯୋଗ କରି ୨୪ ଜଣ ଦାଦନ ଶ୍ରମିକଙ୍କୁ ଫେରାଇ ଦେବା ପାଇଁ ଚିଠି ଲେଖିଥିଲେ। ଶ୍ରମିକମାନେ ଏରନାକୁଲମ୍‌ ଏକ୍ସପ୍ରେସରେ ୨୪ ଜଣ ଦାଦନକୁ କେସିଙ୍ଗା ରେଳ ଷ୍ଟେଶନଠାରେ ଗତକାଲି ସନ୍ଧ୍ୟାରେ ପହଞ୍ଚିବା ପରେ ଜିଲା ଶ୍ରମ ଅଧିକାରୀ ଜିତାମ ମାଝୀ ସମସ୍ତଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କ ନାମ ଗ୍ରାମ ଠିକଣା ନୋଟ୍‌ କରିଥିଲେ। ଦାଦନଶ୍ରମିକଙ୍କୁ ଜଳପାନର ବ୍ୟବସ୍ଥା କରି ନିଜନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଏହି ଉଦ୍ଧାର କାର୍ଯ୍ୟକ୍ରମରେ ଶ୍ରମବାହିନୀ ସଭାପତି ଝସକେତନ ବାଗ, ବିଏସ୍‌ସିଏସ୍‌ଡବ୍ଲ୍ୟୁ ୟୁନିଅନର ସୂର୍ଯ୍ୟନାରାୟଣ ପଟ୍ଟନାୟକ ଓ ରେଳବାଇ ପୋଲିସ ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri