Posted inଖେଳ

‘ଶତ୍ରୁ’ଙ୍କ ପ୍ରେମରେ ପଡ଼ିଗଲେ ପ୍ରୀତି ଜିଣ୍ଟା! ଖୋଲାଖୋଲି ଭାବେ ମଇଦାନରେ କଲେ ଏମିତି…

ନୂଆଦିଲ୍ଲୀ,୧୩।୪: ’ଶତ୍ରୁ’ଙ୍କ ପ୍ରେମରେ ପଡ଼ିଯାଇଛନ୍ତି ଚୁଲବୁଲି ପ୍ରୀତି ଜିଣ୍ଟା। ଆପଣ ଭାବୁଥିଲେ କାହିଁକି ଏବଂ କିଭଳି? କାରଣ ଶତ୍ରୁଜଣଙ୍କ ଏପରି ଏକ କାମ କରିଛନ୍ତି ଯେ ତାଙ୍କୁ ସେ ଅଣଦେଖା କରିପାରି ନାହାନ୍ତି। ଆମେ ଅଭିଷେକ ଶର୍ମାଙ୍କ କଥା କହୁଛୁ, ଯିଏ ଏପ୍ରିଲ ୧୨ରେ ପ୍ରୀତି ଜିଣ୍ଟାଙ୍କ ଦଳ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ। ଯଦିଓ ସେ ବିରୋଧୀ ଟିମ୍‌ରୁ ଆସିଥିଲେ, ତଥାପି ସେ ପ୍ରୀତି ଜିଣ୍ଟାଙ୍କ ମନ ଜିଣି ନେଇଥିଲେ।
ଅଭିଷେକ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯାହା ପଞ୍ଜାବ କିଙ୍ଗ୍ସକୁ ପରାଜୟ ମୁଖକୁ ଠେଲି ଦେଇଥିଲା। କିନ୍ତୁ ଏସବୁ ଭିତରେ ଶତକ ହାସଲ କରିବା ପରେ ତାଙ୍କର ସେଲିବ୍ରେଶନକୁ କେହି କିପରି ଭୁଲିପାରିଥାନ୍ତା? ଅଭିଷେକଙ୍କ ସିଗ୍ନେଚର ସେଲିବ୍ରେଶନ ଦେଖି ପ୍ରୀତି ଜିଣ୍ଟା ତାଙ୍କର ଫ୍ୟାନ ହୋଇଯାଇଥିଲେ ଏବଂ ମ୍ୟାଚ ପରେ କିଛି ସମୟ ପାଇଁ ତାଙ୍କ ସହିତ ଗପସପ କରୁଥିବାର ଦେଖାଯାଇଥିଲା।

ମ୍ୟାଚ ପରେ, ପ୍ରୀତି ଜିଣ୍ଟାଙ୍କୁ କେବଳ ପଡ଼ିଆରେ ଅଭିଷେକ ଶର୍ମାଙ୍କୁ ଭେଟିବାର ଦେଖାଯାଇ ନ ଥିଲା ବରଂ ସେ ନିଜେ ତାଙ୍କର ସିଗ୍ନେଚର ସେଲିବ୍ରେସନ ମଧ୍ୟ କରିଥିଲେ। ପଡ଼ିଆରେ ଦେଖାଯାଇଥିବା ସେହି ଦୃଶ୍ୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଅଭିଷେକ ଶର୍ମା ୫୫ ବଲରେ ୧୪୧ ରନ କରିଥିଲେ। ୨୫୬.୩୬ ଷ୍ଟ୍ରାଇକ ରେଟ୍‌ରେ ସେ ଖେଳିଥିଲେ। ତାଙ୍କ ଇନିଂସରେ ୧୦ଟି ଛକା ଏବଂ ୧୪ଟି ଚୌକା ଥିଲା। ଏହି ଇନିଂସରେ ସେ ମାତ୍ର ୪୦ ବଲରେ ତାଙ୍କର ଶତକ ପୂରଣ କରିଥିଲେ, ଯାହା SRH ର ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଲଗାଯାଇଥିବା ଦ୍ୱିତୀୟ ଦ୍ରୁତତମ ଶତକ ଥିଲା। ଏହା IPL ୨୦୨୫ ରେ ଲଗାଯାଇଥିବା ତୃତୀୟ ଶତକ। ଏହା ଅଭିଷେକ ଶର୍ମାଙ୍କ IPL କ୍ୟାରିୟରର ପ୍ରଥମ ଶତକ।

ସୂଚନାଯୋଗ୍ୟ, ପ୍ରଥମେ ବ୍ୟାଟିଂ କରି, ପ୍ରୀତି ଜିଣ୍ଟାଙ୍କ ଦଳ ପଞ୍ଜାବ କିଙ୍ଗସ ସନରାଇଜର୍ସ ହାଇଦ୍ରାବାଦ ପାଇଁ ୨୪୬ ରନର ଟାର୍ଗେଟ ଦେଇଥିଲା, ଯାହାକୁ ସେମାନେ ୯ ବଲ ବାକିଥାଇ ହାସଲ କରି ନେଇଥିଲେ। ଏହା ଆଇପିଏଲ ଇତିହାସରେ ଦ୍ୱିତୀୟ ସବୁଠାରୁ ବଡ଼ ଟାର୍ଗେଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri