ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ ମୂଲ୍ୟ ୯୫ ଟଙ୍କା ୨୧ ପଇସାରେ ପହଞ୍ଚତ୍ଛି। ପଶ୍ଚିମ ଏସିଆରେ ଯୁଦ୍ଧଜନିତ ସଙ୍କଟ ଶକ୍ତି କ୍ଷେତ୍ର ଉପରେ ଗଭୀର ପ୍ରଭାବ ପକାଇଥିବାରୁ ଭାରତୀୟ ମୁଦ୍ରା ନିମ୍ନଗାମୀ ହେଉଛି ବୋଲି କୁହାଯାଉଛି। ଏହା କେତେକାଂଶରେ ସତ୍ୟ। କିନ୍ତୁ ୨୮ ଫେବୃଆରୀ ଯୁଦ୍ଧ ପୂର୍ବରୁ ଭାରତୀୟ ମୁଦ୍ରା ମଧ୍ୟ ଲଗାତର ଭାବେ ପ୍ରତ୍ୟେକ ଦିନ ଦୁର୍ବଳ ହେବାରେ ଲାଗିଥିଲା। ସେହି ବିଗତ ଦିନକୁ ଦେଖିଲେ ବୁଝାପଡୁଛି ଯେ ଯୁଦ୍ଧ କେବଳ ମାତ୍ର କାରଣ ନୁହେଁ। କେତେକେ କହୁଛନ୍ତି ଡଲାର ଶକ୍ତିଶାଳୀ ହେଉଥିବାରୁ ଭାରତୀୟ ମୁଦ୍ରା ତଳକୁ ଖସୁଛି। ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। କାରଣ ଆମେରିକାରେ ମଧ୍ୟ ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଭାରତୀୟ ମୁଦ୍ରା ଦୁର୍ବଳ ହେବା ପଛରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ଏ ଦେଶରୁ ସେମାନଙ୍କ ପୁଞ୍ଜି ପ୍ରତ୍ୟାହାର କରିନେବାରେ ବ୍ୟସ୍ତ। ଭାରତରେ ଅର୍ଥ ବିନିଯୋଗ କଲେ ଆଗକୁ ବିପଦ ଆଶଙ୍କା କରି ସେମାନେ ଏଭଳି ନିଷ୍ପତ୍ତି ନେଉଛନ୍ତି। ଅର୍ଥାତ୍‌ ଏହି ଦେଶରେ ସେମାନଙ୍କର ଅର୍ଥ ଅସୁରକ୍ଷିତ ବୋଲି ବିଦେଶୀ ନିବେଶକମାନେ ଧାରଣା କରିନେଲେଣି। ଏଥିସହିତ ଆମଦାନୀ ବୃଦ୍ଧି ପାଉଥିବା ବେଳେ ରପ୍ତାନି ସେହି ପରିମାଣରେ ହୋଇପାରୁ ନ ଥିବାରୁ ବାଣିଜି୍ୟକ ନିଅଣ୍ଟ ବୃଦ୍ଧି ପାଉଛି। ଅଣ-ଉତ୍ପାଦ ଖର୍ଚ୍ଚ ବଢ଼ିଯାଇଥିବାରୁ ତାହାର ପ୍ରଭାବ ମଧ୍ୟ ଅର୍ଥନୀତି ଉପରେ ପଡ଼ୁଛି।
ଭାରତରେ ଅର୍ଥନୀତି ଦୁର୍ବଳ ହେବା ପଛରେ ମୁଖ୍ୟ କାରଣ ହେଉଛି ରାଜନୈତିକ ବ୍ୟକ୍ତିମାନେ ବିଶେଷଜ୍ଞଙ୍କ ମତକୁ କମ୍‌ ଗୁରୁତ୍ୱ ଦେଇ ଜଟିଳ ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନେଇଯାଉଛନ୍ତି। ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ହେବାଠାରୁ ଦେଶର ଅର୍ଥନୀତି ଉଧେଇପାରୁ ନାହିଁ। ସେତେବେଳେ ଅନେକ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟିକ ସଂସ୍ଥା ଭୁଶୁଡ଼ି ପଡ଼ିଥିଲେ। ଫଳରେ ତାହାର ପ୍ରଭାବ ଦେଶର ଉତ୍ପାଦ ଓ ନିଯୁକ୍ତି କ୍ଷେତ୍ର ଉପରେ ପଡ଼ିଥିଲା। ଏହା ପରେ ଯେତେବେଳେ ଅର୍ଥନୀତି ଟିକେ ପ୍ରଶ୍ୱାସ ପାଇ ଠିଆ ହେବାକୁ ଯାଉଥିଲା କୋଭିଡ୍‌ ମହାମାରୀ ପୁଣି ବିପର୍ଯ୍ୟୟ ସୃଷ୍ଟି କଲା। ଥରେ ଦୁର୍ବଳତା ଆସିଗଲେ ସେଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିବା ଲାଗି ଦୀର୍ଘ ସମୟ ଲାଗିଥାଏ। ପୁଣି ଓଲିଗାର୍ଚ୍ଚି ବା ଧନିକ ତନ୍ତ୍ର (ଅଳ୍ପ କିଛି ଧନୀ) ଯୋଗୁ ସମଗ୍ର ଅର୍ଥନୀତି ବିକଶିତ ହୋଇପାରୁ ନାହିଁ। କାରଣ ହାତଗଣତି ବ୍ୟକ୍ତିଙ୍କଠାରେ ଅତ୍ୟଧିକ ଧନ ଠୁଳ ହୋଇ ରହିଯାଉଛି। ବଡ଼ କର୍ପୋରେଟ୍‌ ହାଉସ୍‌ଗୁଡ଼ିକୁ ଅଧିକ ସରକାରୀ ସୁବିଧା ଦିଆଯାଉଥିବାରୁ ଧନର ସୁଷମ ବଣ୍ଟନ ହୋଇପାରୁ ନାହିଁ। ଅର୍ଥନୀତିରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାକୁ ଆର୍ଥିକ ଓ ବ୍ୟବସ୍ଥାଗତ ସୁଯୋଗ ଦିଆଯାଇପାରିଲେ ସେମାନେ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ପାଆନ୍ତେ। ଅନେକ ଲୋକଙ୍କ ମଧ୍ୟମରେ ମୁଦ୍ରା ଚଳପ୍ରଚଳ ହେଲେ ତାହା ସାମଗ୍ରୀ ଓ ସେବା କ୍ଷେତ୍ରକୁ ଚଳଚଞ୍ଚଳ କରିପାରନ୍ତା। ଏବେ ବିଦେଶୀ ପୁଞ୍ଜିନିବେଶକମାନେ ଭାରତୀୟ ବଜାରରୁ ଅର୍ଥ ଉଠାଇ ନେଉଥିବାରୁ ସ୍ଥିତି ବିଗିଡ଼ି ଯାଉଛି ବୋଲି କୁହାଯାଉଛି। ଯଦି ଦେଶ ଭିତରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀଙ୍କ ପାଇଁ ନିୟମ ସରଳୀକରଣ କରାଯାଇ ବିଭିନ୍ନ ସ୍ତରର ବ୍ୟବସାୟକୁ ପ୍ରୋତ୍ସାହନ ଦିଆଯାଉଥାନ୍ତା, ତେବେ ଆଜିର ଯୁଦ୍ଧଭଳି ସ୍ଥିତି ସମୟରେ ବାହ୍ୟ ନିବେଶକ ଅର୍ଥ ଉଠାଣ କରିନେଲେ ତାହାର ପ୍ରଭାବ ଅର୍ଥନୀତି ଉପରେ ବେଶି ପରିମାଣରେ ପଡ଼ନ୍ତା ନାହିଁ।
ସାମ୍ପ୍ରତିକ ସମୟକୁ ଦେଖିଲେ ମଧ୍ୟପ୍ରାଚ୍ୟ ଅଶାନ୍ତ ସ୍ଥିତିର ପ୍ରଭାବ ସମଗ୍ର ବିଶ୍ୱ ବିଶେଷକରି ଏସିଆ ମହାଦେଶ ଉପରେ ଗଭୀର ଭାବେ ପଡ଼ିଛି। ଇନ୍ଧନ ଓ ରନ୍ଧନ ଶକ୍ତିର ସଙ୍କଟ ଯୋଗୁ ଭାରତ ଭଳି ଅଧିକ ଆମଦାନୀ ଉପରେ ନିର୍ଭରଶୀଳ ରାଷ୍ଟ୍ର ବେଶି ଅଡ଼ୁଆରେ ପଡ଼ିଯାଇଛି। ଭାରତ ତା’ର ତୈଳଜନିତ ଶକ୍ତି ଚାହିଦାର ୯୦ ପ୍ରତିଶତ ବାହାର ରାଷ୍ଟ୍ର ଉପରେ ନିର୍ଭରଶୀଳ। ଅଧିକ ଆମଦାନୀ ମାନେ ଭାରତକୁ ବହୁଳ ମାତ୍ରାରେ ଅର୍ଥ ଦେବାକୁ ପଡ଼ୁଛି। କିଛିବର୍ଷ ପୂର୍ବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୦ରୁ ୭୦ ଡଲାର ଥିବା ବେଳେ ଏବେ ତାହା ୧୧୫ ଉପରକୁ ଯାଇସାରିଲାଣି। ମଧ୍ୟପ୍ରାଚ୍ୟରେ ଅସ୍ବାଭାବିକ ସ୍ଥିତି ଯଦି ଅଧିକ ଦିନ ଲାଗିରହେ, ତେବେ ଭାରତର ସ୍ଥିତି ଆହୁରି ସଙ୍ଗିନ ହୋଇଯିବ। ଯଦି ବାସ୍ତବରେ ଭାରତର ତୈଳ ଦରକୁ ଅନ୍ତର୍ଜାତୀୟ ଦର ସହ ଯୋଡ଼ିକରି ରଖାଯାଇ ଥାଆନ୍ତା, ତା’ହେଲେ ବ୍ୟାରେଲ ପିଛା ୬୦ରୁ ୭୦ ଡଲାର ଥିଲାବେଳେ ଦେଶ ଭିତରେ ସର୍ବାଧିକ ୪୫ ଭାରତୀୟ ଟଙ୍କା ମୂଲ୍ୟରେ ଲିଟରେ ପେଟ୍ରୋଲ ଗ୍ରାହକଙ୍କୁ ମିଳିପାରି ଥାଆନ୍ତା। ସେହି ସମୟରେ ସରକାର ତାହା କଲେ ନାହିଁ ଏବଂ ତୈଳ କମ୍ପାନୀଗୁଡ଼ିକୁ ଲାଭ ଦେବାକୁ ଯାଇ ଅତ୍ୟଧିକ ଦର ବଜାୟ ରଖିଲେ। ସେହି କମ୍ପାନୀମାନେ ଯେଉଁ ଲାଭ ପାଇଥିଲେ, ତାହାକୁ ସର୍ବନିମ୍ନ ୧ ବର୍ଷ ପର୍ଯ୍ୟନ୍ତ ଆଜିକାର ଦରରେ ରଖିବା ଉଚିତ। କିନ୍ତୁ ଏପ୍ରିଲ ଶେଷ ସୁଦ୍ଧା ଯେତେବେଳେ ପଶ୍ଚିମବଙ୍ଗ ସହିତ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଶେଷ ହୋଇଯିବ, ସେତେବେଳେ ଯଦି ତୈଳ ମୂଲ୍ୟ ବଢ଼ାଯାଏ ତାହା ଅତ୍ୟନ୍ତ ଅନୈତିକ ଓ ସାଧାରଣ ନାଗରିକ ବିରୋଧୀ ପଦକ୍ଷେପ ହେବ ବୋଲି କହିହେବ। ଯଦି ତୈଳ ଦର ବଢ଼ିଯାଏ, ତାହା ହେଲେ ସବୁ ପ୍ରକାର ସାମଗ୍ରୀ ମୂଲ୍ୟ ଆହୁରି ବଢ଼ିଯିବ। ତେଣୁ ଦେଶର ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ବାସ୍ତବବାଦୀ ଅର୍ଥନୈତିକ ନୀତି ସୃଷ୍ଟି କରାଯିବା ଦରକାର। ଏଥିରେ ସମାଜର ବିଭିନ୍ନ ବର୍ଗର ମତକୁ ନିଆଯିବା ଉଚିତ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?