ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି (ଆଇଏଇଏ) ମଧ୍ୟ ଅଭିଯୋଗ ସମ୍ପର୍କର ସ୍ପଷ୍ଟ କରିନାହିଁ। ଫେବୃଆରୀ ୨୮ରୁ ଆମେରିକା-ଇସ୍ରାଏଲ୍‌ ଇରାନ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ତେହରାନ୍‌ ଏହାର ମୁହଁତୋଡ଼ ଜବାବ ଦେଇଚାଲିଛି। ଫଳରେ ଯୁଦ୍ଧର ପରିସର ବୃଦ୍ଧି ସହ ତୈଳ, ବିଶ୍ୱର ବିଭିନ୍ନ ଭାଗରେ ପ୍ରାକୃତିକ ବାଷ୍ପ ସଙ୍କଟ ଘନେଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଭିଡିଓ ଫୁଟେଜ୍‌ ଶେୟାର କରିଛନ୍ତି। ଇରାନ୍‌ର ଇଶ୍‌ଫାହାନ୍‌ ଆଣବିକ କେନ୍ଦ୍ରରେ ମଙ୍ଗଳବାର ଭୋର ସମୟରେ ଆମେରିକୀୟ ସୈନ୍ୟ ବୋମା ବର୍ଷଣ କରୁଥିବାବେଳର ଏହି ଦୃଶ୍ୟକୁ ନେଇ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଟିଭି ଚ୍ୟାନେଲରେ ଏବେ ନାନା ଚର୍ଚ୍ଚା ଚାଲିଛି।
ରାଷ୍ଟ୍ରପତି ଟ୍ରମ୍ପ୍‌ ଉକ୍ତ ଭିଡିଓରେ ଷ୍ଟ୍ରାଇକ୍‌ ସମ୍ପର୍କରେ କିଛି ଉଲ୍ଲେଖ କରି ନ ଥିଲେ ମଧ୍ୟ ମିଡିଆ ରିପୋର୍ଟଗୁଡ଼ିକରେ ଦାବି କରାଯାଇଛି ଯେ, ଏହା ଇଶ୍‌ଫାହାନ୍‌ସ୍ଥିତ ଏକ ବୃହତ୍‌ ଅସ୍ତ୍ରାଗାର ଉପରେ ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣ। ୨.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଇରାନୀୟ ସହରରେ ବଦର ସାମରିକ ଏୟାରବେସ୍‌ ଅବସ୍ଥିତ। ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟକୁ ଅବତାରଣା କରି ଜଣେ ଅଧିକାରୀ କହିଛନ୍ତି, ଆମେରିକୀୟ ସେନା ଇଶ୍‌ଫାହାନ୍‌ ଅସ୍ତ୍ରଭଣ୍ଡାର ଉପରେ ୨,୦୦୦ ପାଉଣ୍ଡ (ପ୍ରାୟ ୯୦୭ କେ.ଜି.)ର ବଙ୍କର ବଷ୍ଟର ବୋମା ମାଡ଼ କରିଛି। ଭୋର ସମୟରେ ରାତିର ଅନ୍ଧାର ଯାଇ ନ ଥିବାବେଳେ ବୋମାମାଡ଼ରେ ସମ୍ପୃକ୍ତ ଅଞ୍ଚଳର ଆକାଶ ଆଲୋକରେ ଝଟକି ଉଠିଥ୍‌ତ୍ଲା। ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ପାକିସ୍ତାନ ମଧ୍ୟସ୍ଥତାରେ ଇସ୍‌ଲାମାବାଦରେ ଶାନ୍ତି ପାଇଁ କୂଟନୈତିକ ଆଲୋଚନା ଜାରି ରହିଛି। ଇଜିପ୍ଟ, ସାଉଦି ଆରବ ଓ ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ଏଥିରେ ଯୋଗଦେଇଛନ୍ତି। ଏଭଳି ସମୟରେ କୂଟନୈତିକ ଉଦ୍ୟମକୁ ଭଣ୍ଡୁର କରିବା ଭଳି ଆକ୍ରମଣ ଅନେକଙ୍କୁ ବିସ୍ମିତ କରିଛି।
କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇରାନ୍‌ ଇଶ୍‌ଫାହାନ୍‌ର ଏକ ଭୂତଳ କ୍ଷେତ୍ରରେ ପ୍ରାୟ ୫୪୦ କେ.ଜି. ୟୁରାନିୟମ୍‌ ସମ୍ବର୍ଦ୍ଧନ କରିସାରିଲାଣି। ଉଲ୍ଲେଖଯୋଗ୍ୟ ୨୦୨୫ ଜୁନ୍‌ରେ ୧୨ ଦିନିଆ ଯୁଦ୍ଧ ବେଳେ ମଧ୍ୟ ଆମେରିକା ଏହି ସହରକୁ ଆକ୍ରମଣ କରିଥିଲା। ସେତେବେଳେ ଆକ୍ରମଣ ପୂର୍ବରୁ ଏନେଇ ସୁରାକ୍‌ ପାଇ ଇରାନ୍‌ ୟୁରାନିୟମ୍‌କୁ ଆଗୁଆ ଅନ୍ୟତ୍ର ସ୍ଥାନାନ୍ତର କରିସାରିଥିଲା। ସେହି ୟୁରାନିୟମ୍‌ ଏବେ ମଧ୍ୟ ସୁରକ୍ଷିତ ଏବଂ ଆଣବିକ ଅସ୍ତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି। ତେଣୁ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନ୍‌ ଅଣୁ ଅସ୍ତ୍ର ବ୍ୟବହାର କରିବା ପାଇଁ ଅଣୁ ଅପ୍ରସାର ଚୁକ୍ତିରୁ ଓହରିବାକୁ ଉଦ୍ୟମ ଚଳାଇଥିବା ମନେକରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

୨୦୨୮ କର୍ନାଟକ ବିଧାନସଭା ନିର୍ବାଚନ, ବହୁ ପୂର୍ବରୁ ବଡ଼ ଘୋଷଣା କଲେ ସିଦ୍ଧରାମୈୟା

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ଦଳର ଜଣେ ଦୃଢ଼ ନେତା ସିଦ୍ଧରାମୈୟା ଘୋଷଣା…

ସଡ଼କ ପରେ ଏବେ ସଂସଦ…, କେସି ଭେନୁଗୋପାଳଙ୍କ ବଡ଼ ଦାବି, କହିଲେ-କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପ୍ରତିବାଦ କରୁଥିବା ଛାତ୍ରଙ୍କ ଉପରେ ପୋଲିସର କଥିତ ବର୍ବରତା ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁଯାୟୀ,…

ଇରାନର ଭୟ ନା ଅନ୍ୟ କିଛି? ତୁର୍କୀ ଅଭିମୁଖେ ଯାତ୍ରା କରିବା ସମୟରେ ଟ୍ରମ୍ପଙ୍କ ବିମାନ ଗତିପଥ ବଦଳାଇ ଦେଇଥିଲା

ଓ୍ବାଶିଂଟନ,୨୬।୭: ତୁର୍କୀ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ-ସମର୍ଥିତ…

ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri