ମକଡ଼ଦମପଡ଼ାରେ କିଡ଼୍‌ନୀ ରୋଗ୍‌ ଆତଁକ୍‌

ସିନାପାଲି,୨୦।୫ (ଡି.ଏନ.ଏ)-  ନୂଆପଡା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଁଚେତ୍‌ ମକଡଦମପଡା ଗାଁବାସୀ ନିରମଲ ପାଏନ୍‌ ଅଭାବୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ପିଇ ଅନେକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ମରିଥିଲାବେଲେ ବଡ଼ଭାଗୀ ଲୋକ ପୀଡ଼ିତ ଅଛନ୍‌।
ସୂଚନା ଅନ୍‌ସାରେ ସିନାପାଲି ବ୍ଲକ ସଦରନୁ ମକଡ଼ଦମପଡ଼ା ଗାଁଟା ୧୨ କି.ମି. ଦୂରେ ରହିଛେ। ଗାଁର ସଭେ ଆଦିବାସୀ ସମାଜର ହେଇଥିଲାବେଲେ ୫୦ଟା ପରିବାରର ପାଖାପାଖି ୨ଶହ ଲୋକ୍‌ ବାସ କରୁଛନ୍‌। ସଭେ ନିହାତି ଗରିବ୍‌ ହେଇଥିଲାବେଲେ ଜଂଗଲଜାତ ଦରବ୍‌ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ଗାଁରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ ରହିଛେ। ଗାଁବାସୀକର ବେଭାର ଲାଗି ଗାଁରେ ୨ଟା ନଲ୍‌ଚୁଆଁ ରହିଛେ। ସେଥ୍‌ରୁ ଗୁଟେ ଅଚଲ ଥିଲାବେଲେ ଗୁଟେ ନଲ୍‌ଚୁଆଁ ଉପରେ ଗାଁଯାକ ଲୋକ୍‌ ନିରଭର କରୁଛନ୍‌। ହେଲେ ସେ ନଲ୍‌ଚୁଆଁରୁ ବହୁତ୍‌ ପରିମାନର ଫ୍ଲୋରାଇଡ୍‌ ମିଶା ପାଏନ୍‌ ବାହାରୁଛେ। ଗାଁବାସୀ ଇ ପାଏନ୍‌କେ ବେଭାର କରି ନାନା ରୋଗ୍‌ରେ ପୀଡ଼ିତ ହେଉଛନ୍‌। ଏନ୍‌ତା କି ଗଁାରେ ଅନେକ୍‌ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ମରିଥିଲାବେଲେ ଆରକେତେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଗାଁବାସୀ ପିଇଲା ପାଏନ୍‌ ସମସିଆକେ ନେଇ ବାରବାର ପରଶାସନକେ ଗୁହାରିକଲାରୁ ସିନାପାଲି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫୁ ୨୦୧୩-୧୪ ସାଲେ ଗୁଟେ ପାଏନ୍‌ ପ୍ରକଳ୍ପର ଥାପନା କରାଯାଇଛେ। ହେଲେ ଦୁଖର କଥା ଏତେ ସବୁ ଘଟି ଗଲା ଉତାରୁ ବି ପରଶାସନର ଚେତା ନାଇଁ ପସବାର। ପ୍ରକଳ୍ପ ଆଏଜ୍‌ତକ୍‌ କାଯ୍‌କ୍ଷମ ନାଇଁ ହେଇପାରି। ଇଆଡ଼େ ୨୦୧୧ ସାଲୁ ଆଏଜ୍‌ତକ୍‌ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ଗଁାର ଖାତି ମାଝୀ (୫୫), ଅକବଳ ମାଝୀ (୫୩), ସୁଲୋଚନା ମାଝୀ (୪୫), ଉପେନ୍ଦ୍ର ମାଝୀ (୩୦), ଦିଗବଲ ମାଝୀ (୪୬), କମଳେ ମାଝୀ (୫୫), କୁସୁମା ମାଝୀ (୨୫), ସୁଦର୍ଶନ ମାଝୀ (୫୦), ବଗଡିଆ ମାଝୀ (୪୨) ଓ କାର୍ତ୍ତିକ ମାଝୀ (୬୦) ଏପରି ୧୦ ଝନ୍‌କର ମୁରତୁ ହେଇଛେ। ସେନ୍‌ତା ଗାଁର ପକ୍ଷୀରାମ ମାଝୀ, ଉଷାବତୀ ମାଝୀ, ସତିକା ମାଝୀ, ଲକ୍ଷ୍ମୀଧର ମାଝୀ, କ୍ଷୀର ମାଝୀ, ବୈଶାଖୁ ମାଝୀ, ରୁପସିଂ ମାଝୀ, ତୁଳାରାମ ମାଝୀ, ନିରଞ୍ଜନ ମାଝୀ, ରଣସାଏ ମାଝୀ, ସୁବାଷ ମାଝୀ, ରୁଖ ମାଝୀ, ପିଲଟେଶ୍ୱର ମାଝୀ, କପୁର ମାଝୀ, ହୀରାମନ ମାଝୀ ସମେତ ଅନେକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାଯାଇଛେ। ପିଇଲା ପାଏନ୍‌ରେ ଫ୍ଲୋରାଇଡ୍‌ର ପରିମାନ ଲିଟର ପିଛା ୦.୫ରୁ ୧.୦ ମି.ଗ୍ରା ହେଲେ ଚଲବା। ହେଲେ ଇତାରନୁ ଅଧ୍‌କା ହେଲେ ମୁନୁଷ୍‌ ଲାଗି ବିପଦ୍‌ ରହିଛେ। ଆରଡବ୍ଲୁଏସ୍‌ଏସ୍‌ ତରଫୁ ଜିଲାରେ କରାଯାଇଥିବାର ଗୁଟେ ସର୍ଭେ ହିସାବେ ଇ ଗାଁର ପାଏନ୍‌ରେ ଫ୍ଲୋରାଇଡ୍‌ ଲିଟର ପିଛା ୩.୦ ମି.ଗ୍ରାରୁ ଅଧ୍‌କା ରହିଛେ। ଇ ଫ୍ଲୋରାଇଡ୍‌ ମିଶା ପାଏନ୍‌ ବେଭାରଟା ଏହେଦେ ମକଡ଼ଦମପଡ଼ା ଗାଁବାସୀକର ଲାଗି ଅଭିସାପ ପାଲଟିଯାଇଛେ। ଇ ବାବ୍‌ଦେ ନୂଆପଡ଼ା ଜିଲା ମୁଖିଆ ଚିକିତ୍ସା ଅଧ୍‌କାରୀ ପ୍ରଭାସିନୀ ବ୍ରହ୍ମାକୁଁ ପଚରାଲାରୁ ଇ ବାବ୍‌ଦେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧ୍‌କାରୀକୁଁ କହିଛେଁ। ତଦଁତ୍‌ ରିପୋର୍ଟ ଆଏଲେ କାଣା ହେଇଛେ ତାହାର ଉପରେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ନୂଆପଡ଼ା ଜିଲା ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ବିଭୂ ପ୍ରସାଦ ପଣ୍ଡାକୁଁ ପଚରାଲାରୁ ସିନାପାଲି ଯନ୍ତ୍ରୀକଁର ସଂଗେ ଆଲୋଚନା କରି କାଣା ହେଇଛେ ବୁଝୁଛେଁ। ଯେତେ ଜଲଦି ହେବା ତିଆର ହେଇଥିବାର ପ୍ରକଳ୍ପରୁ ଗଁାବାସୀକୁ ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri