ବ୍ୟବସାୟକୁ ସେବା ଭାବୁଥିବାରୁ ସବୁ ସୁରୁଖୁରୁରେ ଚାଲେ

ଜଳବାୟୁ ପରିବର୍ତ୍ତନ ସହ ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଏହି ସମସ୍ୟା ଦିନକୁ ଦିନ ବଢ଼ିଚାଲିଥିବାବେଳେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଅନେକ ଭିତ୍ତିଭୂମି ସୁଦୃଢ଼ ହେବା ସହ ବ୍ୟାପକ ହେବାରେ ଲାଗିଛି। ଏଭଳି ସ୍ଥଳେ ରାଜଧାନୀ ଭୁବନେଶ୍ୱରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ରବୀନ୍ଦ୍ର ଲାଇଫ୍‌ ଲାଇନ୍‌’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବାବେଳେ ଏ ସମ୍ପର୍କରେ ଅନୁଷ୍ଠାନର ଏମ୍‌ଡି ଶୈଳେନ୍ଦ୍ର ନାରାୟଣ ସେନାପତିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ବାର୍ତ୍ତାଳାପ…

ପ୍ର- ପ୍ରାରମ୍ଭିକ ଜୀବନ କିପରି ଥିଲା?
ଉ- ଖୋର୍ଦ୍ଧା ଜିଲାର ପଦ୍ମପୁରରେ ଆମ ଗାଁ। ୧୯୬୨ରେ ଆମ ପରିବାର ଭୁବନେଶ୍ୱର ଆସିଥିଲା। ବାପୁଜୀନଗର ୟୁପି ସ୍କୁଲ ଓ ୟୁନିଟ୍‌-୧ ହାଇସ୍କୁଲରେ ସ୍କୁଲ ପାଠପଢ଼ା ସରିଥିଲା। ବିଜେବି କଲେଜରୁ ବିଏସ୍‌ସି ପାସ୍‌ କରିଥିଲି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବାପା ଜଡ଼ିତ ରହୁଥିବାରୁ ତାଙ୍କୁ ସବୁବେଳେ ଅନୁସରଣ କରୁଥିଲି। ୫ ଭାଇ ଭଉଣୀଙ୍କ ଦାୟିତ୍ୱ ମୋ ଉପରେ ରହିଥିଲା। ଫଳରେ ଅଧିକ ପାଠପଢ଼ାର ସୁଯୋଗ ମିଳି ନଥିଲା। ଏବେ ମୁଁ ଯେଉଁଠି ଅଛି ଅନେକ ସଂଘର୍ଷ ମଧ୍ୟରେ ଈଶ୍ୱରଙ୍କ କୃପା ଯୋଗୁ ସମ୍ଭବ ହୋଇଛି।

ପ୍ର- ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ଯାତ୍ରା ଆରମ୍ଭରୁ ଏ ପର୍ଯ୍ୟନ୍ତ କିପରି ରହିଛି?
ଉ- ବାପା ଜଣେ ବୈଦ୍ୟ(କ୍ୱାକ୍‌) ଭାବେ ପରିଚିତ ଥିଲେ। ଅଞ୍ଚଳରୁ ଅଞ୍ଚଳ ବୁଲି ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିଲେ। ସେସବୁ ମୋ ଉପରେ ପ୍ରଭାବ ପକାଉଥିଲା। ୧୯୬୨ରୁ ବାପା ଔଷଧ ଦୋକାନ ଆରମ୍ଭ କରିଥିଲେ। ରାଜମହଲ ଛକରେ ପ୍ରଥମ ଔଷଧ ଦୋକାନ ଖୋଲିଥିଲା। ପାଠପଢ଼ା ସହ ଦୋକାନକୁ ମଧ୍ୟ ସମୟ ଦେବାକୁ ପଡ଼ୁଥିଲା। ୧୯୯୧ରେ ବାପାଙ୍କ ଦେହାନ୍ତ ପରେ ପରିବାର ଓ ବ୍ୟବସାୟର ସମ୍ପୂର୍ଣ୍ଣ ଦାୟିତ୍ୱ ମୋ ଉପରକୁ ଆସିଯାଇଥିଲା। ବର୍ତ୍ତମାନ ରବୀନ୍ଦ୍ର ଲାଇଫ୍‌ ଲାଇନ୍‌, ରବୀନ୍ଦ୍ର ଏଜେନ୍ସି, ରବିନ୍ଦ୍ର ସର୍ଜିକାଲ ଓ ରବୀନ୍ଦ୍ର ହେଲଥ୍‌ କେୟାର ଭାବେ ବ୍ୟବସାୟ ତଥା ସ୍ବାସ୍ଥ୍ୟସେବାକୁ ବର୍ଦ୍ଧିତ କରିପାରିଛି। ଝାରସୁଗୁଡ଼ାରେ ମଧ୍ୟ ଏକ ଶାଖା ରହିଛି। ୨୦୨୧ରେ ଧଉଳି ପାହାଡ ତଳେ ୧୦ ଗିରି ଗାଈଙ୍କୁ ନେଇ ଗୋଶାଳା ଆରମ୍ଭ କରିଥିଲି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଫିନାଇଲର ବିକଳ୍ପ ଭାବେ ଗୋମୂତ୍ରରେ ପ୍ରସ୍ତୁତ ସୁଗନ୍ଧଯୁକ୍ତ ଉତ୍ତମମାନର ଉପତ୍ାଦ ପ୍ରସ୍ତୁତ କରାଯାଉଛି। ପୂଜ୍ୟ ଗୁରୁଜୀଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ରହିଥାଉ।

ପ୍ର- ସ୍ବାସ୍ଥ୍ୟସେବା ଓ ବ୍ୟବସାୟ ମଧ୍ୟରେ ସମନ୍ବୟ ରଖିବା ପାଇଁ କେଉଁ ସବୁ ଆହ୍ବାନ ଦେଇ ଗତି କରିଥା’ନ୍ତି?
ଉ- ସ୍ବାସ୍ଥ୍ୟଭିତ୍ତିକ ବ୍ୟବସାୟ କ୍ଷେତ୍ରରେ ଅନେକ ଉତ୍ଥାନ ପତନ ଦେଇ ଗତି କରିବାକୁ ପଡ଼ିଥାଏ। କିନ୍ତୁ ସମସ୍ୟା ଘେରରେ ଥିଲେ ମଧ୍ୟ ଆମେ କେବେ ଭାଙ୍ଗିପଡ଼ୁନା। ସବୁବେଳେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ତପତ୍ର ଥାଉ। ବଜାରରେ ସମାନ କମ୍ପୋଜିଶନର ହଜାର ହଜାର ବ୍ରାଣ୍ଡ୍‌ର ଔଷଧ ମିଳୁଛି। ତେଣୁ ଗ୍ରାହକ ଖୋଜୁଥିବା ବ୍ରାଣ୍ଡ୍‌ର ଔଷଧ ଉପଲବ୍ଧ କରାଇବା ସହଜ ନୁହେଁ। ତଥାପି ଯଥାସମ୍ଭବ ଚେଷ୍ଟାକରୁ ଗ୍ରାହକ ଯେମିତି ଫେରି ନ ଯିବେ। ବ୍ୟବସାୟକୁ ସବୁବେଳେ ସେବା ବୋଲି ଭାବୁ। ତେଣୁ ଈଶ୍ୱରଙ୍କ କୃପାରୁ ସବୁ ସୁରୁଖୁରୁରେ ଚାଲିଛି।

ପ୍ର- ଭାରତୀୟ ସ୍ବାସ୍ଥ୍ୟସେବା କ୍ଷେତ୍ର ସଙ୍କଟ ଦେଇ ଗତି କରୁଥିବା ମନେ ହେଉଛି କି?
ଉ- ବଜାରରେ ୩୦ ହଜାରରୁ ୫୦ ହଜାର ସଂଖ୍ୟାରେ ଔଷଧ ବ୍ରାଣ୍ଡ୍‌ ରହିଛି। ତେଣୁ ନକଲି ଔଷଧ କାରବାର ଭୟ ମଧ୍ୟ ରହିଛି। ନକଲି ଔଷଧ ଦ୍ୱାରା ଲୋକଙ୍କ ପ୍ରତି ବିପଦ ରହୁଛି। ତେଣୁ ସେସବୁର ତଦାରଖ କରିବାକୁ ପଡ଼ିଥାଏ। ଯଦି ବ୍ରାଣ୍ଡ୍‌ ନାମ ପରିବର୍ତ୍ତେ ଔଷଧର କମ୍ପୋଜିଶନ ପ୍ରତି ଆମେ ଗୁରୁତ୍ୱ ଦେବା। ତେବେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସୁଧାର ଆସିପାରିବ।

ପ୍ର- ଯୁବ ଉଦ୍ୟୋଗୀମାନେ କିପରି ସଫଳତା ପାଇପାରିବେ?
ଉ- ଯୁବୋଦ୍ୟୋଗୀମାନେ ବହୁ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ସେବା ମନୋଭାବ ରଖି କାର୍ଯ୍ୟ କରିବା ଦରକାର। ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟକୁ ସବୁବେଳେ ପ୍ରାଥମିକତା ଦେଇ ବିିଭିନ୍ନ ପଦକ୍ଷେପ ନେବା। ଜନସଚେତନା ସୃଷ୍ଟି ପାଇଁ କର୍ମଶାଳା, ସ୍ବାସ୍ଥ୍ୟ ଶିବିର ଆଦିର ଆୟୋଜନ ବର୍ତ୍ତମାନ ସମୟରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏଦିଗରେ ଧ୍ୟାନଦେବା ଉଚିତ୍‌।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri