ଏସ୍‌ପିଙ୍କ ବିରୋଧରେ ଏସଡିପିଓଙ୍କ ମାନସିକ ନିର୍ଯାତନା ଅଭିଯୋଗ: ଆଇଜି ଭେଟି କହିଲେ…

ଜଳେଶ୍ବର,୧୪।୫( ନବୀନ ସାହୁ): ବାଲେଶ୍ୱର ଏସ୍‌ପଙ୍କି ବିରୋଧର ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଜଳେଶ୍ୱର ଏସ୍‌ଡିପିଓ ବ୍ରଜ ମୋହନ ପ୍ରଧାନ। ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ କରିବାକୁ ଧମକ ଦିଆଯାଇଥିବା ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଏ ନେଇ ତୁରନ୍ତ ସମାଧାନ କରା ନ ଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଜଳେଶ୍ୱର ଏସ୍‌ଡିପିଓ ଅଭିଯୋଗ କରିଛନ୍ତି ଯେ, ବାଲେଶ୍ୱର ଏସ୍‌ପି ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ ପାଇଁ ଧମକ ଦେଇଥିଲେ। ଏମ୍‌ପି, ବିଧାୟକ, କଲେକ୍ଟର, ଏଡିଏମ, ସବ-କଲେକ୍ଟର, ସମସ୍ତ ତହସିଲଦାର, ସମସ୍ତ SDPO ଏବଂ ବାଲେଶ୍ୱର ଜଲାର ସମସ୍ତ ଆଇଆଇସିଙ୍କ ସମ୍ମୁଖରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ ନେଇ ଦାବି କରିଥିଲେ। ଏସପିଙ୍କ ଦାବି ଅନୁଯାୟୀ ଖଣି ବିଭାଗ ମାଧ୍ୟମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଚାକିରିରୁ ନିଲମ୍ବନ ସୁପାରିଶ ପାଇଁ ତାଙ୍କ ବରୋଧରେ ସମାଧାନ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲା ପ୍ରଶାସନିକ ଅଧିକାରୀ, ବାଲେଶ୍ୱରର ସବ-କଲେକ୍ଟର ଏବଂ ବାଲେଶ୍ୱର କେତେକ ତହସିଲଦାର ତାଙ୍କୁ ଜିଲା ଛାଡିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକଳାପ ଯୋଗୁ ସେ ଜଲାରେ ତୀବ୍ର ଏବଂ ଗମ୍ଭୀର ବୈଷମ୍ୟତାର ସମ୍ମୁଖୀନ ହେଉଛନ୍ତି। ସେ ବାରମ୍ବାର ମନା କରିବା ସତ୍ତ୍ୱେ, ତାଙ୍କୁ ବର୍ତ୍ତମାନ ଏସ୍‌ଡିପିଓ ଦାୟିତ୍ୱରେ ଦିଆଯାଇଛି। ୫୮ ବର୍ଷ ବୟସରେ ସେ ଜଳେଶ୍ୱରରୁ ବାଲେଶ୍ୱର ଯିବା ଏବଂ ମୁଖ୍ୟାଳୟ କାର୍ଯ୍ୟାଳୟ କାର୍ଯ୍ୟରେ ଯୋଗଦେବା ପାଇଁ ଅସୁବିଧା ହେଉଛି।
ଏନେଇ ସେ ଗତ ୭ ତାରିଖରେ ପରବର୍ତ୍ତୀ ଉଚ୍ଚ କର୍ତ୍ତୃପକ୍ଷ, IGP, (ER), ବାଲେଶ୍ୱରଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିଲେ।
ଗତ ମାସ ୪ ତାରିଖରେ ସେ ଜଳେଶ୍ୱର ଏସଡିପିଓଙ୍କୁ ଦାୟିତ୍ୱରେ ରହିବା ପାଇଁ ଅସମର୍ଥତା ପ୍ରକାଶ କରିଥିଲେ। କାରଣ ତାଙ୍କୁ ମୁଖ୍ୟାଳୟ କାର୍ଯ୍ୟ ପାଇଁ କୌଣସି କମ୍ପ୍ୟୁଟର ଟାଇପିଷ୍ଟ ନିୟୋଜିତ କରାଯାଇ ନ ଥିଲା। ପରେ ବାଲେଶ୍ୱର ଏସ୍‌ପି ତାଙ୍କୁ ଚାକିରି ଛାଡିବାକୁ ଧମକ ଦେଇଥିଲେ। ଏବଂ କମ୍ପ୍ୟୁଟର ଟାଇପିଷ୍ଟ ନିୟୋଜିତ କରି ନ ଥିଲେ। ଯାହାକି ପକ୍ଷପାତିତା ଥିଲା।
ଏସଡିପିଓ ଦାବି କରିଛନ୍ତି ଯେ, ଏହି ପରିସ୍ଥିତିରେ ତାଙ୍କୁ ବାଲେଶ୍ୱର ଜିଲା ପୋଲିସ ଏବଂ ଜଳେଶ୍ୱର ଦାୟିତ୍ୱରେ ଥିବା ଏସଡିପିଓ ପଦରୁ ପ୍ରତ୍ୟାହାର କରାଯାଉ। ଯଦି ତାଙ୍କର ଅଭିଯୋଗର ତୁରନ୍ତ ସମାଧାନ ନ ହୁଏ, ତେବେ ସେ ଆତ୍ମହତ୍ୟା କରିବେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସକାଳ ସମୟରେ ସେ ଅସୁସ୍ଥତା ଅନୁଭବ କରି ଜଳେଶ୍ୱର ଜିକେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ତାଙ୍କର ଅଭିଯୋଗ ଆଧାରରେ ଆଇଜି ସତ୍ୟଜିତ ନାୟକ ଦିନ ଗୋଟାଏରେ ତଦନ୍ତ ପାଇଁ ମଧ୍ୟ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ପହଞ୍ଚି ବ୍ରଜମୋହନ ପ୍ରଧାନଙ୍କୁ ଦେଖା କରିଥିଲେ ଏବଂ ପ୍ରତିକ୍ରିୟାରେ କହିଥିଲେ କି ଅଭିଯୋଗ ଆଧାରରେ ତଦନ୍ତ ହେବ। ମେଡିକାଲରେ ଜଳେଶ୍ୱର ଆଇଆଇସି ଜୟନ୍ତ ବେହେରା ଏବଂ ଏଏସଆଇ ମଧୁମିତା ସିଂ ଏବଂ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri