ସାନଭାଇଙ୍କ ଠେଙ୍ଗା ମାଡ଼ରେ ବଡ ମୃତ

ନୂଆପଡ଼ା,୧୦ା୫ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ଟାନୱାଟ ଗାଁରେ ଶନିବାର ସାନ ଭାଇଙ୍କ ଠେଙ୍ଗାମାଡରେ ବଡଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁନିଚନ ବିଶ୍ୱାଳ (୪୮)। ଏ ନେଇ ମୃତକଙ୍କ ପତ୍ନୀ କମଲି ବିଶ୍ୱାଳ ନୂଆପଡା ସଦର ଥାନାରେ ସାନଭାଇ ନିମିଚନ ବିଶ୍ୱାଳ (୩୫)ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଟାନୱାଟ ଗାଁର ବଡବନ୍ଧ (ପୋଖରୀ)ର ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ପୋଖରୀରୁ ବାହାରୁଥିବା ପଙ୍କକୁ ଟ୍ରାକ୍ଟର ସାହାଯ୍ୟରେ ଅନ୍ୟତ୍ର ଫିଙ୍ଗା ଯାଉଛି। ପୁନିଚନ ଟ୍ରାକ୍ଟରରେ ପଙ୍କ ଲୋଡ କରି ଗାଁ ଭିତରେ ନେଉଥିଲେ। ସେହି ସମୟରେ ନିମିଚନଙ୍କ ଘର ଛାତରେ ଟ୍ରାକ୍ଟର ଲାଗି ଯାଇ କେତୋଟି ମାଟି ଖପର ତଳେ ପଡି ଯାଇଥିଲା। ସେଥିରେ ନିମିଚନ ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗା ସାହାଯ୍ୟରେ ବଡଭାଇଙ୍କୁ ମାଡ ମାରିବା ସହ ଗାମୁଛା ବେକରେ ଗୁଡାଇ ଘୋଷାରି ନେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଦଳ ଛାନଭିନ କରୁଛନ୍ତି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଘରର ମୁଖିଆ ଚାଲିଯିବା ପରେ ତାଙ୍କ ୨ ଝିଅ,୨ ପୁଅ ଓ ସ୍ତ୍ରୀ କମଲି ଦୁଃଖରେ ଭାଙ୍ଗିପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri