ଅଧିକାରକୁ ଅବରୋଧ: ତେଜି ଉଠୁଛି ଅସନ୍ତୋଷ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଦିବ୍ୟାଙ୍ଗମାନଙ୍କୁ ନେଇ ଗଠିତ ପ୍ୟାରେଣ୍ଟସ୍‌ ଆସୋସିଏଶନ ୮ଦଫା ଦାବି ଉପରେ ପ୍ରଶାସନର ଅଣଦେଖା ପ୍ରତିବାଦରେ ମଙ୍ଗଳବାର ସହର ଉପକଣ୍ଠ ହଲଦୀପାଲି ଛକରେ ଜାତୀୟ ରାଜପଥ ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେଠାରେ ଦିବ୍ୟାଙ୍ଗମାନେ ସମବେତ ହେଉଥିବାବେଳେ ଆନ୍ଦୋଳନ ପୂର୍ବରୁ ପୋଲିସ ସେମାନଙ୍କୁ ସେଠାରୁ ଥାନାକୁ ଉଠାଇ ନେଇଥିଲା। ସୋମବାର ଫସଲବୀମା କ୍ଷତିପୂରଣ ଦାବି ନେଇ ସଂଯୁକ୍ତ କୃଷକ ସଂଗଠନ, ଭେଡ଼େନ ଶାଖାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଥିବାବେଳେ ସେମାନଙ୍କ ଉପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ୨୪ଘଣ୍ଟା ମଧ୍ୟରେ ୨ ଆନ୍ଦୋଳନ ଉପରେ ପୋଲିସର ଏଭଳି ଆଭିମୁଖ୍ୟ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି। ପ୍ୟାରେଣ୍ଟସ୍‌ ଆସୋସିଏଶନର ସମ୍ପାଦକ ସାନନ୍ଦ ନାଗ କହିଛନ୍ତି, ନୂଆ ଭାଜପା ସରକାରକୁ ମଖ୍ୟମନ୍ତ୍ରୀ ଲୋକଙ୍କ ସରକାର କହୁଛନ୍ତି, କିନ୍ତୁ ନୂଆ ସରକାର ଆସିବା ପରେ ଏଭଳିଭାବେ ଲୋକଙ୍କ ଅଧିକାରକୁ ଅବରୋଧ କରାଯାଉଛି। ପୂର୍ବ ସରକାର ସମୟରେ ଦିବ୍ୟାଙ୍ଗମାନେ ୧୦ରୁ ୧୨ଥର ରାଜରାସ୍ତାକୁ ଓହ୍ଲାଇ ନିଜର ହକ୍‌, ଅଧିକାର ଦାବି କରିଛନ୍ତି। କିନ୍ତୁ ସେତେବେଳେ ଦିବ୍ୟାଙ୍ଗ ପ୍ରତି କେବେ ମଧ୍ୟ ଏଭଳି ଅସମ୍ମାନ କରାଯାଇ ନ ଥିଲା ବୋଲି ନାଗ କହିଛନ୍ତି। ଅନ୍ୟପଟେ ଆଗାମୀ ମାସକ ମଧ୍ୟରେ ସବୁଦାବି ପୂରଣ ନ ହେଲେ ପୁଣି ହଲଦୀପାଲି ଛକରେ ରାଜପଥ ଅବରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


ପ୍ୟାରେଣ୍ଟସ୍‌ ଆସୋସିଏଶନ ଗତମାସ ୨୫ତାରିଖ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲା। ବୟସ୍କ ଭିନ୍ନକ୍ଷମ, ବିଧବା ଏବଂ ନିରାଶ୍ରୟମାନଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ, ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନଗୁଡ଼ିକୁ ଠିକ୍‌ଭାବେ ଧ୍ୟାନ ଦେବା, ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମମାନଙ୍କ ପାଇଁ ବାଧାମୁକ୍ତ ରାସ୍ତା କରାଯିବା, ବସୁନ୍ଧରା ଯୋଜନାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯିବା, ଦିବ୍ୟାଙ୍ଗମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସରକାରୀ ଜାଗା ପ୍ରଦାନ ସହିତ ଭିନ୍ନକ୍ଷମମାନଙ୍କ କାର୍ଯ୍ୟାଳୟ ନିର୍ମାଣ, ବରଗଡ଼ ସଦର ବ୍ଲକରେ ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ସ୍ବଚ୍ଛ ଭାରତ ମିଶନ ପାଇଖନା ଯୋଜନାର ଯନ୍ତ୍ରୀ ଏବଂ କିରାଣିଙ୍କୁ ବଦଳି ଆଦି ଦାବି ସେଥିରେ ରହିଥିଲା। ଦାବି ସମୂହ ପୂରଣ ନ ହେଲେ ମାର୍ଚ୍ଚ ୧୧ତାରିଖ ହଲଦୀପାଲି ଛକରେ ରାଜପଥ ଅବରୋଧ କରାଯିବ ବୋଲି ଆସୋସିଏଶନ ଦାବିପତ୍ରରେ ଚେତାବନୀ ଦେଇଥିଲା।
କିନ୍ତୁ ଆସୋସିଏଶନର ଦାବି ସମୂହ ପ୍ରତି କିଛି ପଦକ୍ଷେପ ନିଆଯାଇ ନ ଥିଲା। ଏହାର ପ୍ରତିବାଦରେ ପୂର୍ବ ନିର୍ଦ୍ଧାରୀତ କାର୍ଯ୍ୟକ୍ରମ ଅନୁଯାୟୀ, ଜିଲାର ବିଭିନ୍ନ ବ୍ଲକରୁ ଦିବ୍ୟାଙ୍ଗମାନେ ମଙ୍ଗଳବାର ସକାଳୁ ହଲଦୀପାଲି ଛକରେ ସମବେତ ହେଉଥିଲେ। କିଏ ରାସ୍ତାପାର୍ଶ୍ୱ ଗଛତଳେ ଆଶ୍ରୟ ନେଉଥିଲେ ତ ଆଉ କେହି ପାଖ ଦୋକାନ ପାଖରେ ରହିଥିଲେ। ସମସ୍ତ ବ୍ଲକର ଦିବ୍ୟାଙ୍ଗମାନେ ଏକାଠି ହେଲେ ସେମାନେ ରାଜପଥ ଅବରୋଧ କରିବାକୁ ଯୋଜନା କରିଥିଲେ। ମାତ୍ର ସେମାନେ ଆନ୍ଦୋଳନକୁ ଓହ୍ଲାଇବା ପୂର୍ବରୁ ପୋଲିସ ସେଠାରୁ ସେମାନଙ୍କୁ ଥରକୁ ଥର ସ୍ଥାନୀୟ ସଦର ଥାନାକୁ ଉଠାଇ ନେଇଥିଲା। ସେହିପରି ଆସୋସିଏଶନର କର୍ମକର୍ତ୍ତାମାନେ ଏକ ଅଟୋରେ ଯାଉଥିବାବେଳେ ପୋଲିସ ଭ୍ୟାନ ସେମାନଙ୍କୁ ପିଛା କରିଥିଲା। ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ସେମାନେ ଦାବିପତ୍ର ପ୍ରଦାନ ପାଇଁ ପହଞ୍ଚିବା ପରେ ପୋଲିସ ଭ୍ୟାନ ମଧ୍ୟ ସେଠାକୁ ଆସିଥିଲା। ଆସୋସିଏଶନର କର୍ମକର୍ତ୍ତାମାନେ ସେଠାରେ ଉପସ୍ଥିତ ଭାରପ୍ରାପ୍ତ ଅଧିକାରୀଙ୍କୁ ଆଉ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆସନ୍ତା ମାସକ ମଧ୍ୟରେ ଦାବି ସମୂହ ପୂରଣ ନ ହେଲେ ଆସନ୍ତା ଏପ୍ରିଲ ମାସ ୧୧ତାରିଖ ହଲଦୀପାଲି ଛକରେ ରାସ୍ତା ଅବରୋଧ କରାଯିବ ବୋଲି ଆସୋସିଏଶନ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏଶନର ସଭାପତି ମହେନ୍ଦ୍ର ଦାଶ, ଉପସଭାପତି ଅଶୋକ ଭୋଇ, ମୁଶୁ ସୁନା, ମିଥିଳା କୁମ୍ଭାର, ହରିହର ଷଣ୍ଢ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri