ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌: ଶୌଚାଳୟରେ ତାଲା, ଆଖି ବୁଜିଛନ୍ତି ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡର ସମସ୍ୟା ଅସମାହିତ ହୋଇ ରହିଛି। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ଅବ୍ୟବସ୍ଥା ନିତିଦିନିଆଁ ଘଟଣା ହୋଇଥିବାବେଳେ ବର୍ତ୍ତମାନ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଛି। ଫଳରେ ଏଠାକୁ ଆସୁଥିବା ଯାତ୍ରୀମାନେ ହଟହଟା ହେଉଛନ୍ତି। ବସଷ୍ଟାଣ୍ଡ କର୍ତ୍ତୃପକ୍ଷଙ୍କ ସମେତ ସ୍ଥାନୀୟ ପୌର ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ଆଖି ଆଗରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। ଏହାସତ୍ତ୍ୱେ ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ି ଚାଲିଛି।
ଉକ୍ତ ସରକାରୀ ବସଷ୍ଟାଣ୍ଡ ରାଜ୍ୟର ସର୍ବପୁରାତନ ବସଷ୍ଟାଣ୍ଡ ମଧ୍ୟରୁ ଗୋଟିଏ ଅଟେ। ରାଜ୍ୟର ଅନ୍ୟ ସରକାରୀ ବସଷ୍ଟାଣ୍ଡ ଗୁଡ଼ିକୁ ଆଧୁନିକୀକରଣ ତଥା ନବୀକରଣ କରାଯାଇ ଥିବାବେଳେ ଏହି ବସଷ୍ଟାଣ୍ଡ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି। ଉକ୍ତ ବସଷ୍ଟାଣ୍ଡ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପାଖକୁ ସ୍ଥାନାନ୍ତର କରାଯିବ ବୋଲି ସରକାରୀସ୍ତରରେ ପରିକଳ୍ପନା କରାଯାଇଛି। ଏଥିପାଇଁ ସ୍ଥାନୀୟ ବିଧାୟକ ଏବଂ ବିଭାଗୀୟ ଅଧିକାରୀବୃନ୍ଦ ଜାଗା ଚିହ୍ନଟ କରିଛନ୍ତି। ତେବେ ବର୍ତ୍ତମାନ ସହର ମଧ୍ୟରେ ରହିଥିବା ସର୍ବପୁରାତନ ସରକାରୀ ବସଷ୍ଟାଣ୍ଡରୁ ଯାତ୍ରୀମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଅପହଞ୍ଚ ହୋଇପଡ଼ି ଥିବାବେଳେ ନୂଆ ସରକାରୀ ବସଷ୍ଟାଣ୍ଡ ମଧ୍ୟ ଜାଗା ଚିହ୍ନଟରେ ସୀମିତ ରହି ଯାଇଛି।
ବରଗଡ଼ ସରକାରୀ ବସଷ୍ଟାଣ୍ଡ ଦେଇ ରାଜ୍ୟର ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼, ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା, ଦେବଗଡ଼, ସୋନପୁର ଆଦି ଜିଲାକୁ ନିୟମିତ ବସ୍‌ ଯାତାୟାତ କରୁଛି। ସେହିପରି ବରଗଡ଼-ସମ୍ବଲପୁର ମଧ୍ୟରେ ସିଟିବସ୍‌ ଯାତାୟାତ କରୁଥିବାବେଳେ ଏଠାରୁ ବରଗଡ଼ ବ୍ଲକର ବିଭିନ୍ନ ବ୍ଲକକୁ ଲକ୍ଷ୍ମୀ ବସ୍‌ ମଧ୍ୟ ପ୍ରତିଦିନ ଯିବା ଆସିବା କରୁଛି। ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଚାକିରିଆ, ଚାଷୀ, ବ୍ୟବସାୟୀଙ୍କ ସମେତ ସାଧାରଣ ଜନତା ଉକ୍ତ ବସଷ୍ଟାଣ୍ଡ ଉପରେ ନିର୍ଭର କରିଥାନ୍ତି। ଫଳରେ ଏହି ବସଷ୍ଟାଣ୍ଡରେ ସବୁଦିନ ଯାତ୍ରୀଙ୍କ ଗହଳି ଲାଗି ରହିଥାଏ।
ବସଷ୍ଟାଣ୍ଡରେ ବସ୍‌ ସଂଖ୍ୟା ବଢୁଛି। ଅନୁରୂପଭାବେ ଯାତ୍ରୀଙ୍କ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି। କିନ୍ତୁ ବସଷ୍ଟାଣ୍ଡର ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ ରହିଯାଇଛି। ଏଠାରେ ସାମାନ୍ୟ ବର୍ଷା ହେଲେ ବସଷ୍ଟାଣ୍ଡ ପରିସରରେ ନର୍ଦ୍ଦମା ପାଣି ଜମି ରହୁଛି। ସେହିପରି ଏଠାରେ ଥିବା ଶୌଚାଳୟର ଅବସ୍ଥା ମଧ୍ୟ ସମାନ ଅଟେ। ଥରେ ଖରାପ ହେଲେ ମାସମାସ ଧରି ଶୌଚାଳୟରେ ତାଲା ଝୁଲୁଛି। ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ବରଗଡ଼ ଲୋକସଭା ଏମ୍‌ପି ସଞ୍ଜୟ ଭୋଇଙ୍କ ଅନୁଦାନ ପାଣ୍ଠିରେ ଉକ୍ତ ବସଷ୍ଟାଣ୍ଡ ପରିସରରେ ଶୌଚାଳୟ ଏବଂ ଥଣ୍ଡା ପାନୀୟଜଳ ପ୍ରକଳ୍ପ ହୋଇଛି।
ତେବେ ଶୌଚାଳୟ ବାରମ୍ବାର ଖରାପ ହେବା ଯୋଗୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ନବୀକରଣ କରାଯାଇଥିଲା। ଶୌଚାଳୟ ମଧ୍ୟ କାର୍ଯ୍ୟକ୍ଷମ ହୋଇଥିଲା। ପୌର ପ୍ରଶାସନ ଏହାର ଦାୟିତ୍ୱ ନେଇଥିଲା ଏବଂ ଯାତ୍ରୀମାନେ ମଧ୍ୟ ଉପକୃତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଏହି ଶୌଚାଳୟ ପୁଣି ଅଚଳ ହୋଇ ପଡ଼ିଛି ଏବଂ ସେଠାରେ ତାଲା ଝୁଲୁଛି। ଫଳରେ ପରିସ୍ରା ପାଇଁ ଯାତ୍ରୀମାନଙ୍କୁ ହଟହଟା ହେବାକୁ ପଡୁଛି। ଅନ୍ୟପଟେ ଶୌଚାଳୟ ପଛପଟ ଖୋଲା ପରିସ୍ରାଗାର ପାଲଟିଛି। କେବଳ ସେତିକି ନୁହେଁ, ଶୌଚାଳୟ ପାଖରେ ନର୍ଦ୍ଦମା ପାଣି ଦୀର୍ଘଦିନ ଧରି ଜମି ରହୁଥିଲେ ସୁଦ୍ଧା ତାର ନିଷ୍କାସନ ବ୍ୟବସ୍ଥା ହେଉନାହିଁ। ଫଳରେ ମଶା, ମାଛି ସମେତ ନାନା ରୋଗ ଜୀବାଣୁଙ୍କ ଉପଦ୍ରବ ଘଟୁଛି ଏବଂ ବସଷ୍ଟାଣ୍ଡ ପରିସରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏପରିକି କାଳବୈଶାଖୀରେ ବସଷ୍ଟାଣ୍ଡ ପରିସରରେ ଏକ ଗଛ ଢ଼ଳି ପଡ଼ିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାକୁ ସମ୍ପୂର୍ଣ୍ଣ ହଟାଯାଇ ପାରି ନାହିଁ। ଉକ୍ତ ବସଷ୍ଟାଣ୍ଡର ସମସ୍ୟାକୁ ଉଭୟ ରାଜନୈତିକ, ପ୍ରଶାସନିକସ୍ତରରେ ଅଣଦେଖା କରାଯାଉଥିବା ଯୋଗୁ ସାଧାରଣରେ ଅସନ୍ତୋଷ ତେଜି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri